ଯା...ଧନ...ଏବେ ଶାନ୍ତିରେ ଶୋଇପଡ଼: ଇଚ୍ଛାମୃତ୍ୟୁ ରାୟ ପରେ କନ୍ଦାଇଦେବ ହରିଶ ଓ ମାଆଙ୍କ ଫଟୋ

NEWS7
special-report-ଚାରିଆଡ଼େ-ପାଣି-21-07-2018

ନୂଆଦିଲ୍ଲୀ ୧୩/୦୩: ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁ ମଞ୍ଜୁର ପରେ ସାମ୍ନାକୁ ଆସିଛି ହରିଶ ଓ ତାଙ୍କ ମାଆଙ୍କ ଫଟୋ । ଆଉ ଏହି ଫଟୋ ଦେଖିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ । ବହୁତ କିଛି କହୁଛି ଏହି ଛବି । ମାଆ ନିର୍ମଳା ରାଣା, ପୁଅ ହରିଶ ରାଣାଙ୍କ ବିଛଣା ପାଖରେ ବସିଛନ୍ତି । ଆଖିରେ ଲୁହ, ମୁହଁରେ ଯନ୍ତ୍ରଣା, ଓ ହାତ ତାଙ୍କ ରହିଛି ପୁଅ ମୁଣ୍ଡରେ । ମୁଣ୍ଡକୁ ଆଉଁସି ଆଉଁସି ଆଲିଙ୍ଗନ କରି ନୀରବରେ ପୁଅକୁ କହୁଛନ୍ତି ଯା ପୁଅ, ଏବେ ଶାନ୍ତିରେ ଶୋଇଯାଅ। କାରଣ ଇଏ ସେହି ହତଭାଗିନୀ ମାଆ ଯିଏକି, ସର୍ବୋଚ୍ଚ ନ୍ୟାୟାଳୟକୁ ଗୁହାରୀ କରି ମାଗିଥିଲା ପୁଅର ମରଣ । ନ୍ୟାୟାଧୀଶ ବି ଶୁଣିଥିଲେ ମାଆର ଦୁଃଖ, କରିଥିଲେ ପୁଅର ଜୀବନ ଜଞ୍ଜାଳରୁ ଛୁଟି ମଞ୍ଜୁର ।

 

ଗତ ୧୩ ବର୍ଷ ଧରି ବେଡ୍ରେ ଥିବା ପୁଅର ଦିନରାତି ସେବା ଯତ୍ନ କରିଥିଲେ ନିର୍ମଳା । ଆଶା ଥିଲା ଦିନେ ନା ଦିନେ ସେବାର ମିଳିବ ଫଳ । ଉଠିବ ପୁଅ, ହସିବ କୋଳ । କିନ୍ତୁ ସମୟ ବିତିବା ସହ, ମଉଳିବାରେ ଲାଗିଲା ମାଆର ଆଶା । ପୁଅର ଦୁଃଖକୁ ଅନ୍ତ କରିବାକୁ ଅଣ୍ଟାଭିଡିଲେ ଧରିତ୍ରୀ ସାଜି । ଦେବଦେବଙ୍କ ପରି ପୁଅକୁ ହରାଇବାର ବିଷକୁ ପାନ କରି ଯନ୍ତ୍ରଣାର ମୁକ୍ତିକୁ ଅମୃତ କଲେ । ମାଆ ଯାହା ଚାହିଁଲେ ସେପରି ହେଲା । କିନ୍ତୁ ସେହି ନିଷ୍ପତ୍ତି ଏବେ ମାଆ ପାଇଁ ସାଜିଛି କଣ୍ଟା । ହୃଦୟରେ ବିଶାଳ ପଥର ରଖି ମମତାକୁ ମାରିଦେଇଛନ୍ତି ନିର୍ମଳା ଦେବୀ । ମନରେ ଏତିକି ବିଶ୍ୱାସ ଯେ, ପୁଅକୁ ସବୁଦିନ ମରୁଥିବା ଦେଖିବା ଅପେକ୍ଷା ଦିନେ ମରିଯିବା ସବୁଠୁ ଭଲ ।

୨୦୧୩ ମସିହା, ସେଦିନ ଥିଲା ରକ୍ଷାବନ୍ଧନ । ପିଜି ଚତୁର୍ଥ ମହଲାରୁ ପଡ଼ିଯାଇଥିଲେ ହରିଶ । ମୁଣ୍ଡ ଓ ପିଠିରେ ଲାଗିଥିଲା ଗୁରୁତର ଆଘାତ ଲାଗିଥିଲା। ଏହି ଦୁର୍ଘଟଣା ପରେ ମାଡିବସିଥିଲା ସାଂଘାତିକ ରୋଗ । କ୍ୱାଡ୍ରିପ୍ଲେଜିଆରେ ପଡି ଶାରୀରିକ ଭାବେ ହୋଇଗଲେ ଅକ୍ଷମ । ସେବେଠାରୁ ହରିଶ ଶଯ୍ୟାଶାୟୀ ଅଛନ୍ତି। ପିତାମାତା ତାଙ୍କୁ ଚିକିତ୍ସା କରାଇବା ପାଇଁ ସମସ୍ତ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ଅବସ୍ଥାରେ ଉନ୍ନତି ହୋଇପାରିଲା ନାହିଁ। ଏମ୍ସର ଡାକ୍ତରୀ ପ୍ୟାନେଲ ଟିମ୍ ବି ରୋଗକୁ ଅସାଧ୍ୟ ଘୋଷଣା କରିଥିଲେ। ଶେଷରେ ଗୋଟିଏ ରାସ୍ତା ଥିଲା ଇଚ୍ଛାମୃତ୍ୟ ।

also read...

ଧ୍ୱଂସ ହୋଇଯିବ ବିଶ୍ୱ; ଆରମ୍ଭ ହୋଇଗଲାଣି ମାନବଜାତିର ବିନାଶ, ନୋଷ୍ଟ୍ରାଡମାସଙ୍କ ଭବିଷ୍ୟବାଣୀ ସତ ହୋଇଥିବା ଦାବି