ଇରାନ ପ୍ରତି ଆହୁରି କଠୋର ହେଲେ ଟ୍ରମ୍ପ: କହିଲେ, ଆଉ ଡିଲ୍ ନୁହେଁ ଏବେ ନିଃସର୍ତ୍ତ ଆତ୍ମସମର୍ପଣ କର

NEWS7
special-pmla-court-declare-nirav-modi-as-fugitive-economic-offender

ନୂଆଦିଲ୍ଲୀ:ଇରାନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ଆହୁରି କଠୋର ହୋଇଛି। ଏଥର କୌଣସି ଚୁକ୍ତି ନୁହେଁ ନିଃସର୍ତ୍ତ ଆତ୍ମସମର୍ପଣ କର ବୋଲି କହିଛନ୍ତି ଟ୍ରମ୍ପ। ଇରାନ ସହ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଆମେରିକା ଏବେ ସ୍ଥଳଭାଗରେ ଲଢ଼େଇ ଆରମ୍ଭ କରିବାକୁ ଚିନ୍ତା କରୁଛି। ହେଲେ ଇରାନ ବି ଚେତାବନୀ ଦେଇଛି, ଯଦି ସ୍ଥଳଭାଗରେ ସେନା ଉତାର ତେବେ ସ୍ଥିତି ସାଂଘାତିକ କରିଦେବୁ।

ଏହାରି ଭିତରେ ଟ୍ରମ୍ପ ଶୁକ୍ରବାର ଇରାନକୁ ସିଧା ଧମକାଇଛନ୍ତି। କୂଟନୈତିକ ରାସ୍ତା ବାହାରିବା ପୂର୍ବରୁ ତେହେରାନକୁ ଆତ୍ମସମର୍ପଣ କରିବାକୁ ପଡିବ ବୋଲି ଟ୍ରମ୍ପଟ୍ରୁଥ ସୋଶାଲ୍ରେ ପୋଷ୍ଟ କରି ଲେଖିଛନ୍ତି।

ଇରାନ ଆତ୍ମସମର୍ପଣ କରିବା ପରେ ଏହାର ଏକ ସମାଧାନ ଦିଗ ବାହାରିବ। ଏହାପରେ ଦେଶର ଏକ ମହାନ ଓ ସର୍ବଗ୍ରହଣୀୟ ନେତା ଚୟନ କରାଯିବ। ତାପରେ ଆମେ ଓ ଆମର ସୁନ୍ଦର ଓ ସାହସୀ ସହଯୋଗୀ ପାର୍ଟନରମାନେ ମିଶି ଇରାନକୁ ଧ୍ୱଂଶ ମୂଖରୁ ଫେରାଇ ଆଣିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବୁ। ଇରାନର ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ସେମାନେ ସହଯୋଗ କରିବେ ବୋଲି ଟ୍ରମ୍ପ କହିଛନ୍ତି। ଏହି ପୋଷ୍ଟରେ ସେ ତାଙ୍କ ଚିରାଚରିତ ଡାଇଲଗ ମାରିଛନ୍ତି। ଟ୍ରମ୍ପ ଲେଖିଛନ୍ତିମେକ ଇରାନ ଗ୍ରେଟ୍ ଏଗେନ।ମାନେ ଚାଲ ଇରାନକୁ ଆଉଥରେ ମହାନ କରି ଗଢ଼ି ତୋଳିବା।

ଏହା ପୂର୍ବରୁ ଟ୍ରମ୍ପ ଇରାନର ରାଜନୈତିକ ଭବିଷ୍ୟତ ଗଠନରେ ସିଧାସଳଖ ଭୂମିକା ଗ୍ରହଣ କରିବାକୁ ଚାହାଁନ୍ତି ବୋଲି ସଙ୍କେତ ଦେଇଥିଲେ। ଆକ୍ସିଓସ୍ ସହିତ ଏକ ସାକ୍ଷାତକାରରେ,ଟ୍ରମ୍ପ କହିଥିଲେ ଯେ ସେ ଦେଶର ପରବର୍ତ୍ତୀ ନେତା ବାଛିବାରେ ବ୍ୟକ୍ତିଗତ ଭାବରେ ସାମିଲ ହେବାକୁ ଚାହାଁନ୍ତି,ଯେପରି ସେ ଭେନେଜୁଏଲା ସହିତ କରିଛନ୍ତି।ସେ ଇରାନର ଦିବଂଗତ ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ୫୬ ବର୍ଷୀୟ ପୁଅ ମୋଜତାବା ଖାମେନିଙ୍କସୁପ୍ରିମ ଲିଡର ହେବାକୁ ମଧ୍ୟ ନିନ୍ଦା କରିଥିଲେ। ଏବଂ କହିଥିଲେ ଯେ ତାଙ୍କ ପରି ଜଣେ "ହାଲୁକା" ବ୍ୟକ୍ତି ଇସଲାମିକ ଗଣରାଜ୍ୟର ଦାୟିତ୍ୱରେ ରହିବାର ସମ୍ଭାବନାକୁ ଗ୍ରହଣ କରାଯାଇ ପାରିବ ନାହିଁ।

​​​​​​​ପଢ଼ନ୍ତୁ- ​​​​​​​ଇରାନ ରାଷ୍ଟ୍ରପତି ପେଜେସକିୟାନଙ୍କ ଦାବି, ମଧ୍ୟସ୍ଥତା ଉଦ୍ୟମ ଆରମ୍ଭ କଲେଣି କିଛି ଦେଶ

ସେପଟେଇରାନ କହିଛି ଯେ କୂଟନୀତି ପାଇଁ ଏବେ ବି ଆଶା ରହିଛି। ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ କିଛି ଦେଶ ଆମେରିକା ଏବଂ ଇସ୍ରାଏଲ ସହିତ ଯୁଦ୍ଧ ସମାପ୍ତ କରିବା ପାଇଁ ମଧ୍ୟସ୍ଥତା ପ୍ରୟାସ ଆରମ୍ଭ କରିଛନ୍ତି।ଯଦିଓ କେଉଁ ଦେଶ ଏହି ଉଦ୍ୟମ କରିଛନ୍ତି ସେ ଜାଣି ନାହାନ୍ତି ବୋଲି ପେଜେସ୍କିଆନ କହିଛନ୍ତି। ତେବେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଆରମ୍ଭ ହେବା ପରଠାରୁ କତାର,ତୁର୍କୀ,ଇଜିପ୍ଟ ଏବଂ ଓମାନ ସମସ୍ତେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇ ଆସୁଛନ୍ତି ବୋଲି କୁହାଯାଉଛି।

ଇରାନ-ଇସ୍ରାଏଲ ଓ ଆମେରିକା ଯୁଦ୍ଧକୁ ସପ୍ତାହ ପୂରିଛି। ଏହାରି ଭିତରେ ଇରାନରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଯେଉଁଥିରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲି ଖାମେନିଙ୍କ ସମେତ ଏକାଧିକ ସେନା କମାଣ୍ଡର ଓ ସାଧାରଣ ଜନତାଙ୍କ ଜୀବନ ଯାଇଛି। ଆମେରିକା ଇରାନ ସ୍କୁଲ୍ ଉପରେ ଆକ୍ରମଣ କରି ଶତାଧିକ ଛାତ୍ରଛାତ୍ରୀଙ୍କୁ ମାରିଛି। ସେପଟେ ଇସ୍ରାଏଲ୍ରେ ମଧ୍ୟ ଲୋକ ମରିଛନ୍ତି ଓ ଆମେରିକା ସେନା ଯବାନ ସହିଦ ହୋଇଛନ୍ତି।