Live Live
LIVE

ନରହରିପୁରରେ ସେତୁ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ, କହିଲେ-କାହା ଉଦ୍ଦେଶ୍ୟରେ ସ୍ଥାନ ପରିବର୍ତ୍ତନ ହେଉଛି...

NEWS7
southwest-monsoon-likely-to-hit-kerala-6-days-late

ଭଦ୍ରକ ୦୫।୦୩ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଟସାହି ପଞ୍ଚାୟତ ନରହରିପୁର ପ୍ରସ୍ତାବିତ ସେତୁ ନିର୍ମାଣର ସ୍ଥାନ ପରିବର୍ତ୍ତନକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି। ଯାହାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ଗେଙ୍ଗୁଟି ନଦୀର ଶାଖା କଣ୍ଡିଆ ନଦୀ ଉପରେ ଓଝା ସାହି ନିକଟରେ ସେତୁ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ରହିଥିଲା । କିନ୍ତୁ କିଛି ବ୍ୟକ୍ତିଙ୍କ ପ୍ରଭାବରେ ସେତୁର ସ୍ଥାନକୁ ପରିବର୍ତ୍ତନ କରି ନିକଟ ନିଆରୀସାହିକୁ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି । ନିଆରୀ ସାହିରେ ସେତୁ ନିର୍ମାଣ ହେଲେ ଲୋକଙ୍କୁ ସୁବିଧା ମିଳିବ ନାହିଁ । ଯେତେବେଳେ ଓଝାସାହିରେ ସେତୁ ହେଲେ ୩ଟି ପଞ୍ଚାୟତର ହଜାର ହଜାର ଲୋକ ଯାତାୟତ ସୁବିଧା ପାଇବେ । ଏହି ସମସ୍ୟାର ଯଦି ଶୀଘ୍ର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।