ଦିଲ୍ଲୀ ଏକ୍ସାଇଜ ପଲିସି କେସ୍: CBI ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

NEWS7
sourav-ganguly-meets-west-bengal-governor-jagdeep-dhankhar

ନୂଆଦିଲ୍ଲୀ ୨୭।୨: ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ଶୁକ୍ରବାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)ର ସେହି ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଆଦେଶ ଦେଇଛନ୍ତି, ଯିଏ ଦିଲ୍ଲୀ ଏକ୍ସାଇଜ ନୀତିର ଯାଞ୍ଚ କରିଥିଲେ। ଏହି ମାମଲାରେ କୋର୍ଟ ଶୁକ୍ରବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ୨୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। କୋର୍ଟଙ୍କ ସ୍ୱତନ୍ତ୍ର ବିଚାରପତି (ପିସି ଆକ୍ଟ) ଜଷ୍ଟିସ୍ ଜିତେନ୍ଦ୍ର ସିଂହ ଲୋକ ସେବକ କୂଲଦୀପ ସିଂହଙ୍କୁ ମାମଲାର ମୁଖ୍ୟ ଅଭିଯୁକ୍ତ କରିବା ଯୋଗୁ ତଦନ୍ତକାରୀ ଅଧିକାରୀ (ଆଇଓ)ଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏକ ବିସ୍ତୃତ ଆଦେଶରେ କୋର୍ଟ କହିଛନ୍ତି ଯେ ଯାଞ୍ଚ ଅଧିକାରୀଙ୍କ ତଦନ୍ତ ‘ପୂର୍ବ ପରିକଳ୍ପିତ ଓ ସୁନିୟୋଜିତ’ ଥିଲା ଓ ଲୋକ ସେବକଙ୍କ ବିରୋଧରେ ଅଭିଯୋଗ ଏକ ନିରପେକ୍ଷ ତଦନ୍ତର ଉଦ୍ଦେଶ୍ୟ ନଥିଲା, ବରଂ ଏକ ପୂର୍ବ କଳ୍ପିତ କାହାଣୀ ଗଢା ଯାଇଥିଲା। ନ୍ୟାୟାଳୟ ତଦନ୍ତକାରୀ ଅଧିକାରୀଙ୍କ ସେହି ନିଷ୍ପତ୍ତି ଉପରେ ଉଦବେଗ ପ୍ରକାଶ କରିଛନ୍ତି ଯେଉଁଥିରେ ସେ ଲୋକଙ୍କୁ ସନ୍ଦିଗ୍ଧ ସୂଚୀରେ ରଖି ଅଭିଯୋଗ ଫର୍ଦ୍ଦରେ ପ୍ରସିକ୍ୟୁସନ ପକ୍ଷର ସାକ୍ଷ ରୂପେ ମଧ୍ୟ ଉଦ୍ଧୃତ କରିଥିଲେ। ବିଶେଷ କରି ସେ ଏଥିରେ ତତ୍କାଳୀନ ଅବକାରୀ ଆୟୁକ୍ତ ଏ.ଗୋପିକୃଷ୍ଣା ଓ ତତ୍କାଳୀନ ଅବକାରୀ ଉପାୟୁକ୍ତ ଆନନ୍ଦ କୁମାର ତିୱାରୀଙ୍କ ଉଲ୍ଲେଖ କରାଯାଇଥିଲା। ଏମାନଙ୍କୁ ସନ୍ଦିଗ୍ଧ ରୂପେ ସୂଚୀଭୁକ୍ତ ତ କରାଯାଇଥିଲା ଓ କୃଷ୍ଣାଙ୍କୁ ପ୍ରସିକ୍ୟୁସନ ସାକ୍ଷ ନମ୍ବର ୭୪ ଭାବେ ଉଦ୍ଧୃତ ମଧ୍ୟ କରାଯାଇଥିଲା।

ଏପରି ଦୋହରା ସ୍ଥିତିରୁ ସ୍ପଷ୍ଟ ରୂପେ ଜଣାପଡୁଛି ଯେ ତଦନ୍ତ ଅଧିକାରୀ ଆରମ୍ଭରୁ ଆଣୁଥିବା ଅଭିଯୋଗର ଅନ୍ତର୍ନିହିତ ଦୁର୍ବଳତା ସମ୍ପର୍କରେ ଜାଣିଥିଲେ ଓ କୋର୍ଟରେ ରଖାଯାଇଥିବା ସଂସ୍କରଣ ଗହନ ନ୍ୟାୟିକ ଯାଞ୍ଚରେ ସଫଳ ହୋଇ ପାରିବନି ବୋଲି ଆଶଙ୍କା କରିଥିଲେ। ଏହା ଛଡା କୋର୍ଟ କହିଛନ୍ତି ଯେ ସିବିଆଇ ଅଧିକାରୀଙ୍କ ଦୃଷ୍ଟିକୋଣ ପୂର୍ବନିୟୋଜିତ ହେରଫେରକୁ ଦର୍ଶାଉଛି, ଯାହାର ଉଦ୍ଦେଶ୍ୟ କୋର୍ଟଙ୍କୁ ସତ୍ୟତା ସନ୍ଧାନରେ ସହଯୋଗ କରିବା ବଦଳେ ତଦନ୍ତକାରୀଙ୍କୁ ରକ୍ଷା କରିବା ଥିଲା। ଉତ୍ତରଦାୟିତ୍ୱ ନିର୍ଦ୍ଧାରିଣ କରିବା ଓ ତଦନ୍ତ ତନ୍ତ୍ରର ବିଶ୍ୱସନିୟତା କାୟମ ରଖିବାରେ ଦୋଷୀ ସିବିଆଇ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦିଆଯାଉଛି।

ଏହି ମାମଲାରେ ସିବିଆଇ ପକ୍ଷରୁ କୋର୍ଟରେ ସୋଲିସିଟର ଜେନେରାଲ ତଥା ସ୍ପେଶିଆଲ ପବ୍ଲିକ୍ ପ୍ରସିକ୍ୟୁଟର ଡି.ପି. ସିଂହ, ସିନିୟର ଆଡଭୋକେଟ ସତୀଶ କୁମାର ଗର୍ଗ, ଓକିଲ ମନୁ ମିଶ୍ର, ଗାରିମା ସକ୍ସେନା, ଶ୍ରେୟା ଦତ୍ତ, ଇମାନ ଖେରା ଓ ଦିଗବିଜୟ ସିଂହ ପ୍ରମୁଖ ମୋକଦ୍ଦମା ପରିଚାଳନା କରିଥିବା ବେଳେ ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଏନ. ହରିହରନ, ମନିଷ ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ରେବେକା ଜନ୍ ମୋକଦ୍ଦମା ପରିଚାଳନା କରୁଥିଲେ।

Also Read..

ମଦ ନୀତି ମାମଲାରେ କେଜରିୱାଲ ଓ ସିସୋଦିଆ ନିର୍ଦ୍ଦୋଷରେ ଖଲାସ, କୋର୍ଟ କହିଲେ ନଥିଲା ଷଡ଼ଯନ୍ତ୍ର