LIVE TV

ମୈଥିଳୀ ଠାକୁର ବିହାରର ‘ଜୁକରବର୍ଗ’ ? ରାଜନୀତିରେ ପାଦ ରଖିଥିବା ଏହି ଗାୟିକା ପ୍ରତିବର୍ଷ କେତେ ଆୟ କରନ୍ତି, ଜାଣନ୍ତୁ 

NEWS7
sourav-ganguly-may-join-bjp-soon

ପାଟନା : ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ୧୮ ବର୍ଷ ବୟସରେ ବଡ଼ ସଫଳତା ହାସଲ କରିଥିଲେ ଏବଂ ନିଜର ଉଦ୍ୟମ ବଳରେ କୋଟିପତି ହୋଇଥିଲେ। କିଛି ଏମିତି ହିଁ ସିଙ୍ଗର ମୈଥିଳୀ ଠାକୁର। ମୈଥିଳୀ ଠାକୁର ଭଜନ ଓ କୀର୍ତ୍ତନ ଗାଆନ୍ତି। ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ପ୍ରସିଦ୍ଧ ହେବାପରେ , ବଡ଼ ବଡ଼ ପ୍ରୋଗ୍ରାମ କରୁଛନ୍ତି। ନିଜର ପରିଶ୍ରମ ଓ ଟାଲେଣ୍ଟ ବଳରେ ସେ ଅତି କମ୍‌ ବୟସରେ ହିଁ ଖୁବ୍‌ ନାଁ ଓ ଅର୍ଥ କମାଇଛନ୍ତି। ମୈଥିଳୀ ଠାକୁର ମଧ୍ୟ ୨୫ ବର୍ଷ ବୟସରେ କୋଟିପତି ହୋଇ ପାରିଛନ୍ତି।

ପ୍ରସିଦ୍ଧ ଲୋକ ଗାୟିକା ମୈଥିଳୀ ଠାକୁର ବିଜେପି ଟିକେଟରେ ଆଲିନଗର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି ଏବଂ ଏବେ ସେ ବିହାରର ରାଜନୀତିରେ ପ୍ରବେଶ କରିଛନ୍ତି। ସେ ତାଙ୍କ ସତ୍ୟପାଠରେ ନିଜ ସମ୍ପତ୍ତିର ଖୁଲାସା କରିଛନ୍ତି। ସତ୍ୟପାଠରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମୈଥିଳୀଙ୍କ ପାଖରେ ୧ ଲକ୍ଷ ୮୦ହଜାର ନଗଦ ରାଶି ଅଛି। ତାଙ୍କର ୨ କୋଟି ୩୨ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି। ତାଙ୍କର ଗତ ପାଞ୍ଚ ବର୍ଷର ଆୟ ବିଷୟରେ କହିବାକୁ ଗଲେ, ସେ ୨୦୨୩ ରୁ ୨୦୨୪ ପର୍ଯ୍ୟନ୍ତ ୨୮, ୬୭, ୩୫୦ ଟଙ୍କା ରୋଜଗାର କରିଛନ୍ତି। ଯେଉଁଥିରେ ୨୦୨୨-୨୩ରେ ତାଙ୍କର ଆୟ ୧୬, ୯୮, ୮୪୦, ୨୦୨୧-୨୨ରେ ୧୫, ୯୩, ୭୩୦, ୨୦୨୦-୨୧ ରେ ୧୧, ୧୫, ୧୫୦ ଏବଂ ୨୦୧୯-୨୦ ରେ ୧୨,୦୨, ୯୬୦ ଟଙ୍କା ଥିଲା।

ମୈଥିଳୀଙ୍କ ପାଖରେ ୪୭,୦୦,୦୦୦ ଟଙ୍କା ମୂଲ୍ୟର ସ୍ୱ-ଅର୍ଜିତ ସମ୍ପତ୍ତି ଅଛି , ଯାହାର ବର୍ତ୍ତମାନର ବଜାର ମୂଲ୍ୟ ୧,୫୦,୦୦,୦୦୦ ଟଙ୍କା । ଶପଥ ପତ୍ରରେ, ଆୟର ଉତ୍ସ ଗୀତ ଗାଇବା, ସୋସିଆଲ ମିଡିଆ ଏବଂ ବ୍ରାଣ୍ଡ ଇଣ୍ଡୋସମେଣ୍ଟ ଭାବେ ଦର୍ଶାଯାଇଛି । ଯଦି ଆମେ ମୈଥିଳୀଙ୍କ ଶିକ୍ଷା ବିଷୟରେ କହିବା ତ, ସେ ୨୦୧୬ରେ ଦିଲ୍ଲୀ ସ୍ଥିତ ଦ୍ୱାରିକାର ବାଲ ଭବନ ଇଣ୍ଟରନ୍ୟାସନାଲ୍ ସ୍କୁଲରୁ ମାଟ୍ରିକ୍ ପାସ୍‌ କରିଥିଲେ। ୨୦୧୮ରେ ସେ ସେହି ସ୍କୁଲରୁ ଇଣ୍ଟରମିଡିଏଟ୍‌ ମଧ୍ୟ କରିଥିଲେ। ମୈଥିଳୀ ଜଣେ ସ୍ନାତକ, ସେ ୨୦୨୨ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଭାରତୀ କଲେଜରୁ ବିଏ (ପ୍ରୋଗ୍ରାମ) କରିଥିଲେ। ସେ ମଧୁବନୀ ଜିଲ୍ଲାର ବେନିପଟ୍ଟିର ଉରେନ୍ ଗାଁର ବାସିନ୍ଦା।

ମୈଥିଳୀ ଠାକୁରଙ୍କ ବାପା ରମେଶ ଠାକୁର। ଯିଏ ତାଙ୍କର ଗୁରୁ ମଧ୍ୟ ଏବଂ ସଙ୍ଗୀତ ଶିକ୍ଷା ଦିଅନ୍ତି। ସୋସିଆଲ ମିଡ଼ିଆରେ ମୈଥିଳୀଙ୍କର ବହୁ ଫ୍ୟାନ ଫଲୋଇଙ୍ଗ୍ ଅଛନ୍ତି। ସେ ବିହାରର ଲୋକ ସଂସ୍କୃତିକୁ ରାଷ୍ଟ୍ରୀୟ ପରିଚୟ ଦେଇଛନ୍ତି। ଏବେ ରାଜନୀତିକେ ପାଦ ରଖିଛନ୍ତି। ଅଲିନଗର ସିଟ୍‌ରେ ତାଙ୍କର ମୁକାବିଲା ଆରଜେଡିର ବିନୋଦ ମିଶ୍ରାଙ୍କ ସହ ହୋଇଛି।