ବାଂଲାଦେଶରେ ଥମିବ ହିନ୍ଦୁ ହତ୍ୟା, ଭାରତ ଚାପରେ ହତ୍ୟାକାରୀଙ୍କୁ ଧରିବା ଆରମ୍ଭ କଲା ଢାକା: ୩ ଗିରଫ

NEWS7
sourav-ganguly-may-entry-in-politics-dadas-reaction-came-out

​​​​​​​ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ହତ୍ୟା ନେଇ ଭାରତ ଚାପ ପକାଇବା ପରେ ବାଂଲାଦେଶ ବାଧ୍ୟ ହୋଇ ଅପରାଧିମାନଙ୍କୁ ଗିରଫ କରୁଛି। ନୂଆ ବର୍ଷ ପୂର୍ବଦିନ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କ ହତ୍ୟା ଘଟଣାରେ ବାଂଲାଦେଶ ପୁଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି।

ନୂଆ ବର୍ଷ ପୂର୍ବଦିନ ଶରିୟତପୁର ଜିଲ୍ଲାର ଖୋକନ ଦାସ ନିଜର ଔଷଧ ଦୋକାନ ବନ୍ଦ କରି ଫେରୁଥିବା ବେଳେ କିଛି ମୁସ୍ଲିମ ମୌଳବାଦୀ ତାଙ୍କ ଉପରେ ଛୁରା ମାଡ଼ କରିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏଥିରେ ସେ ଗମ୍ଭୀର ଭାବରେ ଆହତ ହୋଇଥିଲେ। ଜୀବନ ବଞ୍ଚାଇବାକୁ ଯାଇ ଖୋକନ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ହେଲେ ଚିକିତ୍ସିତ ଅବସ୍ଥାରେ ଶନିବାର ତାଙ୍କର ପରଲୋକ ହୋଇଛି। ଏହି ଘଟଣାରେ ଭାରତ ସମେତ ଅନ୍ୟ ଦେଶଗୁ଼ଡ଼ିକରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବାଂଲାଦେଶ ୩ ଜଣ ସନ୍ଧିଗ୍ଧକୁ ଗିରଫ କରିଛି।

ବାଂଲାଦେଶର ରାପିଡ୍ ଆକ୍ସନ୍ ବାଟାଲିଅନ୍ (RAB) କହିଛି ଯେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ  କିଶୋରଗଞ୍ଜ ଜିଲ୍ଲାରୁ ତିନି ଜଣ ସନ୍ଦିଗ୍ଧ - ସୋହାଗ୍ ଖାନ (୨୭), ରାବି ମୋଲ୍ଲା (୨୧) ଏବଂ ପଲାଶ ସର୍ଦ୍ଦାର (୨୫)ଙ୍କୁ ଗିରଫ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ତଦନ୍ତ ସମୟରେ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସେମାନଙ୍କୁ ଠାବ କରିବା ପାଇଁ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା।

ରାବ ଅନୁଯାୟୀ, ଗିରଫ ହୋଇଥିବା ବ୍ୟକ୍ତିଙ୍କର ପୂର୍ବରୁ ଅପରାଧିକ ରେକର୍ଡ ରହିଛି। ଯେଉଁଥିରେ ଡ୍ରଗ୍ସ ଅପରାଧ ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ସହିତ ଜଡିତ ମାମଲା ଅନ୍ତର୍ଭୁକ୍ତ। ପୋଲିସ କହିଛି ଯେ ଆକ୍ରମଣ ପଛର ଉଦ୍ଦେଶ୍ୟ ଖୋଜିବା ଏବଂ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।

ଡିସେମ୍ବର ୩୧ ତାରିଖ ରାତି ପ୍ରାୟ ୯:୩୦ ସମୟରେ ଡାମୁଡ୍ୟା ଉପଜିଲ୍ଲାପାଳର କୋନେଶ୍ୱର ୟୁନିଅନର କେଉରଭଙ୍ଗା ବଜାର ନିକଟରେ ଏହି ଆକ୍ରମଣ ଘଟିଥିଲା। ସ୍ଥାନୀୟ ଖବରକାଗଜ ପ୍ରଥମ ଆଲୋ ଅନୁଯାୟୀ, ଦାସ ତାଙ୍କର ଔଷଧ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ କିଛି ଆକ୍ରମଣକାରୀ ତାଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ, ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ପ୍ରଥମେ ତାଙ୍କୁ ଶରିୟତପୁର ସଦର ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଢାକାକୁ ସ୍ଥାନାନ୍ତରିତ କରାଯାଇଥିଲା। ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ ଦାସଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି, ଯେଉଁଥିରେ ପେଟର ଆଘାତ ଗୁରୁତର ରହିଛି।  ମୁହଁ, ମୁଣ୍ଡର ପଛ ପାର୍ଶ୍ୱ ଏବଂ ହାତ ପୋଡ଼ିଯାଇଛି।

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଛି। ଖୋକନଙ୍କ ଘଟଣା ଚତୁର୍ଥ ଘଟଣା ଥିଲା। ଗତ କିଛି ସପ୍ତାହ ମଧ୍ୟରେ, ମୈମନସିଂରେ ଦୀପୁ ଚନ୍ଦ୍ର ଦାସଙ୍କୁ ଈଶ୍ୱର ନିନ୍ଦା ଅଭିଯୋଗରେ ପିଟି ପିଟି ହତ୍ୟା କରିବା ପରେ ନିଆଁ ଲଗାଇ ଦେଇଥିଲେ ମୁସ୍ଲିମ ଭିଡ଼। ସେହିଭଳି ରାଜବାଡ଼ିରେ ହିନ୍ଦୁ ଯୁବକ ଅମୃତ ମଣ୍ଡଳଙ୍କୁ ମଧ୍ୟ ପିଟି ହତ୍ୟା କରାଯାଇଥିଲା। ବାଂଲାଦେଶର ମୈମନସିଂରେ ଏକ ପୋଷାକ କାରଖାନାରେ ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଆଉ ଜଣେ ହିନ୍ଦୁ ବ୍ୟକ୍ତି, ବଜେନ୍ଦ୍ର ବିଶ୍ୱାସଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା।