ଟ୍ରମ୍ପଙ୍କ ଦାବି: ମୁଁ ଚାହିଁଲା ମାତ୍ରେ ଇରାନ ଯୁଦ୍ଧ ବନ୍ଦ ହେବ...

NEWS7
sourav-ganguly-credits-rahul-dravid-for-indias-strong-bench-strength

  • ଟ୍ରମ୍ପ ସଂକେତ ଦେଇଛନ୍ତି ଯେ ଇରାନରେ ତାଙ୍କ ଅଭିଯାନର ଉଦ୍ଦେଶ୍ୟ ଅନେକାଂଶରେ ହାସଲ ହୋଇଯାଇଛି
  • ସାମରିକ ଦୃଷ୍ଟିରୁ ତେହେରାନ ପାଖରେ ଆଉ କିଛି ନାହିଁ
  • ଇରାନକୁ କୌଣସି ଚାଲାକି ନ କରିବାକୁ ଚେତାବନୀ ଦେଇଛନ୍ତି

ୱାସିଂଟନ ୧୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ପୁଣି ଥରେ ଇରାନ ସହିତ ଯୁଦ୍ଧ ଖୁବ ଶୀଘ୍ର ସମାପ୍ତ ହେବ ବୋଲି ଦାବି କରିଛନ୍ତି, ସେ କହିଛନ୍ତି ଯେ ଏହା ସେତେବେଳେ ସମାପ୍ତ ହେବ ଯେତେବେଳେ ମୁଁ ଚାହିଁବି। ‘ଏକ୍ସିଓସ୍’ ସହିତ ଏକ ଟେଲିଫୋନ ଇଣ୍ଟରେଭ୍ୟୁରେ ଟ୍ରମ୍ପ କହିଛନ୍ତି ଯେ ଇରାନରେ ଆଉ ଆମ ପାଇଁ ଏଭଳି କୌଣସି ଟାର୍ଗେଟ ନାହିଁ ଯାହା ବର୍ତ୍ତି ଯାଇଛି। ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନାରେ ଟ୍ରମ୍ପ କହିଛନ୍ତି ଯେ ଏହା ଛୋଟଛୋଟ କଥା..ମୁଁ ଯେତେବେଳେ ବି ଚାହିଁବି ଏହା ସମାପ୍ତ ହୋଇଯିବ।

ଯଦିଓ ଟ୍ରମ୍ପ ସଂକେତ ଦେଇଛନ୍ତି ଯେ ଇରାନରେ ତାଙ୍କ ଅଭିଯାନର ଉଦ୍ଦେଶ୍ୟ ଅନେକାଂଶରେ ହାସଲ ହୋଇଯାଇଛି, ହେଲେ ମଧ୍ୟପ୍ରାଚ୍ୟରେ ଆକ୍ରମଣ ଏ ପର୍ଯ୍ୟନ୍ତ ଅଟକି ନାହିଁ। ଏହା ପୂର୍ବଦିନ ଇସ୍ରାଏଲ ପ୍ରତିରକ୍ଷାମନ୍ତ୍ରୀ ଇସ୍ରାଏଲ କାଟଜ୍ କହିଥିଲେ ଯେ ଆମେରିକା ସହିତ ମିଳିତ ଅଭିଯାନ ଯେଉଁ ପର୍ଯ୍ୟନ୍ତ ଆବଶ୍ୟକ ସେ ପର୍ଯ୍ୟନ୍ତ ଚାଲିବ। ସେ କହିଛନ୍ତି ଯେ ଏହି ଅଭିଯାନ ବିନା କୌଣସି ସମୟ ସୀମାରେ ଯେଉଁ ପର୍ଯ୍ୟନ୍ତ ଆବଶ୍ୟକ ପଡିବ ସେ ପର୍ଯ୍ୟନ୍ତ ଜାରି ରହିବ। ଯେଉଁ ପର୍ଯ୍ୟନ୍ତ ଆମେ ସବୁ ଉଦ୍ଦେଶ୍ୟ ପ୍ରାପ୍ତ କରି ନ ନେଇଛେ ଓ ଅଭିଯାନର ପରିଣାମ ନିଷ୍ପତ୍ତି ନ କରିଛେ ସେ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ।

କାଟଜ୍ କହିଥିଲେ ଯେ ତେହେରାନ ଓ ପୁରା ଦେଶରେ ଦୈନିକ ଗୋଟିଏ ପରେ ଗୋଟିଏ ଲକ୍ଷ୍ୟ ଉପରେ ଆକ୍ରମଣ ଜାରି ରହିବ। ସେ କହିଛନ୍ତି ଯେ ଆକ୍ରମଣ ଯୋଗୁ ଇରାନୀଙ୍କୁ ବିଦ୍ରୋହ, କାର୍ଯ୍ୟାନୁଷ୍ଠାନ ଓ ଖାମେନିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଉପାଡି ଫୋପାଡିବାକୁ ସୁଯୋଗ ମିଳିବ। ତେବେ ଏହା ସବୁ ଇରାନୀୟଙ୍କ ଉପରେ ନିର୍ଭର କରେ। ଟ୍ରମ୍ପଙ୍କ ଯୁଦ୍ଧ ସମାପ୍ତି ଦାବି ସିବିଏସ ନ୍ୟୁଜ୍ କୁ ସେ ଦେଇଥିବା ବୟାନର ଠିକ୍ ଦିନକ ପରେ ଆସିଛି। ଯେଉଁଥିରେ ସେ କହିଥିଲେ ଯେ ଯୁଦ୍ଧ ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଇଛି। ସେ କହିଥିଲେ ଯେ ଇରାନ ନିକଟରେ ନା ତାର ନୌସେନା ଅଛି ନା ବାୟୁ ସେନା କି ସଞ୍ଚାର ପ୍ରଣାଳୀ ଆଉ କିଛି ନାହିଁ। ସେମାନଙ୍କ ମିଜାଇଲ ଭଣ୍ଡାର ମଧ୍ୟ ଶେଷ ହୋଇଯାଇଛି। ଯାହା ବି ଅଛି ଅଳ୍ପ କିଛି ଅଛି, ଯେଉଁଥିରେ ଡ୍ରୋନ ନିର୍ମାଣକାରୀ କମ୍ପାନୀ ଅଛନ୍ତି। ଇରାନର ସବୁ ସ୍ଥାନକୁ ନଷ୍ଟ କରିଦିଆଯାଇଛି। ସେ ଏହା ବି କହିଥିଲେ ଯେ ସାମରିକ ଦୃଷ୍ଟିରୁ ତେହେରାନ ପାଖରେ ଆଉ କିଛି ନାହିଁ। ଏଣୁ ସେ ଇରାନକୁ କୌଣସି ଚାଲାକି ନ କରିବାକୁ ଚେତାବନୀ ଦେଇଛନ୍ତି। ଯଦି ସେପରି କିଛି କରେ ତେବେ ଇରାନର ଅନ୍ତ ହୋଇଯିବ ଓ ଆପଣ ଏହି ଦେଶର ନାମ ପୁଣି କେବେ ଶୁଣିବେନି।