ସ୍କୁଲ୍ ଭିତରେ ଆଖିବୁଜା ଗୁଳିମାଡ଼ କଲା ଦୁର୍ବୃତ୍ତ, ୨୨ ଛାତ୍ରଛାତ୍ରୀଙ୍କ ସମେତ ୩୪ ମୃତ

NEWS7
soroda-lady-forest-guard-on-vigilance-net

ନୂଆଦିଲ୍ଲୀ: ଥାଇଲାଣ୍ଡର ସୋଙ୍ଗଖଲା ପ୍ରଦେଶର ଏକ ସ୍କୁଲରେ ଗୁଳିକାଣ୍ଡ । ଏହି ଆକ୍ରମଣରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୨ ଜଣ ଛାତ୍ରଛାତ୍ରୀ ସାମିଲ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଜଣେ ୧୮ ବର୍ଷୀୟ ଯୁବକ ଏକ M-4 ବନ୍ଧୁକରେ ଗୁଳିମାଡ଼ କରିଥିଲା ।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଆକ୍ରମଣକାରୀର ଭଉଣୀ ସେହି ସ୍କୁଲରେ ପଢ଼ୁଥିଲେ। ବନ୍ଧୁକ ଧରି ଆକ୍ରମଣକାରୀ ତା’ ଭଉଣୀଙ୍କୁ ଭର୍ତ୍ସନା କରିଥିବା ଶିକ୍ଷଙ୍କୁ ଖୋଜୁଥିଲା । ଏହି ସମୟରେ ସେ ସ୍କୁଲରେ ଆଖିବୁଜା ଗୁଳିମାଡ଼ କରିଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍କୁଲକୁ ସିଲ୍ କରାଯାଇଥିବା ବେଳେ ସେହି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି।

ଗୁଳିମାଡ଼ କରିବା ପରେ ଆକ୍ରମଣକାରୀ ଅନେକ ପିଲା ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଥିଲା। ସୂଚନା ଅନୁଯାୟୀ, ସ୍କୁଲ ଭିତରେ ଏବେ ବି ଅନେକ ଛାତ୍ର ଫସି ରହିଛନ୍ତି। ଘଟଣାସ୍ଥଳରୁ ଖସିଯାଇଥିବା ଜଣେ ସୁରକ୍ଷା କର୍ମୀ କହିଛନ୍ତି ଯେ, ଆକ୍ରମଣକାରୀ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ମଧ୍ୟ ଗୁଳି କରିଛି।

ସ୍ୱତନ୍ତ୍ର ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆକ୍ରମଣକାରୀ ସହ ଯୋଗାଯୋଗ କରିବାକୁ ପୋଲିସ ପ୍ରୟାସ କରୁଛି । ସେପଟେ ଗୁରୁତରଙ୍କୁ ଡାକ୍ତରଖାନାକୁ ନିଆଯାଇଛି।