ସ୍କୁଲ୍ ବେଳଠୁ ପ୍ରେମ, ବାହାଘର ପରେ ହଠାତ୍ ବଦଳିଗଲା ସବୁ... ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀ କହିଲା, ଜାଣିନି କିଛି

NEWS7
sonu-sood-helped-physicall-handicapped-youth

ନୂଆଦିଲ୍ଲୀ: ନଅ ବର୍ଷର ପ୍ରେମ। ତା’ପରେ ବାହାଘର... କିନ୍ତୁ ବିବାହର ଦୁଇ ମାସ ପରେ ପ୍ରେମ କାହାଣୀର ଦ ଏଣ୍ଡ୍। କିନ୍ତୁ ଏହି ଶେଷ ଏମିତି ହୋଇଛି ଯାହାକୁ ବିଶ୍ୱାସ କରିବା ମୁସ୍କିଲ୍ ହୋଇ ପଡ଼ିଛି। କାରଣ ପତ୍ନୀ ଏଠି ପାଲଟିଛି ହତ୍ୟାକାରୀ। ଉତ୍ତରପ୍ରଦେଶ ବରେଲିର ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ। ତେବେ ଏଠି ପ୍ରଶ୍ନ ଉଠୁଛି ହଠାତ୍ ଏତେ ପ୍ରେମ କେମିତି ପରିଣତ ହେଲା ଘୃଣାରେ ?

ବରେଲୀର ଇଜ୍ଜତନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଝୁଲନ୍ତା ଅବସ୍ଥାରେ ୩୩ ବର୍ଷୀୟ ଜିତେନ୍ଦ୍ର କୁମାର ଯାଦବଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲା। କିନ୍ତୁ ପୋଷ୍ଟମର୍ଟମରୁ ଜଣାପଡ଼ିଲା ଯେ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ସବୁ ପ୍ରମାଣ ଏକାଠି କରିବା ପରେ, ଯାହା ଜଣା ପଡ଼ିଥିଲା ଜିତେନ୍ଦ୍ରଙ୍କୁ ତାଙ୍କ ସ୍ତ୍ରୀ ଗଳାକାଟି ହତ୍ୟା କରିଥିଲେ। ଆଉ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସାଇଲେନ୍ସର ବ୍ୟବହାର କରି ମୃତଦେହକୁ ଝରକା ଗ୍ରୀଲ୍ ରୁ ଝୁଲାଇ ଦେଇଇଥିଲା। ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଜ୍ୟୋତି ଏବଂ ଜିତେନ୍ଦ୍ର କୁମାର ଯାଦବଙ୍କର ବିବାହ ଗତ ବର୍ଷ ନଭେମ୍ବର ୨୫ ତାରିଖରେ ହୋଇଥିଲା। ସେମାନଙ୍କର ଭିତରେ ପ୍ରେମ ସମ୍ପର୍କ ନଅ ବର୍ଷ ଧରି ଚାଲିଥିଲା।  ପୋଲିସର କହିବା ଅନୁଯାୟୀ, ଏତେ ଦିନର ପ୍ରେମ ପରେ ଦୁଇ ମାସ ପୂର୍ବରୁ  ହିନ୍ଦୁ ରୀତିନୀତି ଅନୁସାରେ ଉଭୟ ପରିବାରର ସମ୍ମତିରେ ବିବାହ କରିଥିଲେ। ବିବାହର କିଛି ସପ୍ତାହ ମଧ୍ୟରେ ଦମ୍ପତିଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା, ମୁଖ୍ୟତଃ ଟଙ୍କା ବିବାଦ ଯୋଗୁଁ। ପୋଲିସ ଅଭିଯୋଗ କରିଛି ଯେ ଜିତେନ୍ଦ୍ର ଜ୍ୟୋତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୦,୦୦୦ ଟଙ୍କା ଉଠାଇ ଅନଲାଇନ୍ ଜୁଆ ଖେଳି,  ହାରିଯାଇଥିଲେ। ଯାହା ପରେ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହୋଇଥିଲା।

ଜାନୁଆରୀ ୨୬ରେ, ଯେତେବେଳେ ଜ୍ୟୋତି  ସ୍ୱାମୀଙ୍କୁ  ଟଙ୍କା କଥା ପଚାରିଥିଲେ, ସେତେବେଳେ ଯୁକ୍ତିତର୍କ ବଢ଼ିଥିଲା , ଯାହା ଚରମ ରୂପ ନେଇଥିଲା। ସେହି ସମୟରେ, ଜ୍ୟୋତି ତାଙ୍କ ବାପା କାଳିଚରଣ, ମା' ଚମେଲି ଏବଂ ଭାଇ ଦୀପକ ଘରେ ପହଞ୍ଚିଥିଲେ। ପୋଲିସ ଦାବି କରିଛି ଯେ ଝଗଡ଼ା ସମୟରେ ଜିତେନ୍ଦ୍ରଙ୍କ ବାପାମାଆ ଏବଂ ଭାଇ ତାଙ୍କୁ ହାତ-ଗୋଡ  ଧରିଥିଲେ, ସେତେବେଳେ ଜ୍ୟୋତି ତାଙ୍କ ଗଳାକାଟି ହତ୍ୟା କରିଥିଲେ। ସେସମୟରେ  ଜିତେନ୍ଦ୍ର ଅଚେତ ହୋଇ ପଡ଼ିଥିଲେ। ହତ୍ୟାର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି  ତାଙ୍କ ମୃତଦେହକୁ ସାଇଲେନ୍ସରରେ ବାନ୍ଧି ଝରକା ଗ୍ରୀଲରେ ଝୁଲାଇ ଦେଇଥିଲେ। ଯେମିତି ଏହା ଆତ୍ମହତ୍ୟା ପରି ମନେହେବ। ପରେ ପୂରା ପରିବାର ଯୋଜନା କରି ପଡ଼ୋଶୀମାନଙ୍କୁ ଜିତେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ବୋଲି କହିଥିଲେ। ଜାନୁଆରୀ ୨୬ ତାରିଖରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଥିଲା। 

 ଜିତେନ୍ଦ୍ରଙ୍କ ଭାଇ ଅଜୟ କୁମାର ତାଙ୍କୁ ହତ୍ୟା କରାଯାଇଥିବା  ଅଭିଯୋଗ ପରେ ପୋଲିସ ଜ୍ୟୋତି ଏବଂ ଅନ୍ୟ ତିନି ଜଣଙ୍କୁ ତଦନ୍ତର ପରିସରଭୁକ୍ତ କରିଥିଲା।  ପୋଷ୍ଟମର୍ଟମରୁ ଜଣାପଡିଥିଲା ଯେ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା।  ଏହି ଘଟଣାରେ ତିନିଜମ ଗିରଫ ହୋଇଥିବା ବେଳେ  ଜ୍ୟୋତିଙ୍କ ଭାଇ ଦୀପକ ଏବେ ବି ଫେରାର ଅଛନ୍ତି ତାଙ୍କୁ ଗିରଫ କରିବାକୁ ଖୋଜୁଛି ପୋଲିସ୍। ଅନ୍ୟପଟେ  ପଚରାଉଚରା ସମୟରେ ଜ୍ୟୋତି ଅପରାଧ ସ୍ୱୀକାର କରି ସେ ପୂରା ଘଟଣାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ସେ ମାନିଥିଲେ ଯେ ବିବାହ ପରେ ସପ୍ତାହଗୁଡ଼ିକରେ ଆର୍ଥିକ ସମସ୍ୟାକୁ ନେଇ ବାରମ୍ବାର ବିବାଦ ହେଉଥିଲା। ଘଟଣା ଦିନ ବଢ଼ିଥିଲା ଯୁକ୍ତିତର୍କ, ତାପରେ ସେ ନେଇଥିଲେ ଏଭଳି ଚରମ ନିଷ୍ପତ୍ତି।

​​​​​​​Also Read- ଜମାତ-ଏ-ଇସଲାମିର ଘୋଷଣାପତ୍ର, ଭାରତ ଓ ହିନ୍ଦୁ ଭୋଟରଙ୍କ ବିଷୟରେ କଣ ରହିଛି ଉଲ୍ଲେଖ?