ଇସ୍ତଫା ଦେଲେ ମହମ୍ମଦ ୟୁନୁସ୍, ମଙ୍ଗଳବାର ଶପଥ ନେବେ ତାରିକ୍ ରହମାନ

NEWS7
sonnalli-seygall-jumping-to-river-in-bikini-video-viral

ଢାକା: ଶେଖ ହସିନାଙ୍କ ପଳାୟନ ପରେ ଦେଶର ମଙ୍ଗ ସମ୍ଭାଳିଥିବା ମହମ୍ମଦ ୟୁନୁସ ସୋମବାର ଇସ୍ତଫା ଦେଇଛନ୍ତି । ବାଂଲାଦେଶରେ ନିର୍ବାଚନ ଶେଷ ହୋଇଥିବା ବେଳେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ତାରିକ୍ ରହମାନ । ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ ପରେ ନିର୍ବାଚିତ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ସେ ତାଙ୍କର ବିଦାୟୀ ଭାଷଣରେ ନିଜର ଇସ୍ତଫା ଘୋଷଣା କରିଛନ୍ତି।

ମହମ୍ମଦ ୟୁନୁସ୍ ତାଙ୍କ ଭାଷଣରେ କହିଛନ୍ତି, ‘ଆଜି ମଧ୍ୟବର୍ତ୍ତୀକାଳୀନ ସରକାର ପଦ ଛାଡିବାକୁ ଯାଉଛି । କିନ୍ତୁ ବାଂଲାଦେଶରେ ଆରମ୍ଭ ହୋଇଥିବା ମୌଳିକ ଅଧିକାର, ବାକ୍ ସ୍ୱାଧୀନତା ଏବଂ ଗଣତନ୍ତ୍ରର ପ୍ରକ୍ରିୟାକୁ ବନ୍ଦ କରାଯିବା ଉଚିତ୍ ନୁହେଁ।’ ୟୁନୁସ୍ ଅଗଷ୍ଟ ୨୦୨୪ ରେ ଶେଖ ହସିନାଙ୍କ ସରକାରର ପତନ ଘଟିବା ପରେ ବାଂଲାଦେଶ ଫେରି ଆସିଥିଲେ। ୟୁନୁସ୍ କହିଛନ୍ତି, ‘ସେହି ଦିନ ମହାନ ମୁକ୍ତିର ଦିନ ଥିଲା। କି ଆନନ୍ଦର ଦିନ ! ସାରା ବିଶ୍ୱରେ ବାଂଲାଦେଶୀମାନେ ଆନନ୍ଦର ଲୁହ ଝରାଇଥିଲେ। ଆମ ଦେଶର ଯୁବକମାନେ ଦେଶକୁ ଏକ ରାକ୍ଷସ କବଳରୁ ମୁକ୍ତ କରିଥିଲେ।’

ବାଂଲାଦେଶର ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ୧୭ ଫେବୃଆରୀ, ୨୦୨୬ ରେ ଅନୁଷ୍ଠିତ ହେବ । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ତାରିକ ରହମାନ ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ନୂତନ ବାଂଲାଦେଶ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଭାରତକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ଯାତ୍ରା କରିବେ ନାହିଁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ତାରିକ ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।

ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନରେ BNP ଏକ ବଡ଼ ବିଜୟ ହାସଲ କରିଛି। ୩୦୦ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ କରିବାକୁ ୧୫୧ ଆସନ ଆବଶ୍ୟକ । ବିଏନପି ଏହାଠାରୁ ଯଥେଷ୍ଟ ଅଧିକ ଜିତିଛି। ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ତାରିକ ରହମାନ । ଇସଲାମିକ ଜମାତ-ଏ-ଇସଲାମି ମେଣ୍ଟ ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ଭାବରେ ଉଭା ହୋଇଥିଲା । କିନ୍ତୁ ବିଏନପିର ପ୍ରଚଣ୍ଡ ବିଜୟ ହାସଲ କରିଛି ।