LIVE TV

SIT ବୈଠକରେ ପୋଲିସ ଏସ୍ଆଇ କେଳେଙ୍କାରୀ ଘଟଣା ନେଇ ଆଲୋଚନା, ନିର୍ଦ୍ଧିଷ୍ଟ ଘଟଣାରେ ପୋଲିସ ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ

NEWS7
sonia-gandhi-departure-from-india-along-with-rahul-gandhi-for-medical-checkup

କଟକ ୭୧୧: ପୋଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାକୁ ନେଇ ଏସ୍‌ଆଇଟି ବୈଠକରେ ବିଶେଷ ଆଲୋଚନା ହୋଇଛି । ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କେବଳ ଓଡ଼ିଶା ସଂକ୍ରାନ୍ତରେ ଆଲୋଚନା ହୋଇଛି । ଆଜିର ବୈଠକରେ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ଇଡି ଏବଂ କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ଯୋଗ ଦେଇଥିଲେ । ନିକଟ ଅତୀତରେ ରାଜ୍ୟରେ ଘଟିଥିବା କେତେକ ନିର୍ଦ୍ଧିଷ୍ଟ ଘଟଣାକୁ ନେଇ ପୋଲିସ ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି ।

ତେବେ ଆସନ୍ତା ୯ ତାରିଖରେ ଏସ୍‌ଆଇଟିର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବ । ମାର୍ଚ୍ଚ ସୁଦ୍ଧା ଜଷ୍ଟିସ୍ ପଶାୟତ ସୁପ୍ରିମକୋର୍ଟରେ ୯ମ ଅନ୍ତରୀଣ ରିପୋର୍ଟ ଦାଖଲ କରିବେ ।