Pakistan-Afghanistan conflict: ପାକିସ୍ତାନ ଏୟାର ଷ୍ଟ୍ରାଇକ୍‌ରେ ତାଲିବାନ ଶୀର୍ଷ ନେତା ହୈବାତୁଲ୍ଲା ଅଖୁନ୍ଦଜାଦାଙ୍କ ମୃତ୍ୟୁ!

NEWS7
sona-mohapatra-accuses-sonu-nigam

କାବୁଲ: ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ଆଫଗାନିସ୍ତାନର ଜବାବୀ ହମଲା ପରେ ଦୁଇ ଦେଶ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର(୨୭ ଫେବୃଆରୀ) ପାକିସ୍ତାନ ଆଫଗାନିସ୍ତାନ ବିରୁଦ୍ଧରେ ଓପନ ୱାର୍(ଖୋଲୁମଖୁଲା ଯୁଦ୍ଧ) ଘୋଷଣା କରିଛି। ତେଣୁ ଦୁଇ ଦେଶ ପକ୍ଷରୁ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି।
ଏହାରି ଭିତରେ ଏକ ଖବର ଭାଇରାଲ ହେଉଛି।ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ କ୍ଲିପରେ ଦାବି କରାଯାଉଛି ଯେ ପାକିସ୍ତାନ ଆଫଗାନିସ୍ତାନ ଭିତରେ କରିଥିବା ଏୟାର ଷ୍ଟ୍ରାଇକରେ ତାଲିବାନର 
ଶୀର୍ଷ ନେତା ହୈବାତୁଲ୍ଲା ଆଖୁନ୍ଦଜାଦାଙ୍କର ମୃତ୍ୟୁ ହୋଇଛି। ତେବେ ଘଟଣାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ହୈବତୁଲ୍ଲାର ଗଡ଼ ଭାବରେ ପରିଚିତ କାନ୍ଦାହାରରେ ଆଖୁନ୍ଦଜାଦାଙ୍କ ଉପରେ ଆକ୍ରମଣ କରାଯାଇଥିବା କୁହାଯାଉଛି।

​​​​​​​କେବଳ ସୋସିଆଲ୍ ମିଡିଆ ନୁହେଁ, କିଛି ବଡ଼ ବଡ଼ ଗଣମାଧ୍ୟମରେ ମଧ୍ୟ ଏହି ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନ ଆକ୍ରମଣରେ ତାଲିବାନର ସର୍ବୋଚ୍ଚ ନେତା ହୈବାତୁଲ୍ଲାହ ନିହତ ହୋଇଛନ୍ତି ବୋଲି ଖବର ସିରୋନାମା ପାଲଟିଛି। ତଥାପି, ଏ ସମ୍ପର୍କରେ ତାଲିବାନ କିମ୍ବା ପାକିସ୍ତାନୀ ସେନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବୟାନ ଦିଆଯାଇ ନାହିଁ।

ହୈବାତୁଲ୍ଲା ଆଖୁନ୍ଦଜାଦା କିଏ?

ହୈବାତୁଲ୍ଲା ଆଖୁନ୍ଦଜାଦା ୨୦୧୬ ମସିହାରୁ ତାଲିବାନର ମୁଖ୍ୟ ଅଛନ୍ତି
ସେ ଇସଲାମିକ୍ ଏମିରେଟ୍‌ ଅଫ୍ ଆଫଗାନିସ୍ତାନର ମଧ୍ୟ ସର୍ବୋଚ୍ଚ ନେତା ଭାବରେ କାର୍ଯ୍ୟରତ।
ହୈବାତୁଲ୍ଲା ସବୁବେଳେ ଏକାନ୍ତରେ ରହୁନ୍ତି। ସେ କେବେ ଲୋକଲୋଚନକୁ ନ ଆସି ତାଲିବାନ ନେଟୱାର୍କ ମାଧ୍ୟମରେ ଯୋଗାଯୋଗ କରନ୍ତି।
ଅକୁନ୍ଦଜାଦାଙ୍କ ଅଧୀନରେ ଆମେରିକା ଏବଂ ନାଟୋ ସେନା ପ୍ରତ୍ୟାହାର ପରେ ତାଲିବାନ କ୍ଷମତାକୁ ଫେରି ଆସିଥିଲା।

ଯେହେତୁ ଅଖୁନ୍ଦଜାଦା ଲୋକଲୋଚନକୁ ଆସନ୍ତି ନାହିଁ। ତେଣୁ ତାଙ୍କ ନେଇ ଅନେକ ସମୟରେ ଅସୁସ୍ଥତା ଓ ମୃତ୍ୟୁର ଖବର ଭାଇରାଲ୍ ହୋଇଥାଏ। ଏବେ ଯୁଦ୍ଧ ସମୟରେ ସ୍ଥିତି ଗରମ ରହିଥିବାରୁ ପୁଣିଥରେ ଏଭଳି ଖବର ସାମ୍ନାକୁ ଆସିଛି। ହେଲେ ଏପର୍ଯ୍ୟନ୍ତ ଏନେଇ ପାକିସ୍ତାନ କି ଆଫଗାନିସ୍ତାନ କାହା ପକ୍ଷରୁ ସ୍ପଷ୍ଟୀକରଣ ଆସି ନାହିଁ।