Rajyasabha Election: କୁଆଡ଼େ ଗଲେ ଚକ୍ରମଣି କହଁର ? ବିଜେଡିର ଅଭିଯୋଗ – ବିଜେପି ଲୁଚେଇ ରଖିଛି

NEWS7
soil-collapse-issue-in-talcher-strike-continued

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଲା। ହେଲେ ବିଜେଡିରେ ଶିବିରରେ ଦେଖିବାକୁ ମିଳୁ ନାହାନ୍ତି ବିଧାୟକ ଚକ୍ରମଣି କହଁର। କୁଆଡେ ଗଲେ ଚକ୍ରମଣି କହଁର। ବିଜେପି ଚକ୍ରମଣିଙ୍କୁ ଲୁଚେଇ ରଖିଥିବା ଅଭିଯୋଗ ଆଣିଲା ବିଜେଡି। ବିଜେପି ବିରୋଧରେ ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେଡ଼ି ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର। ବାଲିଗୁଡାର ବିଜେଡ଼ି ବିଧାୟକ ଚକ୍ରମଣି କହଁରକୁ ବିଜେପି ଲୁଚେଇ ରଖି ଥିବା ବଡ଼ ଅଭିଯୋଗ ଆଣିଲା ବିଜେଡ଼ି।

Also read: ଦାଶରଥୀ ଗମାଙ୍ଗଙ୍କ ସଭ୍ୟପଦ ରଦ୍ଦ ଚେତାବନୀ, ସୋମବାର ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

ବିଜେଡିର ବାଲିଗୁଡା ବିଧାୟକ ଚନ୍ଦ୍ରମଣି କଅଁରଙ୍କୁ ବିଜେପି ରଖିଥିବା ନେଇ ଅଭିଯୋଗ କଲେ ବିଜେଡ଼ି ବିଧାୟକ ଦିବ୍ୟ ଶଙ୍କର ମିଶ୍ର। ସେ କହିଛନ୍ତି, ଯିଏ ବି ଗଣତନ୍ତ୍ରଙ୍କୁ ଅପମାନ କରୁଛନ୍ତି ସେମାନେ ହଇରାଣ ହେଇଛନ୍ତି। ଘୋଡ଼ା ବେପାର ନୁହେଁ ଗଧ ବେପାର କରୁଛି ବିଜେପି। ଯେଉଁମାନେ ଘୋଡ଼ା ବେପାର କରୁଛନ୍ତି ସେମାନଙ୍କ କ୍ୟାରିୟର ଖରାପ ହେଉଛି। ଯିଏ ଗଧ ହେବ ସେମାନେ ଏହି କାରବାରରେ ସାମିଲ ହେବ। ଯିଏ ଗଣତନ୍ତ୍ର ସାମିଲ ନ ହେଇ ପାରିବ ଗଧ ବ୍ୟାପାରରେ ସାମିଲ ହେବ।

ବିଜେପି କବଜାରେ ଆମ ବିଧାୟକ

ବିଜେପିର ସମସ୍ତେ ଘୋଡ଼ା ବ୍ୟାପାରରେ ସାମିଲ ଅଛନ୍ତି। ଅଙ୍କ ନାହିଁ ଯଦି ସାଂସଦ ପଠେଇ ପାରିବେନି ତ ଅଲଗା ଦଳର ସଦସ୍ୟ ମାନଙ୍କୁ ତାଙ୍କ ଦଳରେ ଭୋଟ ଦେବାକୁ କହୁଛନ୍ତି। ସେଇଟା ହିଁ ଘୋଡ଼ା ବ୍ୟାପାର ଗଧ ବ୍ୟାପାର। ବିଜେପି ବିଜେଡିର ଜଣେ ବିଧାୟକଙ୍କୁ କବଜାରେ ରଖିଛି। ଗଣତନ୍ତ୍ରର ନିୟମ ପାଳନ କରୁ ବିଜେପି। ଆମ ଦଳର ବିଧାୟକ ଆମ ପାଖକୁ ଫେରି ଆସୁ। ମୁଖ୍ୟମନ୍ତ୍ରୀ ବିଜେଡିର ବିଧାୟକଙ୍କୁ ନେଇକି ରଖିଛନ୍ତି।

ବାଲିଗୁଡା ବିଧାୟକ କିପରି ବିଜେଡିର ପାର୍ଟି ମିଟିଂରେ ପହଞ୍ଚିବେ ସେ ନେଇ ଚେଷ୍ଟା କରନ୍ତୁ। ଗଣତନ୍ତ୍ର ପ୍ରଦ୍ଧତି ଅପମାନ କରାନ ଯାଉ। ଆସନ୍ତାକାଲି ନିର୍ବାଚନ ସୁରୁଖୁରୁରେ ହେବ। ବିଜେଡିର ସମସ୍ତ ନେତା ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବେ। ବିଜେଡି ବିଧାୟକମାନେ କ୍ରସ ଭୋଟିଂ କରିବେ ନାହିଁ।

Also read: Assembly Election 2026: ଏପ୍ରିଲରେ ୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ବିଧାନସଭା ନିର୍ବାଚନ, ଘୋଷଣା କଲେ ନିର୍ବାଚନ ଆୟୋଗ

ବିଗୁଡ଼ିଛି ସଂଖ୍ୟା ଗଣିତ

ସୂଚନାଯୋଗ୍ୟ, ସୋମବାର ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶାରୁ ୪ଟି ସିଟ୍ ମଧ୍ୟରୁ ତିନୋଟିର ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇ ସାରିଥିବା ବେଳେ ଚତୁର୍ଥ ଆସନକୁ ନେଇ ଟଣା ଓଟରା ଲାଗି ରହିଛି। ବିଜେଡି ଓ କଂଗ୍ରେସ ମିଳିତ ସମର୍ଥନରେ ଡ. ଦତ୍ତେଶ୍ଵର ହୋତାଙ୍କୁ ପ୍ରାର୍ଥୀ କରିଥିତବା ବେଳେ ବିଜେପି ସମର୍ଥନରେ ବିଜେପିର ନେତା ଦିଲୀପ ରାୟ ସ୍ଵାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି।

ଯାହା ଫଳରେ ଚତୁର୍ଥ ଆସନ ନେଇ ବିରୋଧୀଙ୍କ ଅଙ୍କ ବିଗିଡ଼ି ଯାଇଛି। ବିରୋଧୀଙ୍କୁ କ୍ରସ ଭୋଟିଂର ଭୟ ଘାରିବାରେ ଲାଗିଛି। ସେଥିପାଇଁ କଂଗ୍ରେସ ୧୪ରୁ ୮ ବିଧାୟକଙ୍କୁ ବେଙ୍ଗାଲୁରୁରେ ନେଇ ରଖିଛି। ବିଜେଡି ପ୍ରତିଦିନ ନବୀନ ନିବାସ ଡକାଇ ବିଧାୟକଙ୍କ ହାଜିରା ନେଉଛି। ଅନ୍ୟପଟେ ବିଜେପି ଟ୍ରେନିଂ ଦେବା ଆଳରେ ନିଜର ସମସ୍ତ ବିଧାୟକଙ୍କୁ ପାରାଦୀପରେ ରଖିଛି। ସବୁ ଦଳର ବିଧାୟକ ସୋମବାର ନିର୍ବାଚନ ପାଇଁ ବିଧାନସଭା ପରିସରରେ ହାଜର ହେବେ।