ଅଭିଷେକ ଓ ସୂର୍ଯ୍ୟଙ୍କ ଝଡ଼ରେ ଧରାଶାୟୀ ନ୍ୟୁଜିଲାଣ୍ଡ, ୧୦ ଓଭରରେ ମ୍ୟାଚ୍ ଜିତିଲା ଭାରତ

NEWS7
sofia-kenin-won-australian-opens-title

ଗୌହାଟୀ: ଅଭିଷେକ ଶର୍ମାଙ୍କ ଆଉ ଏକ ବିସ୍ଫୋରକ ଇନିଂସ। ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ଅତି ସହଜରେ ହରାଇ ସିରିଜ୍ କବଜା କରିଛି ଭାରତ। ନ୍ୟୁଜିଲାଣ୍ଡ ଦ୍ଵାରା ଧାର୍ଯ୍ୟ ୧୫୪ ରନର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୧୦ ଓଭରରେ ୨ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଅଭିଷେକ ଶର୍ମା ୧୨ ବଲରୁ ୬୫ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୫ ରନ କରିଛନ୍ତି। ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୩-୦ରେ ଅଗ୍ରଣୀ ହାସଲ କରିଛି। ଟି-୨୦ ବିଶ୍ଵକପ୍ ପୂର୍ବରୁ ଭାରତୀୟ ବ୍ୟାଟରଙ୍କ ଏମିତି ବ୍ୟାଟିଂ ଅନ୍ୟ ଦଳ ପାଇଁ ଚେତାବନୀ ସଦୃଶ ହୋଇଛି।

୧୫୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୦ ରନରେ ପ୍ରଥମ ଝଟକା ଲାଗିଥିଲା। ସଞ୍ଜୁ ସାମସନ(୦) ମିଳିଥିବା ସୁଯୋଗର ଫାଇଦା ନ ଉଠାଇ ପାରି ପୁଣି ଥରେ ନିରାଶ କରିଛନ୍ତି। ଏହା ପରେ ଇଶାନ କିଶନ ଓ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି କିଓ୍ଵି ବୋଲରଙ୍କ ନିଦ ହଜାଇ ଦେଇଥିଲେ। ଇଶାନ କିଶନ ୧୩ ବଲରୁ ୩ ଚୌକା ଓ ୨ ଛକା ସହ ୨୮ ରନ କରିଥିଲେ। ଏହା ପରେ ଅଭିଷେକ ଶର୍ମା କରାଳ ରୂପ ଧାରଣ କରିଥିଲେ। ଛକା ଓ ଚୌକା ବର୍ଷା ପରି ମାତ୍ର ୧୪ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅଭିଷେକଙ୍କ ସହ ମିଶି ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ।

ଦୁଇ ବ୍ୟାଟର ପଡ଼ିଆର ଚତୁଃପାର୍ଶ୍ଵରେ ଚୌକା ଓ ଛକା ବର୍ଷା କରିଥିଲେ। ଏହି ଦୁଇ ବ୍ୟାଟର ସାମ୍ନାରେ ଅସହାୟ ହୋଇ ପଡ଼ିଥିଲେ କିଓ୍ଵି ବୋଲର। ଆଉ ଭାରତ ୧୦ ଓଭରରେ ୨ ଓ୍ଵିକେଟ୍ ମ୍ୟଚକୁ ଅନାୟସରେ ଜିତି ନେଇଛି। ଅଭିଷେକ ମାତ୍ର ୨୦ ବଲରୁ ୭ ଚୌକା ଓ ୫ ଛକା ସହ ୬୮ ରନ କରି ଅପରାଜିତ ଥିଲେ। ସୂର୍ଯ୍ୟକୁମାର ଯାଦବ ୨୬ ବଲରୁ ୬ ଚୌକା ଓ ୩ ଛକା ସହ ୫୭ ରନ କରି ଭାରତ ପାଇଁ ବିଜୟ ସୂଚକ ଚୌକା ମାରିଥିଲେ।

ନ୍ୟୁଜିଲାଣ୍ଡ ଇନିଂସ

ଟସ୍ ହ ପ୍ରଥମେ ବ୍ୟାଟିଂ କରିଥିବା  ନ୍ୟୁଜିଲାଣ୍ଡର ଆରମ୍ଭ ନିରାଶଜନକ ଥିଲା। ଡେଭନ କନଓ୍ଵେ ଖରାପ ଫର୍ମ ବଜାୟ ରଖି ଏକ ରନ କରି ଆଉଟ୍ ହୋଇଥିଲେ। ୧୩ ରନ ସ୍କୋରରେ ରଚିନ ରବୀନ୍ଦ୍ରନ(୪ ରନ) ପାଭିଲିୟନ ଫେରିଥିଲେ। ଟିମ୍ ସେଇଫର୍ଟ(୧୧ ରନ) ବୁମରାଙ୍କ ବୋଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଏହା ପରେ ଗ୍ଲେନ ଫିଲିପ୍ସ ଓ ମାର୍କ ଚପମ୍ୟାନ ଇନିଂସ

ଏହି ଯୋଡ଼ି ଭାଙ୍ଗିବା ପରେ ନ୍ୟୁଜିଲାଣ୍ଡ ପୁଣି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଭାରତୀୟ ବୋଲର ଶାଣିତ ବୋଲିଂ କରି କିଓ୍ଵି ବ୍ୟାଟରଙ୍କୁ ହାତ ଖୋଲିବାକୁ ଦେଇ ନ ଥିଲେ। ଗ୍ଲେନ ଫିଲିପ୍ସ ୪୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଡାରିଲ ମିଚେଲ୍ ୧୪ ରନ କରିଥିଲେ। ଅଧିନାୟକ ମିଚେଲ୍ ସାଣ୍ଟନର ୨୭ ରନ କରିବାରୁ ନ୍ୟୁଜିଲାଣ୍ଡ ୯ ଓ୍ଵିକେଟ୍ ହରାଇ ୧୫୩ ରନ କରି ପାରିଥିଲା।

ଭାରତ ପକ୍ଷରୁ ସଫଳ ବୋଲର ଭାବେ ଯଶପ୍ରୀତ ବୁମରା ୧୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ରବି ବିଷ୍ଣୋଇ ୧୮ ରନ ଦେଇ ୨ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।