ଥମୁନି ସ୍ବାମୀ-ସ୍ତ୍ରୀ ବିବାଦ : ସୋନାଲିଙ୍କ ଏତଲା ଆଧାରରେ ଶ୍ରୀକ୍ଷେତ୍ରଙ୍କୁ ଗିରଫ କଲା ପୋଲିସ

NEWS7
social-activist-aditya-dash-death-case-investigation

ବାଲେଶ୍ବର ୧୪।୧୨: ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ । ସୋନାଲି ପଣ୍ଡାଙ୍କ ଅଭିଯୋଗ ଆଧାରରେ ପୁରୀ କୃଷ୍ଣପ୍ରସାଦ ଥାନା ପୋଲିସ ଭୁବନେଶ୍ୱରରୁ ତାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ରଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଉଭୟ ସୋନାଲି ଓ ଶ୍ରୀକ୍ଷେତ୍ରଙ୍କ ମଧ୍ୟ ବିବାଦ ଲାଗି ରହିଥିଲା । ଏହାକୁ ନେଇ ମଧ୍ୟ ଅନେକ ସମୟରେ ଅନେକ ଚର୍ଚ୍ଚା ମଧ୍ୟ ହେଉଥିଲା । ତେବେ ସୋନାଲି ୨ ମାସ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ସେ ଯେତେବେଳେ ନାବାଳିକା ଥିଲେ ଶ୍ରୀକ୍ଷେତ୍ର ତାଙ୍କୁ ଜୋର ଜବରଦସ୍ତ ବିବାହ କରିଥିଲେ । ବିବାହ ପାଇଁ ସୋନାଲିଙ୍କ ଇଚ୍ଛା ନଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭୁବନେଶ୍ବରରୁ ଶ୍ରୀକ୍ଷେତ୍ର ସାମନ୍ତସିଂହାରକୁ ଗିରଫ କରିଛି କୃଷ୍ଣପ୍ରସାଦ ଥାନା ପୋଲିସ । ସ୍ବାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୋନାଲି । ଏନେଇ ପ୍ରଥମେ ବାଲିଚନ୍ଦ୍ରପୁଟ ଥାନା ପରେ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଶନିବାର ଭୁବନେଶ୍ବର ଫରେଷ୍ଟ ପାର୍କ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି ।