ସଲମାନ ଖାନ୍‌ଙ୍କ ସିନେମା ‘ବ୍ୟାଟଲ୍ ଅଫ୍ ଗଲୱାନ୍’କୁ ନେଇ ଚୀନର ପ୍ରତିକ୍ରିୟାକୁ ଭାରତର ସମାଲୋଚନା, ସିନେମାକୁ ନେଇ ରାଜନୀତି କରନି

NEWS7
slipper-slapped-on-gujarat-deputy-cm-video-goes-viral

ନୂଆଦିଲ୍ଲୀ: The Battle of Galwan, ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ୟାଟଲ୍ ଅଫ୍ ଗଲୱାନ୍’ର ଟିଜର୍ ରିଲିଜ୍ ପରେ ଚୀନର ଚିହିଁକି ଉଠିଛି। ସିନେମା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହାକୁ ତୀବ୍ର ସ ମାଲୋଚନା କରିଛି। ଚୀନ୍‌ର ସରକାରୀ ନିୟନ୍ତ୍ରିତ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ୍’ କଡ଼ା ସମାଲୋଚନା କରି ଏକ ଲେଖା ଛାପିବା ପରେ ଭାରତ ସରକାରଙ୍କ ପକ୍ଷରୁ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ସରକାର ଗ୍ଲୋବାଲ ଟାଇମ୍ସର ଏହି ରିପୋର୍ଟକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।

ଏବଂ  ଗଲୱାନ ସଂଘର୍ଷ ବିଷୟରେ ସିନେମା କରିବା କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ହକୀକତ (୧୯୬୪) ସିନେମା ତିଆରି ହୋଇଥିଲା। ଯେଉଁଥିରେ ୧୯୬୨ ଯୁଦ୍ଧକୁ ଚିତ୍ରଣ କରାଯାଇଥିଲା। କେବଳ ଏହି ଗୋଟିଏ ନୁହେଁ, ରେଜାଙ୍ଗ ଲା ଯୁଦ୍ଧ ଉପରେ ସଦ୍ୟ ନିର୍ମିତ ଏକ ଚଳଚ୍ଚିତ୍ର ୧୨୧ ମଧ୍ୟ କରାଯାଇଛି ବୋଲି ଭାରତ କହିଛି। ଭାରତୀୟ ସିନେମା ପୂର୍ବରୁ ସମ୍ବେଦନଶୀଳ ସାମରିକ ଇତିହାସର ଅନୁସନ୍ଧାନ ମୂଳକ ସିନେନା ତିଆରି କରି ସାରିଛି। ଏହାକୁ ସମାଲୋଚନା କରାଯିବା ଉଚିତ୍ ନୁହେଁ ବୋଲି ଭାରତ କହିଛି।  

କାହାଣୀକାରମାନେ ସେମାନଙ୍କ ସିନେମା ପାଇଁ ଗୁରୁତ୍ୱପୂର୍ଣ୍ଣ ଭାବୁଥିବା କାହାଣୀକୁ ବାଛି ସିନେମା କରିବାର ସ୍ୱାଧୀନତା ରହିଛି। ଏବଂ ସିନେମାଟିକ୍ ଅଭିବ୍ୟକ୍ତିକୁ ରାଜନୀତିକରଣ କରାଯିବା ଉଚିତ୍ ନୁହେଁ ବୋଲି ଭାରତ କହିଥିବା ସୂତ୍ରରୁ ସୂଚନା ମିଳିଛି। ଟିଜର ରିଲିଜ ହେବା ପରେ ଚୀନ ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଏହାକୁ ସମାଲୋଚନା କରିଥିଲା। ଏହି ସିନେମାରେ 

ଗଲୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଛି ବୋଲି ଗ୍ଲୋବାଲ ଟାଇମ୍ସ କହିଥିଲା। ସିନେମାରେ ଦେଖାଯାଇଥିବା ଦୃଶ୍ୟ ପ୍ରକୃତ ଘଟଣା ସହିତ ତାଳ ମେଳ ଖାଉ ନାହିଁ।

ସଂଘର୍ଷ ସମୟରେ ପ୍ରାଣ ହରାଇଥିବା ଭାରତୀୟ ସେନା ଅଧିକାରୀ କର୍ଣ୍ଣେଲ ବିକ୍କୁମାଲ୍ଲା ସନ୍ତୋଷ ବାବୁଙ୍କ ଭୂମିକାକୁ ଖଣ୍ଡନ କରିଥିଲା। ତାଙ୍କୁ ତଥାକଥିତ ନାୟକ ଭଲି ଦେଖାଇବାକୁ ଚେଷ୍ଟା କରାଯାଇଛି ବୋଲି କହିଥିଲା ଚୀନ ଗଣମାଧ୍ୟମ। କେବଳ ସେତିକି ନୁହେଁ, ଚୀନ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ଠାରୁ ନେଗେଟିଭ୍ ରେସପନ୍ସ ମିଳୁଛି ବୋଲି ମଧ୍ୟ ଗ୍ଲୋବାଲ ଟାଇମ୍ସ କହିଥିଲା।

ଚିରାଚରିତ ଢଙ୍ଗରେ ଚୀନ ଏହି ସଂଘର୍ଷ ପାଇଁ ଭାରତକୁ ଦାୟୀ କରିଥିଲା। ଭାରତ ହିଁ ସୀମା ଉଲ୍ଲଂଘନ କରିବାରୁ ସଂଘର୍ଷ ହୋଇଥିଲା ବୋଲି ଗ୍ଲୋବାଲ ଟାଇମ୍ସ ରିପୋର୍ଟରେ ଉଲ୍ଲେଖ କରିଥିଲା। ଗ୍ଲୋବାଲ ଟାଇମ୍ସ କହିଛି ଯେ ଭାରତ ଜାତୀୟତାବାଦୀ ଭାବନାକୁ ବୃଦ୍ଧି କରିବା ପାଇଁ ସିନେମା ବ୍ୟବହାର କରୁଥିବା ଅଭିଯୋଗ କରିଛି। ଏହାକୁ ଏକ ବ୍ୟାପକ ସାଂସ୍କୃତିକ ଏବଂ ରାଜନୈତିକ ଢାଞ୍ଚାର ଅଂଶ ବୋଲି କହିଛି। ତେବେ ସିନେମାରେ କୌଣସି ନାଟକୀୟ ଚିତ୍ରଣ ଚୀନର କ୍ଷେତ୍ରୀୟ ଦାବିକୁ ପରିବର୍ତ୍ତନ କରିବ ନାହିଁ  ବୋଲି ଚୀନ କହିଛି।

ସଲମାନ ଖାନ୍‌ଙ୍କର ଏହି ଚଳଚ୍ଚିତ୍ର ‘ଦ ବ୍ୟାଟଲ ଅଫ୍‌ ଗଲୱାନ’ ୨୦୨୦ ଜୁନ୍ ମାସରେ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତୀୟ ଓ ଚୀନ୍ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷର କାହାଣୀ ଉପରେ ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସଲମାନ ଖାନ। ସେ କର୍ଣ୍ଣେଲ ବିକ୍କୁମଲ୍ଲା ସନ୍ତୋଷ ବାବୁଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଯିଏ ଗଲୱାନ ସଂଘର୍ଷରେ ଶହୀଦ ହୋଇଥିଲେ। ଚଳଚ୍ଚିତ୍ରଟି ଅପୂର୍ବ ଲଖିଆଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଛି ଏବଂ ଚିତ୍ରଙ୍ଗଦା ସିଂହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସିନେମାଟି ୨୦୨୬ ଏପ୍ରିଲ୍ ମାସରେ ରିଲିଜ୍ ହେବ। ତେବେ ତା ପୂର୍ବରୁ ସଲମାନ ଖାନ୍‌ଙ୍କ ୬୦ତମ ଜନ୍ମଦିନରେ ଏହାର ଟିଜର ରିଲିଜ କରାଯାଇଥିଲା। ଅପୂର୍ବ ଲାଖିଆ ଏହାର ନିର୍ଦ୍ଦେଶନା ଦେଇଛନ୍ତି।