ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଭିନ୍ନ ପ୍ରସଙ୍ଗରେ ନୂଆ ପଦାଧିକାରୀଙ୍କ ସହ ଆଲୋଚନା

NEWS7
six-odia-laborer-mruta-due-to-electrocution-at-andhra-pradesh

ଭୁବନେଶ୍ୱର ୧୦।୧୨ : ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୁର୍ଣ ବୈଠକ । ଓଡ଼ିଶା ଗସ୍ତରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ । ବିଏଲ ସନ୍ତୋଷ ନୂଆ ପଦାଧିକାରୀ ଟିମ ସହ କରିବେ ଆଲୋଚନା ।

ବୁଧବାର ବସିଥିବା ଏହି ବୈଠକରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହେବ। ବିଜେପି ରାଜ୍ୟ ସଭାପତି, ରାଜ୍ୟ ସଙ୍ଗଠନ ମନ୍ତ୍ରୀ, ନୂଆ କରି ଦାୟିତ୍ୱ ନେଇଥିବା ସାଧାରଣ ସମ୍ପାଦକ, ଉପସଭାପତି, ସମ୍ପାଦକଙ୍କ ସହିତ ବିଏଲ ସନ୍ତୋଷଙ୍କ ବୈଠକ ହେବାର ସୂଚୀ ରହିଛି। ସେହିପରି ୭ ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତିଙ୍କ ସହିତ ମଧ୍ୟ ରାଷ୍ଟ୍ରୀୟ ସଂଗଠନ ମହମନ୍ତ୍ରୀ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।