LIVE TV

କାହାର ହେବ ନୂଆପଡ଼ା? ବିଜେପି ବିଧାୟକ କହିଲେ ଆମେ ଏକ ନମ୍ୱର

NEWS7
siraj-cautioned-his-teams-batsmen-there-is-a-rift-on-the-pitch

ଭୁବନେଶ୍ୱର ୩୧/୧୦: ନୂଆପଡ଼ା ଉପ-ନିର୍ବାଚନ କସରତ । କମ୍ପୁଛି ମୈଦାନ । ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡିଛନ୍ତି ତିନି ଦଳ ।ଲଗାଇଦେଇଛନ୍ତି କଳ ବଳ କୌଶଳ । ଡୋର ଟୁ ଡୋର କ୍ୟାମ୍ପେନିଂ ସହ ବଣ୍ଟାଚାଲିଛି ପ୍ରତିଶୃତିର ଗାର । ଏହାରି ଭିତରେ ଆସନ୍ତା ୩ ତାରିଖରେ ନୂଆପଡ଼ା କ୍ୟାମ୍ପେନିଂରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିବେ ଭୋଟ । ବିରାଟ ଶୋଭାଯାତ୍ରାରେ ଯାଇଁ ପ୍ରାର୍ଥୀଙ୍କୁ ଜିତାଇବାକୁ କରିବେ ନିବେଦନ । ଏହାରି ଭିତରେ ବିଜେଡି ସଭାପତି ନବୀନଙ୍କ ଗସ୍ତ ପ୍ରସଙ୍ଗରେ ବିଜେପି ବରିଷ୍ଠ ନେତା ତଥା ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ନବୀନ ପଟ୍ଟନାୟକ ଯେତେ ଥର ପ୍ରଚାରକୁ ଆସିଲେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ । ଆମ ଦଳର ଜଣେ ସାଧାରଣ କର୍ମକର୍ତ୍ତାଙ୍କ ଠାରୁ ନିର୍ବାଚନ ହାରିଛନ୍ତି । ସ୍ନେହାଙ୍ଗିନୀ ଛୁରିଆ ଯେଉଁ ଦିନ ପ୍ରାର୍ଥୀ ହେଲେ ବିଜେଡି ସେ ଦିନ ହାରିସାରିଛି। ଆମେ ଏକ ନମ୍ବରରେ ଅଛୁ । ବିଜେଡି କଂଗ୍ରେସ ଫାଇନାଲ ଖେଳିବାକୁ ଚିନ୍ତା କରୁଛନ୍ତି । ପ୍ରଥମେ ଆଗ ସେମି ଫାଇନାଲ ଜିତନ୍ତୁ । ସେ ଆହୁରି କହିଛନ୍ତି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନୂଆପଡ଼ା ନିର୍ବାଚନ ପ୍ରଚାରକୁ ଆସିବେ । ବ୍ୟସ୍ତ ହେବାର କିଛି ନାହିଁ, ଆମର ପ୍ରତେକ କର୍ମୀ ଜଣେ ଜଣେ ଷ୍ଟାର ପ୍ରଚାରକ ।