ଏଣିକି ବାପା-ମାଆଙ୍କ ଅନୁମତି ବିନା କରିପାରିବେନି ପ୍ରେମ ବିବାହ, ବିଧାନସଭାରେ ସରକାରଙ୍କ ବଡ ଘୋଷଣ

NEWS7
singhu-border-clash-police-lathicharge

ନୂଆଦିଲ୍ଲୀ ୨୧।୦୨; ବାପା-ମାଆଙ୍କ ଅନୁମତି ବିନା କେହି କରିପାରିବେନି ବିବାହ । ବିଧାନସଭାରେ ପ୍ରସ୍ତାବ ଦେଲେ ସରକାର । ଗୁଜୁରାଟ୍ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ ପୂର୍ବରୁ ବାପା ମାଆଙ୍କ ଅନୁମତି ଅନିବାର୍ଯ୍ୟ । କୌଣସି ବି ଯୁବକ ଯୁବତୀ ଘର ଛାଡ଼ି ଆଉ ନିଜ ଇଛାରେ ବିବାହ କରିପାରିବେ ନାହିଁ । ସରକାର ବିବାହ ପଞ୍ଜିକରଣ ଆଇନରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି । କାର୍ଯ୍ୟକାରୀ ହେବା ପରେ, ଗୁଜୁରାଟରେ ବିବାହ ନିୟମ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯିବ ।

ଅଧିକ ପଢନ୍ତୁ- ଅଭୂତପୂର୍ବ: ପଶ୍ଚିମବଙ୍ଗରେ SIR ପାଇଁ ବିଚାରବିଭାଗୀୟ ଅଫିସର ନିଯୁକ୍ତ କରିବେ କୋଲକାତା ହାଇକୋର୍ଟ

ଗୁଜୁରାଟ ସରକାର ଆଜି ଆନୁଷ୍ଠାନୀକ ଭାବରେ ମ୍ୟାରେଜ୍ ରେଜିଷ୍ଟେସନ୍ ଆକ୍ଟ ୪୪ରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଅନୁଯାୟୀ, ଦମ୍ପତିମାନଙ୍କୁ ଏକ ଆନୁଷ୍ଠାନିକ ଘୋଷଣାପତ୍ର ଦାଖଲ କରିବାକୁ ପଡିବ ଯେ ସେମାନେ ସେମାନଙ୍କ ପିତାମାତାଙ୍କୁ ବିବାହ ବିଷୟରେ ସୂଚନା ଦେଇଛନ୍ତି କି ନାହିଁ। ସେମାନଙ୍କୁ ଉଭୟ ପିତା-ମାତାଙ୍କ ଆଧାର କାର୍ଡ, ସ୍ଥାୟୀ ଠିକଣା ଓ ମୋବାଇଲ୍ ନମ୍ବର ମଧ୍ୟ ଦେବାକୁ ପଡିବ । ଏହା ବ୍ୟତୀତ, ଆସିଷ୍ଟାଣ୍ଟ୍ ରେଜିଷ୍ଟାର ଏହି ଡକ୍ୟୁମେଣ୍ଟଗୁଡ଼ିକୁ ଯାଞ୍ଚ କରିବା ପରେ, ସରକାର ୧୦ ଦିନ ମଧ୍ୟରେ ପିତାମାତାଙ୍କୁ ଇଲେକ୍ଟ୍ରୋନିକ୍ କିମ୍ବା ଫିଜିକାଲ୍ ଭାବରେ ଏକ ସରକାରୀ ବିଜ୍ଞପ୍ତି ପଠାଇବେ ।

ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କାଗଜ ରେକର୍ଡରୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏକ କେନ୍ଦ୍ରୀୟ ଅନଲାଇନ୍ ପୋର୍ଟାଲକୁ ସ୍ଥାନାନ୍ତରିତ କରାଯିବ । ସବୁ କାର୍ଯ୍ୟ ସରିବା ପରେ ବିବାହ ପାଇଁ ଅନୁମତି ମିଳିବ । ଏ ସମସ୍ତ ପ୍ରକ୍ରିୟା ପାଇଁ ଅତି କମରେ ୩୦ଦିନ ସମୟ ଲାଗିବ । ତେବେ ଏହାକୁ ବିବାହ ପଞ୍ଜିକରଣ ପାଇଁ ଆଇନଗତ ପ୍ରକ୍ରିୟାର ଏକ ବାଧ୍ୟତାମୂଳକ ଅଂଶ କରାଯାଇଛି । ଏହି ପରିବର୍ତ୍ତନଗୁଡ଼ିକୁ ଚୂଡ଼ାନ୍ତ କରିବା ପୂର୍ବରୁ ସରକାର ଜନସାଧାରଣଙ୍କ ମତାମତ ଓ ଆପତ୍ତି ଜାଣିବା ପାଇଁ ୩୦ ଦିନ ସମୟ ଦେଇଛନ୍ତି ।

ଅଧିକ ପଢନ୍ତୁ- କୋଳରେ ପିଲା ଧରି ପରୀକ୍ଷା ଦେଲେ ମହିଳା, ସମାଜ ପାଇଁ ପ୍ରେରଣା ସାଜିଲେ ୨୧ ବର୍ଷୀୟା ଶୀତଲ