LIVE TV

ନୂଆପଡ଼ାରେ ବିଜେଡି ପ୍ରଚାରର ମଙ୍ଗ ଧରିବେ ନବୀନ, ବିଜେପି କହିଲା…

NEWS7
simple-tips-for-keep-money

ନୂଆପଡ଼ା: ନୂଆପଡ଼ା ଉପ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର ଆଗକୁ ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁ ଦଳର ହେଭିଓ୍ବେଟ୍ ଏମିତିରେ ଆସନ୍ତା ୩ ତାରିଖ ଓ ୭ ତାରିଖରେ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ନୂଆପଡ଼ା ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯାହାକୁ ନେଇ ବିଜେଡି ଶିବିର ଉତ୍ସାହିତ ଥିବା ବେଳେ ବିଜେପି କହିଛି ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ନବୀନଙ୍କ ଉପରେ ଭାରି ପଡ଼ିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେପଟେ ଦଳୀୟ ପ୍ରାର୍ଥୀଙ୍କ ସୁନିଶ୍ଚିତ ବିଜୟ ନେଇ ଆଶା ବାନ୍ଧିଛି କଂଗ୍ରେସ  

ନୂଆପଡ଼ାରେ ବିଜେଡି ପ୍ରଚାରର ମଙ୍ଗ ଧରିବେ ନବୀନ ସାଧାରଣ ସଭା ସହ କରିବେ ରୋଡ୍‌ ଶୋ’ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ  ମାଗିବେ ଭୋଟ୍‌ ନୂଆପଡ଼ା ଉପ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର ଆଗକୁ ମଇଦାନକୁ ଓହ୍ଲାଇବେ ସବୁ ଦଳର ହେଭିଓ୍ବେଟ୍ ଏହାରି ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ନୂଆପଡ଼ାରେ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି ନଭେମ୍ବର ୩ ତାରିଖରେ କୋମନା ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ ନବୀନ କୋମନା ବିଜେଡିର ଏକ ବଡ଼ ଭୋଟ୍‌ ବ୍ୟାଙ୍କ ହୋଇଥିବାରୁ ଏଠାରେ ଭୋଟ୍‌ ଯେମିତି ଭାଗ ନହୁଏ ସେଥିପାଇଁ  ବଡ଼ ପ୍ଲାନ୍‌ କରିଛି ବିଜେଡି ଆଉ ନବୀନଙ୍କ କୋମନା ଗସ୍ତ ବଡ଼ ପ୍ରଭାବ ପକାଇବ ବୋଲି ଆଶା ରଖିଛି ଦଳ

ସେହିଭଳି ନଭେମ୍ବର ୭ ତାରିଖରେ  ଖରିଆର୍‌ ରୋଡ ଠାରୁ ନୂଆପଡ଼ା ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର ରୋଡ୍‌ ଶୋ କରିବେ ନବୀନ ନୂଆପଡ଼ା ଉପ ନିର୍ବାଚନରେ  ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍‌ ଦେବାକୁ ନୂଆପଡ଼ା ବାସୀଙ୍କୁ ଅପିଲ କରିବେ ବିରୋଧୀ ଦଳ ନେତା ତେବେ ନୂଆପଡ଼ା ପ୍ରଚାରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ଉତ୍ସାହିତ ଅଛି ବିଜେଡି କ୍ୟାମ୍ପ୍ ନୂଆପଡ଼ାରେ ବିଜେଡିର ନିଶ୍ଚିତ ବିଜୟକୁ ନେଇ ଦମ୍ଭୋକ୍ତି କରିଛନ୍ତି ଦଳୀୟ ନେତା

ସେପଟେ ଆଗାମୀ ଦିନରେ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଜେପିର ଅନେକ ତୁଙ୍ଗ ନେତା ତେଣୁ ନବୀନଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାରି ପଡ଼ିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସେ ଆହୁରି ବି କହିଛନ୍ତି ଯେ, ନୂଆପଡ଼ାରେ ବିରୋଧୀ ଦଳ ନେତାଙ୍କ ପ୍ରଚାରର କୌଣସି ପ୍ରଭାବ ପଡ଼ିବ ନାହିଁ ଗତ ସାଧାରଣ ନିର୍ବାଚନରେ ଲୋକେ ବିଜେଡିକୁ କ୍ଷମତାରୁ ଦୂରେଇ ସାରିଛନ୍ତି

ବିଜେଡି ଓ ବିଜେପିର ଷ୍ଟାର ଓ୍ବାର ଭିତରେ ପଛରେ ପଡ଼ିବାକୁ ଚାହୁଁନି କଂଗ୍ରେସ ନିଜେ ପିସିସି ସଭାପତି ଭକ୍ତ ଦାସ ନୂଆପଡ଼ାରେ ଡେରା ପକାଇଥିବା ବେଳେ ଆଗକୁ ଦଳର ତୁଙ୍ଗ ନେତା ମଧ୍ୟ ପ୍ରଚାରକୁ ଓହ୍ଲାଇବେ ଏମିତିରେ କଂଗ୍ରେସ କହିଛି ନୂଆପଡ଼ାରେ ନବୀନଙ୍କ ପ୍ରଚାରର କୌଣସି ପ୍ରଭାବ ପଡ଼ିବ ନାହିଁ ୨୦୨୪ରେ ସେ ଏହି ଅଂଚଳରେ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ି ହାରିଥିଲେ ବିଜେଡିର ଅସଲ ଚିତ୍ର କ’ଣ ତାହା ନୂଆପଡ଼ାବାସୀ ଜାଣିଛନ୍ତି ତେଣୁ ଏଥର ବିଜେଡି ଓ ବିଜେପିକୁ ନୁହେଁ ବରଂ କଂଗ୍ରେସର ବିଜୟ ସୁନିଶ୍ଚିତ ନଭେମ୍ବର ୨ ଦାରିଖ ପରେ ଆହୁରି ସରଗରମ ହେବ ନୂଆପଡ଼ା ପ୍ରଚାର ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର କ୍ୟାମ୍ପେନର