Live Live
LIVE

ବିକ୍ରି ହେବ ୧୭୦ ବର୍ଷର ଖବର କାଗଜ, ୭୦୦୦ କୋଟି ଟଙ୍କାରେ କିଣିବ ଏହି କମ୍ପାନୀ

NEWS7
sibling-at-bhadrak-below-soil

ନୂଆଦିଲ୍ଲୀ: ବିକ୍ରି ହୋଇଯିବ ୧୭୦ ବର୍ଷ ପରୁଣା ଖବର କାଗଜ କମ୍ପାନି ଡେଲି ଟେଲିଗ୍ରାଫ୍ । ଲଣ୍ଡନର ଡେଲି ଗ୍ରାଫକୁ ପ୍ରାୟ ୭ ହଜାର କୋଟି ଟଙ୍କାରେ କ୍ରୟ କରିବାକୁ ଯାଉଛି ଜର୍ମାନୀର ସର୍ବବୃହତ୍ତ ଖବର ପ୍ରକାଶକ । ଜର୍ମାନ ମାସ୍-ମାର୍କେଟ୍ ଟାବଲଏଡ୍ ବିଲ୍ଡ ଏବଂ ବ୍ରଡସିଟ୍ ଡାଏ ୱେଲ୍ଟର ଆକ୍ସେଲ ସ୍ପ୍ରିଞ୍ଜର ୧୭୦ ବର୍ଷ ପୁରୁଣା ବ୍ରିଟିଶ ଖବରକାଗଜକୁ କିଣିବା ପାଇଁ ୫୭୫ ନିୟୁତ ପାଉଣ୍ଡ (ପ୍ରାୟ ୭୦୦୦ କୋଟି) ବ୍ୟୟ କରିବ। ତେବେ ଡେଲି ଟେଲିଗ୍ରାଫକୁ ୫୦୦ ନିୟୁତ ପାଉଣ୍ଡରେ କିଣିବାକୁ ରାଜି ଥିଲା ଡେଲି ମେଲ ପ୍ରକାଶକ ଡିଏମଜିଟି । ତାଠୁ ଅଧିକ ଟଙ୍କାରେ ଡେଲି ଟେଲିଗ୍ରାଫକୁ କିଣିବ ଆକ୍ସେଲ ସ୍ପ୍ରିଞ୍ଜର ଏସଇ।

ଜର୍ମାନୀର ଆକ୍ସେଲ ସ୍ପ୍ରିଞ୍ଜର ଏସଇ ୟୁରୋପର ସବୁଠାରୁ ବଡ଼ ମିଡିଆ କମ୍ପାନି । ୮୦ ବର୍ଷ ପୂର୍ବରୁ ୧୯୪୬ରେ ଏହାକୁ ପ୍ରତିଷ୍ଠା କରିଥିଲେ ଆକ୍ସେଲ ସ୍ପ୍ରିଞ୍ଜର । ୟୁରୋପରେ ରାଜ କରୁଥିବା ଆକ୍ସେଲ ସ୍ପ୍ରିଞ୍ଜର ଏବେ ଇଂରାଜୀ ଭାଷାଭାଷୀ ଦେଶରେ କାୟା ମେଲାଇବାକୁ ଯାଉଛି । ତେବେ ଡେଲି ଟେଲିଗ୍ରାଫର ଗରିମା ବଜାୟ ରଖିବାକୁ ଯଥାସମ୍ଭବ ଚେଷ୍ଟା କରାଯିବ ବୋଲି ଜର୍ମାନୀ ମିଡିଆ ଆକ୍ସେଲ ସ୍ପ୍ରିଞ୍ଜର ପକ୍ଷରୁ କୁହାଯାଇଛି । ତେବେ ଡେଲି ଟେଲିଗ୍ରାଫ ଏବେ ଆମେରିକାରେ ମଧ୍ୟ ପ୍ରସାରିତ ହେବ ।

୨୦୨୧ରେ ପଲ୍ଟିକୋକୁ ୧ ବିଲିୟନ୍ ଡଲାରରେ କ୍ରୟ କରିଥିବା ଆକ୍ସେଲ ସ୍ପ୍ରିଞ୍ଜର ଡେଲି ଟେଲିଗ୍ରାଫକୁ କ୍ରୟ କରିବାକୁ ଦ୍ବିତୀୟ ସର୍ବାଧିକ ଅର୍ଥ ଖର୍ଚ୍ଚ କରିବାକୁ ଯାଉଛି । ଏହା ପୂର୍ବରୁ ୨୦୦୪ରେ ଡେଲି ଟେଲିଗ୍ରାଫକୁ କ୍ରୟ କରିବାକୁ ଚେଷ୍ଟ କରି ବିଫଳ ହୋଇଥିଲା ଆକ୍ସେଲ ସ୍ପ୍ରିଞ୍ଜର ଏସଇ ।

ଆକ୍ସେଲ ସ୍ପ୍ରିଞ୍ଜରର ସିଇଓ ମାଥିଆସ୍ ଡପଫନର କହିଛନ୍ତି ଯେ, ଟେଲିଗ୍ରାଫକୁ କିଣିବା ସୁବିଧା ଥିଲା କିନ୍ତୁ ଏହା ଦାୟିତ୍ବ ବଢ଼ାଇଛି । ଏହାର ଗରିମାକୁ ସଂରକ୍ଷଣ ରଖିବା ସହ ଏହାକୁ ଇଂରାଜୀ ଭାଷାଭାଷୀ ବିଶ୍ୱରେ ସର୍ବାଧିକ ପଠିତ ଖବର କାଗଜ କରିବାକୁ ଚେଷ୍ଟା କରାଯିବ । ସେ କହିଛନ୍ତି ଯେ, ଟେଲିଗ୍ରାଫ୍ କର୍ମଚାରୀମାନେ ଦୀର୍ଘ ସମୟ ଧରି ଅନିଶ୍ଚିତତାର ସମ୍ମୁଖୀନ ହୋଇଥିଲେ । ସେହି ଅନିଶ୍ଚିତତାର ଅନ୍ତ କରିବାକୁ ଚାହୁଁଥିଲା ଆକ୍ସେଲ ସ୍ପ୍ରିଞ୍ଜର।