Iran War: ଯୁଦ୍ଧଗ୍ରସ୍ତ ଇରାନରୁ କେମିତି ଫେରିବେ ଭାରତୀୟ ? ପ୍ଲାନ୍ କହିଲା MEA

NEWS7
shweta-tiwari-gets-custody-of-her-son-reyansh

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ଇରାନ୍ରେ ଏବେ ବି ଫସିରହିଛନ୍ତି ଭାରତୀୟ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ଭାରତ ଫେରାଇ ଆଣିବାକୁ ପ୍ରସ୍ତୁତି ଜୋରଦାର ଚାଲିଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (MEA) ଯୋଜନା ସଂପର୍କରେ ସୂଚନା ଦେଇଛି । ଇରାନର ସୀମା ଅତିକ୍ରମ କରି ଅନ୍ୟ ଦେଶକୁ ଭାରତୀୟଙ୍କୁ ନିଆଯାଉଛି । ସେଠାରୁ ବିମାନ ଯୋଗେ ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ପ୍ରସ୍ତୁତି ହୋଇଛି ।

ଅଧିକ ପଢ଼ନ୍ତୁ: ଭାରତ ପାଇଁ ବଢ଼ିଲା ଟେନସନ, ଯୁଦ୍ଧ ସଙ୍କଟ ବେଳେ ଟ୍ରମ୍ପ ନେଲେ ବଡ଼ ପଦକ୍ଷେପ

କେମିତି ଫେରିବେ ଭାରତୀୟ ?
ଇରାନରେ ଏବେ ୯ ହଜାର ଭାରତୀୟ ଫସି ରହିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ, ଇରାନରେ ଥିବା ନାଗରିକମାନଙ୍କୁ ସ୍ଥଳପଥରେ ଆଜରବାଇଜାନ ଏବଂ ଆର୍ମେନିଆ ନିଆଯିବ । ତା'ପରେ ବିମାନ ଦ୍ୱାରା ସେମାନଙ୍କୁ ଘରକୁ ଫେରାଇ ଅଣାଯିବ। ଇରାନର ପଡ଼ୋଶୀ ଦେଶ ଦେଇ ଯାତ୍ରା କରିବାକୁ ଚାହୁଁଥିବା ଭାରତୀୟମାନଙ୍କୁ ସରକାର ଭିସା ସହାୟତା ଯୋଗାଇବେ । ସୀମା ପାର୍ କରିବାକୁ ମଧ୍ୟ ସାହାଯ୍ୟ କରିବେ ଭାରତ ସରକାର । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଭାରତ ଇରାନରେ ଥିବା ଏହାର ନାଗରିକଙ୍କ ସହ ସମ୍ପର୍କରେ ଅଛି ଏବଂ ଉପଲବ୍ଧ ରାସ୍ତା ବ୍ୟବହାର କରି ଫେରିବାକୁ ଚାହୁଁଥିବା ଲୋକଙ୍କୁ ସାହାଯ୍ୟ କରୁଛି।

 

ଫସି ରହିଥିବା ନାଗରିକଙ୍କୁ ସାହାଯ୍ୟ କରୁଛି ଏମଇଏ
ଇରାନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରେ ନାବିକ, ବ୍ୟବସାୟୀ ଏବଂ କିଛି ତୀର୍ଥଯାତ୍ରୀ ଅଛନ୍ତି। ଅନେକ ଭାରତୀୟ ଇରାନରୁ ଭାରତ ଆସିବାକୁ ଆଗ୍ରହୀ। ଜୟସ୍ବାଲ କହିଛନ୍ତ, ଆମର ଦୂତାବାସ ସେମାନଙ୍କୁ ସାହାଯ୍ୟ କରୁଛି । ସୀମା ଅତିକ୍ରମ କରିବାକୁ ଚାହୁଁଥିବା ଲୋକଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ । ସେ କହିଛନ୍ତି, ‘ଆମେ ତେହେରାନରେ ରହୁଥିବା ଛାତ୍ର ଏବଂ ତୀର୍ଥଯାତ୍ରୀଙ୍କ ସମେତ ଅନେକ ଭାରତୀୟ ନାଗରିକଙ୍କୁ ଦେଶର ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନ ଏବଂ ସହରକୁ ସ୍ଥାନାନ୍ତର କରିଛୁ। ଭାରତୀୟ କର୍ତ୍ତୃପକ୍ଷ ଅନେକ ନାଗରିକଙ୍କୁ ସ୍ଥଳ ସୀମା ପାର କରି ଭାରତ ଫେରିବାରେ ସାହାଯ୍ୟ କରିଛନ୍ତି। ଅନେକ ଭାରତୀୟ ନାଗରିକ ଆମ ସହିତ ଯୋଗାଯୋଗ କରିଛନ୍ତି । ଆମେ ସେମାନଙ୍କୁ ଆଜରବାଇଜାନ ଏବଂ ଆର୍ମେନିଆ ଯାତ୍ରା କରିବାକୁ ଓ ସେଠାରୁ ବିମାନ ଦ୍ୱାରା ଘରକୁ ଫେରିବାକୁ ସାହାଯ୍ୟ କରୁଛୁ।’

ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ ଜୟଶଙ୍କର
Also Read: ଯଦି ବିଦେଶରୁ ଆମଦାନୀ ବନ୍ଦ ହୁଏ, ତେବେ ବିନା ତେଲରେ କେତେ ଦିନ ତିଷ୍ଠିବ ଭାରତ?
ରଣଧୀର ଜୟସ୍ବାଲ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଏବଂ ଇରାନର ବୈଦେଶିକ ମନ୍ତ୍ରୀ ଗତ କିଛି ଦିନ ମଧ୍ୟରେ ୩ ଥର ଆଲୋଚନା କରିଛନ୍ତି। ଶେଷ ଆଲୋଚନାରେ ସାମୁଦ୍ରିକ ସୁରକ୍ଷା ଏବଂ ଭାରତର ଶକ୍ତି ସୁରକ୍ଷା ସହିତ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ସଂପର୍କରେ ଅଧିକ କିଛି କହିବା ଉଚିତ ହେବନି । ରଣଧୀର ଜୟସୱାଲ କହିଛନ୍ତି ଯେ, ପାକିସ୍ତାନର ଭିତ୍ତିହୀନ ଅଭିଯୋଗକୁ ଖଣ୍ଡନ କରୁଛି ଭାରତ। ପାକିସ୍ତାନ ନିଜ ଭୁଲ ପାଇଁ ଭାରତକୁ ଦୋଷ ଦେବାରେ ଅଭ୍ୟସ୍ତ ହୋଇଗଲାଣି। ଦଶନ୍ଧି ଧରି ଆତଙ୍କବାଦକୁ ସମର୍ଥନ କରିଆସୁଥିବା ଏକ ଦେଶ ପାକିସ୍ତାନ ବିଶ୍ବାସଯୋଗ୍ୟ ନୁହେଁ ।