ବାଲିଯାତ୍ରା ୨୦୨୫
LIVE TV

ବିବାଦ ମଧ୍ୟରେ ‘ବିଗ୍‌ ବସ୍ ମଲୟାଲମ୍ ୭’ର ବିଜୟୀ ହେଲେ ଟିଭି ଅଭିନେତ୍ରୀ, ଟ୍ରଫି ସହ ମିଳିଲା ୪୨ ଲକ୍ଷ ଟଙ୍କା ଓ ଏସୟୁଭି

NEWS7
shradhanjali-kanungo-nominated-for-sahitya-akademi-translation-award

ନୂଆଦିଲ୍ଲୀ: ଚର୍ଚ୍ଚିତ ରିୟାଲିଟି ଶୋ’ ‘ବିଗ୍ ବସ୍ ମଲୟାଲମ ସିଜିନ ୭’ର ବିଜୟୀ ହେଲେ ଟିଭି ଅଭିନେତ୍ରୀ ଅନୂମୋଲ। ନଭେମ୍ବର ୯ରେ ସିଜିନ ୭ର ଗ୍ରାଣ୍ଡ୍‌ ଫିନାଲେରେ ଶୋ’ର ହୋଷ୍ଟ ଅଭିନେତା ମୋହନଲାଲ ଅନୂମୋଲଙ୍କ ନାଁ ଘୋଷଣା କରିଛନ୍ତି। ଦୀର୍ଘ ସପ୍ତାହର କଡ଼ା ଟକ୍କର ପରେ ଶେଷରେ ଅନୁମୋଲ ଏହି ଟ୍ରଫି ହାତେଇଛନ୍ତି। ବଡ଼ କଥା ହେଲା ଅନୁମୋଲ ଶୋ’ ଇତିହାସରେ ଦ୍ବିତୀୟ ମହିଳା ଯିଏ ଏହି ଟାଇଟଲ ଜିତିଛନ୍ତି।

ତାଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅନିଶ। ସେହିଭଳି ଶାନାଭାସ, ନବୀ ଏବଂ ଅକବର ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି। ବିଜୟୀ ହେବା ପରେ ଅନୂମୋଲ ଖୁସି ବ୍ୟକ୍ତ କରିବା ସହ ନିଜ ବିଜୟରେ ଗର୍ବି ଅନୁଭବ କରୁଥିବା କହିଛନ୍ତି। ନିଜ ବିଜୟ ପାଇଁ ସେ ଭଗବାନ, ତାଙ୍କ ପରିବାର ଏବଂ ବନ୍ଧୁଙ୍କୁ ଧନ୍ୟବାଦ ଦେଇଛନ୍ତି। ଅନୂମୋଲ ୪୨ ଲକ୍ଷ ୫୫ ହଜାର ୨୧୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ନେଇଛନ୍ତି ।

ସୂଚନାଥାଉକି, ବିଗ ବସ ମଲୟାଲମ ସିଜିନ ୭ ଆରମ୍ଭରୁ ହିଁ ବେଶ୍ ଚର୍ଚ୍ଚାରେ ରହିଆସିଛି। ଏଥର ଶୋରେ ଅନେକ ଜଣାଶୁଣା ମୁହଁଙ୍କ ସହ ନୂଆ ନାଁ ମଧ୍ୟ ସାମିଲ ଥିଲା। ରେନୁ ସୁଧୀ, ଅପ୍ପାନୀ ଶରଥ, ନୂରା, ରଞ୍ଜିତ, ଗିଜେଲ ଠାକୁରାଲ, ବିନ୍ନୀ ନୂବିନ, ଆରଜେ ବିନ୍ସୀ, ବନିୟଲ ସାବୁ ଏବଂ କଲାଭବନ ସରୀଗାଙ୍କ ଭଳି ପ୍ରତିଯୋଗୀ ଶୋ’ରେ ଭାଗ ନେଇଥିଲେ।

ଶୋ’ର ନିର୍ମାତା ଗେମ୍‌ରେ ଏଥର ଟାସ୍କକୁ ଆହୁରି କଡ଼ା କରିଥିଲେ। ଏହାଦ୍ବାରା ପ୍ରତି ସପ୍ତାହରେ ଘର ଭିତରେ ମାହୋଲ ତିକ୍ତତା ପୂର୍ଣ୍ଣ ରହିଥିଲା। ଏହି କାରଣରୁ ପ୍ରତି ଏସିସୋଡ୍ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସେହିଭଳି ଚଳିତ ସିଜିନର ଫାଇନାଲ କେବଳ ରୋମାଞ୍ଚକର ଥିଲା ତାହା ନୁହେଁ ବରଂ ଐତିହାସିକ ମଧ୍ୟ, କାରଣ ଅନିଶଙ୍କ ଭଳି ଜଣେ ସାଧାରଣ ପତିଯୋଗୀ ପ୍ରଥମ ଥର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲେ।  

ସେପଟେ ଆହୁରି ମଧ୍ୟ ଶୋ’କୁ ନେଇ ଅନେକ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଅନୂମୋଲଙ୍କ ଏକାଧିକ ଫ୍ୟାନ ପେଜ୍‌ର ପ୍ରଚାର ଯୋଗୁ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ଅନୂମୋଲ କୌଣସି ମଜଭୁତ ପିଆର୍‌ ଟିମ୍‌ ସାହାଯ୍ୟରେ ଆଗକୁ ବଢ଼ୁଛନ୍ତି। ଘର ଭିତରେ ମଧ୍ୟ ଅନେକ ଥର ଏହି ପ୍ରସଙ୍ଗ ଉଠିଥିଲା ଯେ, ବାହାରେ ଏଭଳି ପ୍ରଚାର ଜନତାଙ୍କ ରାୟକୁ ପ୍ରଭାବିତ କରୁଛି। ଅବଶ୍ୟ ଏସବୁ ବିବାଦ ପରେ ବି ଅନୂମୋଲ ଶୋ’ରେ ନିଜ ଟାସ୍କ ଭଲ ଭାବରେ ସଂପୂର୍ଣ୍ଣ କରିଥିଲେ ଏବଂ ନିଜ ବ୍ୟବହାର ଦ୍ବାରା ଦର୍ଶକଙ୍କୁ ଯୋଡ଼ି ରଖିଥିଲେ।

ସେପଟେ ଅନୂମୋଲଙ୍କ ଫ୍ୟାନ୍ସ ତାଙ୍କ ବିଜୟରେ ଖୁସି ହେଉଥିବାବେଳେ, କିଛି ଦର୍ଶକ ଅନୀଶଙ୍କୁ ବିଜେତା ଘୋଷଣା କରାଯିବା କଥା ବୋଲି କହୁଛନ୍ତି। ସୋସିଆଲ ମିଡିଆରେ ଅନେକ କହିଛନ୍ତି ଅନୀଶ ଜଣେ ସାଧାରଣ ଲୋକ ହୋଇ ବି ଗେମ୍‌ରେ ରଣନୀତି ଏବଂ ସଚ୍ଚୋଟତା ଦେଖାଇଛନ୍ତି। ଯାହା ଏହା ପ୍ରମାଣ କରିଛି ଯେ, ବିଗ୍‌ ବସ୍‌ ମଲୟାଲମ ଏବେ କେବଳ ସେଲିବ୍ରିଟି ଶୋ’ ହୋଇ ରହିନାହିଁ, ବରଂ ଏହା ଏକ ଏଭଳି ମଞ୍ଚ ହୋଇଛି ଯେଉଁଠାରେ ସାଧାରଣ ଲୋକ ମଧ୍ୟ ନିଜ ପରିଚୟ ସୃଷ୍ଟି କରିପାରିବେ।