LIVE TV

ଫିଲିପାଇନ୍ସରେ ଜରୁରିକାଳୀନ ସ୍ଥିତି : କାଲମେଗୀ ପରେ ଆସୁଛି ଆଉ ଏକ ବାତ୍ୟା

NEWS7
show-cause-notice-issued-to-11-miller-in-kalahandi

ମାନିଲା, ୬ |୧୧  :   ଫିଲିପାଇନ୍ସରେ କମୁନି ଦୁର୍ଦ୍ଦଶା । ବାତ୍ୟା କାଲମେଗୀ ଛାଡିଯାଇଥିଲେ ବି ବଢୁଛି ସଙ୍କଟ । ଯାହାକୁ ନଜରରେ ରଖି ସେଠାକାର ସରକାର ଲଗାଇଛନ୍ତି ଜରୁରିକାଳୀନ ସ୍ଥିତି । କ୍ଷୟକ୍ଷତିକୁ ଭରଣା କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ସରକାର । ଏସବୁ ଭିତରେ ଚିନ୍ତା ବଢାଇଛି ମୃତ୍ୟୁ ସଂଖ୍ୟା । ପୂର୍ବରୁ ବାତ୍ୟା ପ୍ରଭାବରେ ୪୦ ଜଣ ପ୍ରାଣ ହରାଇଥିବା ଖବର ଆସିବା ପରେ ଏବେ ଏହି ସଂଖ୍ୟା ୧୧୪ରେ ପହଁଚିଲାଣି । ସେପଟେ ଆଉ ଏକ ସମ୍ଭାବ୍ୟ ବାତ୍ୟା ପାଇଁ ଚିନ୍ତାରେ ପଡିଛନ୍ତି ଫିଲିପାଇନ୍ସବାସୀ ।

ରିପୋର୍ଟ ଅନୁସାରେ, ଦେଶର ପୂର୍ବ ପ୍ରାନ୍ତରେ ଥିବା ଲେଟେ ଓ କେବୁରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଥିଲା । ଏହି ଅଞ୍ଚଳରେ ଗତ ମାସରେ  ବଡ ଭୂମିକମ୍ପ ମଧ୍ୟ ହୋଇଥିଲାଗୋଟିଏ ବିପଦରୁ ଲୋକେ ସମ୍ପୂର୍ଣ୍ଣ  ଭାବେ ମୁକୁଳି ନଥିବା ବେଳେ କାଳ ସାଜିଥିଲା ବାତ୍ୟା କାଲମେଗୀ ବା ଟିନୋ ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ରହିଥିଲା । ପରେ ଏହା ୧୯୫ କିଲୋମିଟରକୁ ବୃଦ୍ଧି ପାଇଥିଲା । ଯେଉଁଥିରେ ଘର ଭାଙ୍ଗିବା ସହ ଅନେକ ଲୋକ ବନ୍ୟାରେ ଭାସି ଯାଇଥିଲେ । ଏପରି ଭାବେ ୧୧୪ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣ ସୁରକ୍ଷାକର୍ମୀ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି।

ଏତେ ପରିମାଣରେ ଦୁର୍ଦ୍ଦଶା ଏବଂ କ୍ଷୟକ୍ଷତି କାରଣରୁ ଫିଲିପାଇନ୍ସ ରାଷ୍ଟ୍ରପତି ଫେରଡିନାଣ୍ଡ ମାର୍କୋସ ଜୁରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ବାତ୍ୟା ପାଇଁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । କାରଣ ଏବେବି ହଜାର ହଜାର ଲୋକ ନିଖୋଜ ଅଛନ୍ତି ଅନେକ ବନ୍ୟାରେ ଭାସି ଯାଇଛନ୍ତି । ପ୍ରାୟ ୨୦ ଲକ୍ଷ ଲୋକ ବାସହରା ହୋଇଥିବା ବେଳେ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି ।

ପାଣିପାଗ ବିଭାଗ କହିଛି ଯେ, ପ୍ରଶାନ୍ତ ମହାସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି । ତାହା ଫିଲିପାଇନ୍ସ ଆଡକୁ ଗତି କରିପାରେ । ଆସନ୍ତା ସପ୍ତାହରେ ଏନେଇ ଚିତ୍ର ସ୍ପଷ୍ଟ ହେବ । ଯଦି ଆଉ ଥରେ ବାତ୍ୟା ହୁଏ ତାହାଲେ ଫିଲିପାଇନ୍ସର ସଙ୍କଟ ଦୁଇଗୁଣା ବଢିଯିବ । ଏସବୁକୁ ନଜରରେ ରଖି ବାତ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରାଯାଇଛି ।

ଫିଲିପାଇନ୍ସ ରେଡ୍ କ୍ରସ ସେକ୍ରେଟାରୀ କହିଛନ୍ତି ଯେ, ଅନେକ ବ୍ୟକ୍ତି ଘର ଭାଙ୍ଗିବା କାରଣରୁ ଫସି ରହିଥିଲେ । କିଛି ଲୋକଙ୍କୁ ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ପଠାଯାଇଥିଲା  । ଯେଉଁମାନେ ଫସି ରହିଥିଲେ ସେମାନଙ୍କୁ ଉଦ୍ଧାର କରାଯାଇଛି । କେବଳ ଏତିକି ନୁହେଁ ବାତ୍ୟା ବେଳେ ଦେଶରେ ୧୬୦ଟି ବିମାନକୁ ବାତିଲ କରାଯାଇଥିଲା । ପାଣି ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସତ୍ତ୍ନେ ଅନେକ ବ୍ୟକ୍ତି ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି । ଏସବୁକୁ ନଜରରେ ରଖିଲେ ଆଗକୁ ମୃତ୍ୟୁ ସଂଖ୍ୟା ୨୦୦ ଟପିପାରେ ବୋଲି ସେ ପ୍ରକାଶ କରିଛନ୍ତି ।