LIVE TV

ବନ୍ଧାହେଲା ପୋଲିସ SI ସ୍କାମ ମୋଷ୍ଟଓ୍ୱାଣ୍ଟେଡ୍ ମୁନା ମହାନ୍ତି, ଏବେ ବି ଫେରାର୍ ମାଷ୍ଟରମାଇଣ୍ଡ

NEWS7
shop-burnt-complain-in-anandpur-regarding-money-returning

ଭୁବନେଶ୍ୱର ୧୭/୧୦: ସରିଲା ଲୁଚକାଳି ଖେଳ । ବନ୍ଧାହେଲା ବହୁଚର୍ଚ୍ଚିତ ପୋଲିସ SI ଚାକିରି ସ୍କାମର ମୋଷ୍ଟଓ୍ୱାଣ୍ଟେଡ୍ ମୁନା ମହାନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟରୁ ମୁନାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁନାର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ବି ଗିରଫ କରିଛି। ଗୁରୁବାର ଦଶପଲ୍ଲାର ଏକ ଫାର୍ମ ହାଉସରେ ମୁନା ଓ ସୁକାନ୍ତ ଥିବା ବେଳେ ରେଡ୍ କରିଥିଲା କ୍ରାଇମବ୍ରାଞ୍ଚ । 

ହେଲେ ସେଠୁ ଚମ୍ପଟ ମାରିଥିଲା ମୁନା ମହାନ୍ତି । ପରେ ତାଙ୍କୁ ଟ୍ରାକ୍ କରି ଧରିଛି ତଦନ୍ତକାରୀ ସଂସ୍ଥା । ପୋଲିସ୍ SI ପରୀକ୍ଷାରେ କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । କଟକ ଜିଲ୍ଲା ବାଙ୍କି କଳାପଥର ଅଞ୍ଚଳରେ ମୁନାର ଘର । ସେ ପରୀକ୍ଷାର୍ଥୀଙ୍କଠାରୁ ସାର୍ଟିଫିକେଟ ନେଇ ଟଙ୍କା ଆଦାୟ କରୁଥିଲା ବୋଲି ସୂଚନା ମିଳିଛି। ଶେଷରେ ମୁନା ବନ୍ଧା ହୋଇଥିବାବେଳେ ଶଙ୍କର ଏବେ ବି ଫେରାର। 

କେଳେଙ୍କାରୀର ପ୍ରମୁଖ କିଙ୍ଗପିନ୍ ଶଙ୍କର ପୃଷ୍ଟି ଏବେ କେଉଁଠି ତାକୁ ନେଇ ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ । ଏସବୁ ଭିତରେ ଶଙ୍କର ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛି । ତଦନ୍ତକାରୀ ଟିମରୁ ପଂଝାରୁ ମୁକୁଳିବାକୁ ଶଙ୍କର ପୃଷ୍ଟି ଏବେ ଦୁବାଇରେ ଥିବା କୁହାଯାଉଛି। ସେ ନେପାଳ ଦେଇ ଦୁବାଇ ଚାଲିଯିବା ସହ ସେଠାରେ, ଆତ୍ମଗୋପନ କରିଥିବା ଚର୍ଚ୍ଚା ହେଉଛି।