ଜାପାନରେ ମହା ଭୂ-କମ୍ପ ଆଲର୍ଟ, ସରକାର ଲୋକଙ୍କୁ ଦେଲେ ୭ ଦିନର କଡ଼ା ଚେତାବନୀ, ଉପକୂଳକୁ ସୁନାମୀ ସତର୍କତା

NEWS7
shocking-man-records-wife-suicide-video-sends-to-her-relatives

ଟୋକିଓ ୯।୧୨: ଜାପାନ ପାଣିପାଗ ଏଜେନ୍ସୀ ଚଳିତ ସପ୍ତାହରେ ଦେଶରେ ମେଗା କ୍ୱେକ୍ ଅର୍ଥାତ ମହା ଭୂ-କମ୍ପ ଆସିବା ନେଇ ଅଧିକାରୀକ ଚେତାବନୀ ଜାରି କରିଛି। ଏହା ସବୁଠୁ ଉଚ୍ଚସ୍ତରୀୟ ଆଲର୍ଟ ବୋଲି ଜଣାପଡିଛି, ଯାହାକୁ ସୋମବାର ଓମାରୀ ଉପକୂଳରେ ହୋଇଥିବା ୭.୫ ତୀବ୍ରତାର ଭୂମିକମ୍ପ ପରେ ଜାରି କରାଯାଇଛି। ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଏପରି ହୁଏ ହୋକ୍କାଇଡୋରୁ ଆରମ୍ଭ କରି ଚିବା ପର୍ଯ୍ୟନ୍ତ ଜାପାନର ସମଗ୍ର ପ୍ରଶାନ୍ତ ମହାସାଗର ଉପକୂଳରେ ବଡ଼ ସୁନାମୀ ଆସିପାରେ।

ଉଲ୍ଲେଖଯୋଗ୍ୟ ଯେ ଏହି ଚେତାବନୀ ପ୍ରଣାଳୀ ୨୦୨୨ରେ କାର୍ଯ୍ୟକ୍ଷମ ହେବା ପରଠାରୁ ପ୍ରଥମ ଥର ସବୁଠୁ ଉଚ୍ଚସ୍ତରର ଭୂମିକମ୍ପ ଚେତାବନୀ ଜାରି କରିଛି। ଅଧିକାରୀମାନେ ପ୍ରଶାନ୍ତ ମହାସାଗର ଉପକୂଳରେ ରହୁଥିବା ବାସିନ୍ଦାଙ୍କୁ ପୁରା ସପ୍ତାହ ସତର୍କ ରହିବାକୁ ଓ ଯେ କୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ସନାୟ ତାକାଇଚୀ କହିଛନ୍ତି ଯେ ସୋମବାର ଭୂମିକମ୍ପ ଯୋଗୁ ହୋକ୍କାଇଡୋରୁ ସାନରିକୁ କ୍ଷେତ୍ରରେ ବଡ଼ ଭୂମିକମ୍ପ ସମ୍ଭାବନା ସାଧାରଣ ସମୟ ତୁଳନାରେ ବହୁତ ଅଧିକ। ଏଣୁ ପ୍ରଧାନମନ୍ତ୍ରୀ ନାଗରିକଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତ ରହିବାକୁ ନିବେଦନ କରିଛନ୍ତି।

ତେବେ ୮ ଡିସେମ୍ବର ସୋମବାର ହୋଇଥିବା ୭.୫ ତୀବ୍ରତାର ଭୂମିକମ୍ପ ଯୋଗୁ ଅନୁନ୍ୟ ୩୩ ଜଣ ଆହତ ହୋଇଥିବା ବେଳେ ସୁନାମୀ ସତର୍କତା ଜାରି ହୋଇଥିଲା। ସେହି ଅନୁସାରେ କେତେକ ସ୍ଥାନରେ ୭ରୁ ୨୭ ଇଞ୍ଚ ଉଚ୍ଚ ଲହରି ଦେଖାଯାଇଥିଲା। ତେବେ ବିଶେଷଜ୍ଞମାନେ ୧୦ ଫୁଟ ଉଚ୍ଚ ସୁନାମୀ ଲହରିର ଆଶଙ୍କା କରିଥିଲେ। ସୋମବାର ଭୂମିକମ୍ପ ପରେ ପାଖାପାଖି ୯୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ନାଗରିକଙ୍କୁ ସପ୍ତାହସାରା ଆଫ୍ଟର ସକ୍ ନିମନ୍ତେ ପ୍ରସ୍ତୁତ ରହିବାକୁ କହିଛନ୍ତି। ଯଦି ଭୂମିକମ୍ପ ଝଟକା ଅନୁଭୂତ ହୁଏ ତୁରନ୍ତ ଘରୁ ପଦାକୁ ଚାଲି ଆସିବାକୁ କୁହାଯାଇଛି।