ଆଶ୍ରମ ସ୍କୁଲ୍ ପାଚେରୀ ଡେଇଁ କାହିଁକି ପଳାଇଥିଲେ ୩ ଛାତ୍ର ? ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପରେ ଚାଲିଛି ତନାଘନା

NEWS7
shiny-object-thinking-it-is-glass-turns-out-to-be-a-diamond

ଢ଼େଙ୍କାନାଳ ୧୩।୧୨: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ଚିଲତଇଳା ଆଶ୍ରମ ସ୍କୁଲରୁ ଡିସେମ୍ବର ୧୦ ତାରିଖରୁ ନିଖୋଜ ୩ ଜଣ ଛାତ୍ର ଚଣ୍ଡିଖୋଲରୁ ଉଦ୍ଧାର ।ଶୁକ୍ରବାରବିଳମ୍ବିତ ରାତିରେ ରାସୋଳ ପୋଲିସ ଚଣ୍ଡିଖୋଲରୁ ଉଦ୍ଧାର କରିଛି । ୩ ଶିଶୁ ଏବଂ ପରିବାର ଲୋକ ରାସୋଳ ଥାନାରେ ଥିବାବେଳେ ସ୍କୁଲ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକକଙ୍କୁ ଥାନାରେ ଅଟକ ରଖାଯାଇଛି । ସମସ୍ତ କାଗଜପତ୍ର ପରେ ପରିବାର ଲୋକଙ୍କୁ ଶିଶୁ ମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ଦିନ ସ୍କୁଲ ପାଚେରୀ ଡେଇଁ ୩ ଛାତ୍ର ସ୍କୁଲରୁ ଚାଲିଯାଇଥିଲେ । ବହୁ ଖୋଜାଖୋଜି କରି ଛାତ୍ର ମାନଙ୍କୁ ଚଣ୍ଡିଖୋଲରୁ ପାଇଲା ପରେ ପରିବାର ଲୋକଙ୍କ ସହ ତାଙ୍କୁ ରାସୋଳ ଥାନାକୁ ଆଣିଥିଲେସେଠାରେ ଉଦ୍ଧାର ହୋଇଥିବା ଛାତ୍ର ପାଚେରୀ ଡେଇଁ ଚାଲିଯାଇଥିବା ସ୍ୱୀକାର କରିଛନ୍ତି ତେବେ ସବୁ ତଦନ୍ତ ଶେଷ କରି ପିଲା ମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ରାସୋଳ ପୋଲିସ ତରଫରୁସୂଚନା ମିଳିଛି ।