ବାରବାଟୀରେ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ଏତିକି ଟାର୍ଗେଟ୍ ଦେଲା ଭାରତ

NEWS7
shilpa-shinde-reveals-about-her-relationship-with-siddharth-shukla

କଟକ: ବାରବାଟୀରେ ଚମକିଲେ ହାର୍ଦ୍ଦିକ ପାଣ୍ଡ୍ୟା। ତାରକା ଅଲରାଉଣ୍ଡରଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ୬ ଓ୍ଵିକେଟ୍ ହରାଇ ୧୭୫ ରନ କରିଛି। ପ୍ରଥମ ଟି-୨୦ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ଦରକାର ୧୭୬ ରନର। ଦ୍ରୁତ ବୋଲରଙ୍କୁ ସୁହାଇଥିବା ପିଚରେ ପ୍ରାରମ୍ଭିକ ବିଫଳତା ପରେ ବି ପ୍ରଭାବଶାଳୀ ସ୍କୋର କରିଛି ଟିମ୍ ଇଣ୍ଡିଆ। ହାର୍ଦ୍ଦିକ ୫୯ ରନ ଅପରାଜିତ ଥିଲେ। ତିଳକ ବର୍ମା ୨୬ ରନ କରିଥିବା ବେଳେ ଅକ୍ଷର ପଟେଲ୍ ୨୩ ରନ କରିଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା। ଶୁଭମନ ଗିଲ୍(୪ ରନ) ବଡ଼ ସଟ୍ ଖେଳିବାକୁ ଯାଇ ଲୁଙ୍ଗି ଏନଗିଡିଙ୍କ ଶିକାର ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୨ ରନ କରି ନିରାଶ କରିଥିଲେ। ଦ୍ରୁତ ବୋଲରଙ୍କୁ ସୁହାଉଥିବ ବାରବାଟୀ ପିଚରେ ଦକ୍ଷିଣ ଆଫ୍ରିକାର ବୋଲର ଭାରତୀୟ ବ୍ୟାଟରଙ୍କୁ ହାତ ଖୋଲିବାକୁ ସୁଯୋଗ ଦେଇ ନଥିଲେ। ଅଭିଷେକ ଶର୍ମା ୧୨ ବଲରୁ ୧୭ ରନ କରି ତୃତୀୟ ବ୍ୟାଟର ଭାବେ ପାଭିଲିୟନ ଫେରିଥିଲେ। ତିଳକ ବର୍ମା କ୍ରିଜରେ ଜମିଥିଲେ ହେଁ ୩୨ ବଲରୁ ୨୬ ରନର ଧିମା ଇନିଂସ ଖେଲିଥିଲେ।

ଭାରତ ଆଶା ଅନୁଯାୟୀ, ଦ୍ରୁତ ଗତିରେ ରନ କରି ପାରି ନ ଥିଲା। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତାଙ୍କ ସହ ଅକ୍ଷର ପଟେଲ୍ ଉତ୍ତମ ଯୋଗଦାନ ଦେଇଥିଲେ। କିନ୍ତୁ ଅକ୍ଷର ପଟେଲ୍ ୨୩ ରନ କରି ମିଳିଥିବା ଆରମ୍ଭର ଫାଇଦା ଉଠାଇ ପାରି ନ ଥିଲେ। ଶିବମ ଦୁବେ(୧୧ ରନ) କିଚି ଖାସ୍ କରି ପାରି ନ ଥିଲେ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଚୌକା ଓ ଛକା ବର୍ଷା କରି ଚାଲିଥିଲେ। ପାଣ୍ଡ୍ୟା ବାରବାଟୀରେ ନିଜର ଟି-୨୦ ଅନ୍ତର୍ଜାତୀୟରେ ଷଷ୍ଠ ଅର୍ଦ୍ଧଶତକ ହାସଲ କରିଛନ୍ତି। ମାତ୍ର ୨୮ ବଲରୁ ୬ ଚୌକା ଓ ୪ ଛକା ସହ ଅପରାଜିତ ୫୯ ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୫ ରନ କରିଛି। ଜିତେଶ ଶର୍ମା ୧୦ ରନ କରିଥିଲେ।