ମାଳଦ୍ୱୀପରେ କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା, ମହଙ୍ଗା ପଡ଼ିଲା ଚୀନ୍ ଇସାରାରେ ଚାଲିବା

Published By : Prameya-News7 Bureau | April 19, 2024 IST

News7

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ତିନି ମାସରେ ମାଳଦ୍ୱୀପକୁ ଯାତ୍ରା କରିଛନ୍ତି ସବୁଠୁ କମ୍ ଭାରତୀୟ। ମାଲେ ଓ ଦିଲ୍ଲୀ ମଧ୍ୟରେ ଚାଲିଥିବା କୁଟନୈତିକ ବିବାଦ ପରିଣାମ ଭୋଗିଛି ଦ୍ୱୀପରାଷ୍ଟ୍ର ମାଳଦ୍ୱୀପ। ପ୍ରଥମ ତ୍ରୈମାସିକରେ ୩୮ ପ୍ରତିଶତ ହ୍ରାସ ପାଇଛି ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା। ମାଳଦ୍ୱୀପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଥିବା ପର୍ଯ୍ୟଟନ ପରିସଂଖ୍ୟାନ ଅନୁଯାୟୀ ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଅର୍ଥାତ୍ ପ୍ରଥମ କ୍ୱାର୍ଟରରେ ମୋଟ ୩୪,୮୪୭ ଭାରତୀୟ ମାଳଦ୍ୱୀପ ଭ୍ରମଣ କରିଛନ୍ତି। କିନ୍ତୁ ଗତ ବର୍ଷ ତୁଳନାରେ ଏହା 38% ହ୍ରାସ ପାଇଛି। ଯେତେବେଳେ ସମାନ ସମୟ ମଧ୍ୟରେ ଗତ ବର୍ଷ ୫୬ ହଜାରରୁ ଅଧିକ ପର୍ଯ୍ୟଟକ ମାଲଦ୍ୱୀପ ଭ୍ରମଣ କରିଥିଲେ।

ପରିସଂଖ୍ୟାନରୁ ଜଣାପଡିଛି ଯେ ଜାନୁୟାରୀ ୨୦୨୪ରେ ସମୁଦାୟ ୧୨,୭୯୨ ଭାରତୀୟ (ମୋଟ ପର୍ଯ୍ୟଟକର 7.1 ପ୍ରତିଶତ) ଭ୍ରମଣ କରିଛନ୍ତି। ଫେବୃଆରୀରେ ସମୁଦାୟ ୧୧,୫୨୨ ଭାରତୀୟ ପର୍ଯ୍ୟଟକ ମାଲଦ୍ୱୀପ ଭ୍ରମଣ କରିଛନ୍ତି, ଗତ ବର୍ଷ ସମାନ ମାସରେ ମୋଟ ୧୯୪୯୭ ଭ୍ରମଣ କରିଥିଲେ।

ଚଳିତ ବର୍ଷ ମାର୍ଚ୍ଚରେ କେବଳ 8,322 ଭାରତୀୟ ଭ୍ରମଣ କରିଥିବା ବେଳେ ୨୦୨୩ର ସମାନ ମାସରେ ମୋଟ ୧୮୦୯୯ ଭ୍ରମଣ କରିଥିଲେ। ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁଙ୍କ ଏକ 'ଇଣ୍ଡିଆ ଆଉଟ୍' ଅଭିଯାନ ପରେ 'ବଏକଟ୍ ମାଲଦ୍ୱୀପ' ଭାରତର ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିଥିଲା।

ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପ ଭ୍ରମଣ କରିବା ପରେ ଇଣ୍ଟରନେଟରେ ଏହି ଦ୍ୱୀପପୁଞ୍ଜ ଲୋକପ୍ରିୟତା ହାସଲ କରିଥିଲା। ଏହି ଦ୍ୱୀପପୁଞ୍ଜକୁ ଭ୍ରମଣ କରୁଥିବା ଭାରତୀୟ ସଂଖ୍ୟାଙ୍କ କ୍ରମାଗତ ବୃଦ୍ଧି ଘଟିଥିବାର ଦେଖାଯାଇଛି। ସେପଟେ ତଥ୍ୟ ଅନୁଯାୟୀ, ୨୦୧୮ରେ ୧ ଲକ୍ଷ ଭାରତୀୟ ମାଲଦ୍ୱୀପ ଭ୍ରମଣ କରିଥିଲେ। ୨୦୧୯ରେ ଏହି ସଂଖ୍ୟା ୧.୬ ଲକ୍ଷକୁ ବୃଦ୍ଧି ପାଇଥିଲା। ୨୦୨୧ ମସିହାରେ, ମାଲଦ୍ୱୀପକୁ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ୨.୯୧ ଲକ୍ଷକୁ ବୃଦ୍ଧି ପାଇଥିଲା, କାରଣ ଦେଶ ଏହାର କୋଭିଡ-୧୯ ଗାଇଡଲାଇନକୁ କୋହଳ କରିଥିଲା।

ପ୍ରକାଶଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରିବା ପରେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ କୂଟନୈତିକ ସ୍ତରରେ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ଅନେକ ଭାରତୀୟ ମାଳଦୀପ ଗସ୍ତକୁ ବାତିଲ କରିଥିଲେ। ଏହାପରେ ଭାରତୀୟଙ୍କ ଲାକ୍ଷାଦ୍ୱୀପ ଗସ୍ତ ଆରମ୍ଭ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.