LIVE TV

ଭିଜିଲାନ୍ସ ପଞ୍ଝାରେ ଆରଆଇ, ୬୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

NEWS7
share-market-today-live-rbi-bse-nse-sensex-nifty-history-stock-high-record

ପିପିଲି ୦୫।୧୧ : ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ । ୬୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୁରୀ ଜିଲ୍ଲା ପିପିଲି ତହସିଲ ଅଧୀନ ବନ୍ତଳସିଂହ ଆରଆଇ ଜୀବନ କୃଷ୍ଣ ପରିଡା।

ଖବର ଅନୁଯାୟୀ, ଛଅଟି ପୈତୃକ ପ୍ଲଟର ମ୍ୟୁଟେସନ ମାମଲାରେ ଜଣେ ଅଭିଯୋଗକାରୀଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ମଙ୍ଗଳବାର ଦିନ ଲାଞ୍ଚ ନେବା ସମୟରେ ଆରଆଇଙ୍କୁ ଧରିଛି ଭିଜିଲାନ୍ସ । ଅଭିଯୁକ୍ତ ଶ୍ରୀ ପରିଡ଼ା ଆରଆଇ ପ୍ରଥମେ ପ୍ରତି ମ୍ୟୁଟେସନ ମାମଲାରେ ୧୫ ହଜାର ଟଙ୍କା ଲେଖାଏଁ ୯୦ ହଜାର ଟଙ୍କା ଦାବି କରିଥିଲେ । ଏପିରିକି ଲାଞ୍ଚ ନଦେଲେ ଆବେଦନ ପ୍ରକ୍ରିୟାକରଣ କରିବାକୁ ମନା କରିଥିଲେ ଆର୍‌ଆଇ ।