ଦୁଃସାଧ୍ୟ ରୋଗ ବିରୋଧରେ ନିର୍ଣ୍ଣାୟର ଲଢେଇ ଲଢିଛନ୍ତି ସରକାର, ଜାଣନ୍ତୁ ବୀମା ନେଇ କ‘ଣ କହିଲେ ରାଷ୍ଟ୍ରପତି?

NEWS7
sharadiya-navaratri-starts-from-thursday

ନୂଆଦିଲ୍ଲୀ ୨୮।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଜେଟ ଅଧିବେଶନର ପ୍ରଥମ ଦିନ ବୁଧବାର ସଂସଦର ଉଭୟ ସଦନକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ମୋ ସରକାର ବଡ଼ ଓ ଦୁଃସାଧ୍ୟ ରୋଗ ବିରୋଧରେ ନିର୍ଣ୍ଣାୟକ ଲଢେଇ ଲଢିଛନ୍ତି। ଏଥିରେ ଜାପାନୀ ଏନସେଫେଲାଇଟିସ୍ ଭଳି ରୋଗ ଉପରେ ପ୍ରଭାବୀ ନିୟନ୍ତ୍ରଣ ପାଇପାରିଛନ୍ତି। ସେହିପରି ସିକିଲସେଲ ଏନିମିୟା ଉନ୍ମୁଳୋନ ମିସନରେ ସାଢେ ୬ କୋଟିରୁ ଅଧିକ ନାଗରିକଙ୍କୁ ସ୍କ୍ରିନିଂ କରାଯାଇଛି। ଏହାଦ୍ୱାରା ଦେଶର ଜନଜାତୀୟ ଅଞ୍ଚଳରେ ରୋଗକୁ ରୋକିବାରେ ସହାୟତା ମିଳିଛି।

ରାଷ୍ଟ୍ରପତି ପାଖାପାଖି ଏକ ଘଣ୍ଟାର ଭାଷଣରେ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତକୁ ଆଖି ସଂକ୍ରମଣ ଟ୍ରେକୋମା ମୁକ୍ତ ଘୋଷଣା କରିଛନ୍ତି। ଏହା ବାସ୍ତବିକ ଆମ ଲାଗି ଏକ ଗର୍ବର ବିଷୟ। ଭାରତ ସରକାର ଦ୍ୱାରା ଗରିବ ଲୋକଙ୍କ ଚିକିତ୍ସା ନିମନ୍ତେ ଆରମ୍ଭ କରିଥିବା ‘ଆୟୁଷ୍ମାନ ଭାରତ’ ଯୋଜନାରେ ଗତବର୍ଷ ପର୍ଯ୍ୟନ୍ତ ଦେଶର ବିଭିନ୍ନ ହସ୍ପିଟାଲରେ ୧୧ କୋଟିରୁ ଅଧିକ ଲୋକ ମାଗଣା ଚିକିତ୍ସା ସେବା ପାଇ ପାରିଛନ୍ତି ଓ ଏହା ପୂର୍ବ ବର୍ଷ ଅଢେଇକୋଟି ଲୋକେ ମାଗଣା ଚିକିତ୍ସିତ ହୋଇଥିଲେ। ସେହିପରି ଗତ ଦେଢବର୍ଷ ହେଲା ୧ କୋଟି ବୟଷ୍କ ନାଗରିକଙ୍କ ନିମନ୍ତେ ବୟ ବନ୍ଦନା କାର୍ଡ ଜାରି କରାଯାଇଛି। ଏହା ସହାୟତାରେ ୮ ଲକ୍ଷରୁ ଅଧିକ ବୟଷ୍କ ଲୋକେ ହସ୍ପିଟାଲରେ ଭର୍ତ୍ତି ହେବା ସହ ନିଜର ନିଶୁଳ୍କ ଚିକିତ୍ସା କରାଇଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ ମୋ ସରକାର ପ୍ରତ୍ୟେକ ନାଗରିକକୁ ବୀମା ସୁରକ୍ଷା ପ୍ରଦାନ ନିମନ୍ତେ ମଧ୍ୟ ସଂକଳ୍ପବଦ୍ଧ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପିଏମ ସୁରକ୍ଷା ବୀମା ଯୋଜନାର ଏଥିରେ ବଡ଼ ଭୂମିକା ରହିଛି। ଏହି ସବୁ ଯୋଜନାରେ ଦେଶର କୋଟିକୋଟି ନାଗରିକଙ୍କୁ ବୀମା କଭରେଜ ମିଳିଛି। ଏହି ବୀମା ବାବଦେ ୨୪ ହଜାର କୋଟିରୁ ବି ଅଧିକ କ୍ଲେମ ହୋଇଛି। ଏହି ଯୋଜନା ସଂକଟ କାଳରେ ଗରୀବଙ୍କ ନିମନ୍ତେ ସମ୍ବଳ ହୋଇଛି।