ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ରାଜ୍ୟରେ ବଢିଚାଲିଛନ୍ତି କଳା ବାଘ

NEWS7
shahrukh-khan-said-he-is-muslim-his-wife-is-hindu-and-his-children-are-indian-this-video-of-king-khan-getting-viral-in-social-media

ନୟାଗଡ ୩୦/୦୧: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ରାଜ୍ୟରେ ବଢିଛି କଳାବାଘ ସଂଖ୍ୟା । ବିଶେଷ କରି ନୟାଗଡ ବନବିଭାଗ ପାଇଁ ଆସିଛି ଖୁସି ଖବର । ଜିଲ୍ଲାର ଜଙ୍ଗଲରେ କଳାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଅନୁମାନ କରିଛି ବନବିଭାଗ । ବାଘଗଣନା ଶେଷ ହୋଇନଥିଲେ ମଧ୍ୟ ଟ୍ରାପ୍ କ୍ୟାମେରା ଭିଜୁଆଲ୍ କୁ ଭିତ୍ତି କରି ଏବେ ପାଖାପାଖି ୭ଟି କଳାବାଘ ରହିଥିବା ଅନୁମାନ କରାଯାଉଥିବା ଡିଏଫଓ କହିଛନ୍ତି ।

ସେହିପରି ବନ୍ୟଜନ୍ତୁଙ୍କ ବଂଶ ବୃଦ୍ଧି ଏବଂ ସେମାନଙ୍କ ସ୍ୱାସ୍ତ୍ୟ ସନ୍ତୁଳନ ପାଇଁ ବନବିଭାଗ ପକ୍ଷରୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ସଲ୍ଟ ଲେକ୍ କରାଯାଇଛି ଯାହାକୁ ଖାଇବା ପାଇଁ ସମସ୍ତ ପ୍ରକାରର ବନ୍ଯଜନ୍ତୁ ଆସୁଥିବା ଡିଏଫଓ କହିଛନ୍ତି । ଏହାର ଟ୍ରାପ୍ କ୍ଯାମେରା ଭିଜୁଆଲ ମଧ୍ୟ ଆସିଛି । ଜିଲ୍ଲାରେ ବନ୍ୟଜନ୍ତୁଙ୍କ ସୂରକ୍ଷା ପାଇଁ ବନବିଭାଗ ସମ୍ପୂର୍ଣ୍ଣ ସଜାଗ ଥିବା ଡିଏଫଓ କହିଛନ୍ତି ।