ଭାରତ ପରେ ବୌଦ୍ଧ ଭିକ୍ଷୁଙ୍କ ସହ ଆମେରିକାରେ କୁକୁର ଅଲୋକା କରୁଛି ପଦଯାତ୍ରା; ବାଣ୍ଟୁଛି ଶାନ୍ତିର ବାର୍ତ୍ତା, ଭିଡିଓ ଭାଇରାଲ୍‌

NEWS7
servitors-took-oath-to-safeguard-interest-of-culture-on-kranti-divas

ନୂଆଦିଲ୍ଲୀ୦୮। ୦୧: ଦୟା ଓ ଏକତାର ଏକ ହୃଦୟସ୍ପର୍ଶୀ କାହାଣୀ ସାମ୍ନାକୁ ଆସିଛି । ଧୋକା, ପ୍ରତାରଣାଭରା ଏ ବିଶ୍ୱରେ ଅଲୋକା ନାମକ ଏକ ଅଲୋଡ଼ା ବୁଲା କୁକୁର ଶାନ୍ତିର ବାର୍ତ୍ତାବହ ହୋଇଛି । ୧୧୨ ଦିନ ଧରି ବୌଦ୍ଧ ଭିକ୍ଷୁଙ୍କ ସହିତ ସମଗ୍ର ଭାରତରେ ସେ ପଦଯାତ୍ରା କରିଛି । ପଦଯାତ୍ରାର ତମାମ ବିପରୀତ ପରିସ୍ଥିତିକୁ ବି ଧୈର୍ଯ୍ୟ ଓ ଶାନ୍ତିର ସହ ସହ୍ୟ କରିଛି । ଅଲୋକା ବର୍ତ୍ତମାନ ଆମେରିକାରେ ପଦଯାତ୍ରା କରୁଛି ।

ଟେକ୍ସାସ୍ରୁ ୱାଶିଂଟନ୍ ଡିସିକୁ ୩,୭୦୧ କିମି ଦୂର ଯାତ୍ରା କରୁଛି । ଅକ୍ଟୋବର ୨୬, ୨୦୨୫ରେ ଟେକ୍ସାସରୁ ବୌଦ୍ଧ ଭିକ୍ଷୁ ଓ ଅଲୋକା ଶାନ୍ତିର ବାର୍ତ୍ତା ସହିତ ୧୧୦ ଦିନର ପଦଯାତ୍ରା ଆରମ୍ଭ କରିଥିଲେ । ଏହା ପୂର୍ବରୁ ବୌଦ୍ଧ ଭିକ୍ଷୁମାନେ ଭାରତରେ ୧୧୨ ଦିନର ଶାନ୍ତି ଯାତ୍ରା କରୁଥିଲେ । ଏହି ସମୟରେ ବେସାହାରା ଅଲୋକା ସହ ସେମାନଙ୍କର ଭେଟ ହେଲା । ଏହା ପରେ ଅଲୋକା ସେମାନଙ୍କ ସହ ବିଶ୍ୱ ଭ୍ରମଣରେ ବାହାରିଲା ।

ଯାତ୍ରାବେଳେ ବୌଦ୍ଧ ଭିକ୍ଷୁମାନେ ଯେଉଁଠି ଶୋଉଥିଲେ, ଅଲୋକା ସେଇଠି ଶୋଉଥିଲା । ସେମାନେ ଯେତେବେଳେ ବିଛଣା ଛାଡୁଥିଲେ, ସେ ବି ଉଠୁଥିଲା । ସେମାନେ ଦୈନନ୍ଦିନ ସମ୍ମୁଖୀନ ହେଉଥିବା ସମସ୍ୟା ସେ ମଧ୍ୟ ସାମ୍ନା କରୁଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ୟୁଜର୍ସ କୁକୁରର ପ୍ରଶଂସା କରୁଛନ୍ତି ।