‘ଡନ୍-୩’ ଛାଡିଲେ ରଣଭୀର ସିଂହ, ଫିଲ୍ମ ‘ପ୍ରଳୟ’ର ସୁଟିଂରେ କରୁଛନ୍ତି ଫୋକସ୍

NEWS7
serum-institute-claim-corona-will-continue-next-20-yeras

ମୁମ୍ବାଇ ୨୪।୧୨: ବେଶ କିଛି ଦିନର ବ୍ୟବଧାନ ପରେ ରଣଭୀର ସିଂହଙ୍କ କ୍ୟାରିଅର୍ ବଡ଼ ଲମ୍ଫ ଦେଇଛି। ଯାହାର କାରଣ ‘ଧୁରନ୍ଧର୍’ । ବକ୍ସ ଅଫିସରେ ଏବେ ବି କରୁଛି ଧମାଲ୍ । ଭାରତରେ ଏହାର ବ୍ୟବସାୟ ୬୦୦ କୋଟି ଟପିଛି । କିନ୍ତୁ ଏହାର ପ୍ରଭାବ ‘ଡନ୍-୩’ ଉପରେ ପଡ଼ିଛି । ରିପୋର୍ଟ ଅନୁଯାୟୀ, ଏବେ ରଣବୀର ‘ଡନ୍-୩’ ଛାଡ଼ିଛନ୍ତି । ସେ ଏବେ ଜମ୍ବିର କାହାଣୀ ଉପରେ ଆଧାରିତ ଫିଲ୍ମ ‘ପ୍ରଳୟ’ର ସୁଟିଂରେ ଫୋକସ୍ କରୁଛନ୍ତି ।

ଫରହାନ ଅଖତର୍ଙ୍କ ଅପକମିଙ୍ଗ୍ ଫିଲ୍ମ ‘ଡନ୍-୩’କୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ କ୍ରେଜ୍ । କିନ୍ତୁ ଅଡୁଆ ଫିଲ୍ମର ପିଛା ଛାଡୁନି । ନିକଟରେ ଖବର ଆସିଥିଲା, ଫିଲ୍ମ ପୁଣି ଥରେ ଟ୍ରାକକୁ ଫେରିଛି ଏବଂ ରଣଭୀର ଏହାର ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୨୦୨୬, ଜାନୁଆରୀ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଚର୍ଚ୍ଚା ଥିଲା । ଏବେ କିନ୍ତୁ ନୂଆ ରିପୋର୍ଟରେ ଦାବି ହୋଇଛି, ରଣଭୀର ‘ଡନ୍-୩’ ଛାଡ଼ିଛନ୍ତି । ଏକ ଲୋକପ୍ରିୟ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ଅନୁସାରେ, ରଣଭୀର ଏବେ ‘ଧୁରନ୍ଧର୍’ର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି । ବୋଧହୁଏ ସେଥିପାଇଁ ସେ ‘ଡନ୍-୩’ରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂତ୍ର ଅନୁସାରେ, ରଣଭୀର ଏବେ ସଞ୍ଜୟ ଲୀଲା ଭଂସାଲୀ, ଲୋକେଶ କନଗରାଜ ଓ ଏଟ୍ଲିଙ୍କ ଭଳି ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଚାହୁଁଛନ୍ତି । ସେତିକି ନୁହେଁ, ବାରମ୍ବାର ଗ୍ୟାଙ୍ଗଷ୍ଟର ଫିଲ୍ମରେ କାମ କରିବାକୁ ସେ ଚାହୁଁନାହାନ୍ତି । ‘ଧୁରନ୍ଧର୍’ ତାଙ୍କ ଗ୍ୟାଙ୍ଗଷ୍ଟର ଛବିକୁ ମଜଭୁତ କରିଥିବାବେଳେ ସେ ପୁଣି ଥରେ ରିସ୍କ ନେବାକୁ ଚାହୁଁନାହାନ୍ତି । ରିପୋର୍ଟ ଦର୍ଶାଇଛି, ଏହି କାରଣରୁ ରଣଭୀର ପ୍ରଯୋଜକ ଜୟ ମେହତାଙ୍କୁ ଆଗାମି ଫିଲ୍ମ ‘ପ୍ରଳୟ’ର ସୁଟିଂ ଖୁବଶୀଘ୍ର ଆରମ୍ଭ କରିବାକୁ କହିଛନ୍ତି । ଜମ୍ବି ଆଧାରିତ ଏହି ଫିଲ୍ମରେ ଜଣେ ମଣିଷର ଭାବନାତ୍ମକ କାହାଣୀ ରହିଛି । ତେବେ ରଣଭୀର ‘ଡନ୍-୩’ରୁ ଓହରିବା ପରେ ବି ଏହାର ନିର୍ମାତା ପୂର୍ବ ନିର୍ଦ୍ଧାରିତ ସମୟରେ ଫିଲ୍ମ ସୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ଫିଲ୍ମର ମୁଖ୍ୟ ନାୟକ ଖୋଜା ବି ଜୋରଦାର ଚଳାଇଛନ୍ତି । ସୂଚନାଯୋଗ୍ୟ, କିଆରାଙ୍କୁ ଫିଲ୍ମର ଲିଡ୍ ଲେଡି ଭାବେ କାଷ୍ଟ୍ କରାଯାଇଥିଲା । କିନ୍ତୁ ଗର୍ଭାବସ୍ଥା ଓ ମାତୃତ୍ୱ ଯୋଗୁ ସେ ଫିଲ୍ମରୁ ଓହରିଥିଲେ । ତାଙ୍କ ସ୍ଥାନରେ କ୍ରିତି ସାନନ୍‌ କାଷ୍ଟ୍ କରାଯାଇଛି । ।