LIVE TV

ବାଲିଯାତ୍ରା ଆୟୋଜନକୁ ମେୟରଙ୍କ କ୍ଷୋଭ, ଉପର ପଡିଆରେ ହେବା ନେଇ କଲେ ପ୍ରଶ୍ନ ?

NEWS7
serum-institute-announces-corona-vaccine-in-250-rupees

କଟକ ୩୧/୧୦: ବାଲିଯାତ୍ରା ଆୟୋଜନକୁ ନେଇ କଟକ ମେୟରଙ୍କ କ୍ଷୋଭ । ଉପର ପଡିଆରେ କି ପ୍ରକାର ଆୟୋଜନ ହେବ ପ୍ରଶ୍ନ କଲେ ମେୟର । ଏଯାଏଁ ଉପର ପଡିଆରେ ବାଉଁଶ ପୋତା ହେଲାନାହିଁ, ସୁବାଷ ସିଂ । ଉପର ପଡିଆରେ ବାଲିଯାତ୍ରା ହେବକି ନାହିଁ ସରକାର ସ୍ପଷ୍ଟ କରନ୍ତୁ, ବୋଲି ସୁବାଷ ପ୍ରଶ୍ନ କରିଛନ୍ତି । 
ସୂଚନା ଥାଉକି, ଆଉ ୪ ଦିନ ପରେ କଟକରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରତିବର୍ଷ ଭଳି ଏ ବର୍ଷ ବି ବାଲିଯାତ୍ରା ହେବ । ପୂର୍ବରୁ ଉପର ଓ ତଳ ପଡିଆରେ ବାଲିଯାତ୍ରା ହେଉଥିଲା । ଏଥର କିନ୍ତୁ କେବଳ ତଳ ପଡିଆରେ ବାଲିଯାତ୍ରା ହେବା ନେଇ ସରକାର ନିଷ୍ପତ୍ତି ନେଇଥିଲେ । ପାର୍କିଂ, ଟ୍ରାଫିକ ସମସ୍ୟା, ଭିଡ଼ ନିୟନ୍ତ୍ରଣ ସମସ୍ୟା ଆଦି ଦର୍ଶାଇ ଉପର ପଡ଼ିଆରେ ବାଲିଯାତ୍ରା ହେବ ନାହିଁ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା ।

କିନ୍ତୁ ବିବାଦ ତେଜିବା ପରେ ଉପର ପଡ଼ିଆରେ ବାଲିଯାତ୍ରା ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଏନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ, ବାଲିଯାତ୍ରା ଆୟୋଜିତ ହେବ ବୋଲି ସୂଚନା ମିଳିଛି । ପରେ ବାଲିଯାତ୍ରା ଆୟୋଜନ ନେଇ ସ୍ପଷ୍ଟ କରିଥିଲା ଜିଲ୍ଲା ପ୍ରଶାସନ । ଏମିତିକି ଉପର ପଡିଆରେ କଟକର ଐତିହ୍ୟ ସମ୍ପର୍କିତ ଷ୍ଟଲ ରହିଵ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ହୋଇଛି । ପ୍ରଥମ ଥର ପାଇଁ ବାଲିଯାତ୍ରାରେ ହେବ ଭିଣ୍ଟେଜ କାର୍ ରେସ୍ ହେବ ବୋଲି ବି ନିଷ୍ପତ୍ତି ହୋଇଛି । ହେଲେ ଏଯାଏଁ କାମ କିଛି ଆରମ୍ଭ ହୋଇନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ତେଜିଛି ।