ଧଉଳି ମାମଲାରେ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ, ସୁରକ୍ଷା ନମିଳିଲେ ଆଗକୁ ରାଜଭବନ ଘେରାଉ

NEWS7
sensex-shows-biggest-intraday-recovery-after-touching-lower-circuit

ଭୁବନେଶ୍ୱର ୧୮/୧୨: ଧଉଳି ଦୁଷ୍କର୍ମ ମାମଲାରେ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କଲା ମହିଳା କଂଗ୍ରେସ । ଏ ସରକାରର ମହିଳା ମାନଙ୍କ ପ୍ରତି ଧ୍ୟାନ ନାହିଁ.ଧଉଳୀ ଭଳି ଶାନ୍ତି ପ୍ରିୟ ଜାଗାରେ ଯୋଉ ଘଟଣା ଘଟିଲା ଲଜ୍ୟାଜନକ । ସେଠାରେ ଥାନା ରହିଛି ପୋଲିସ ଜାଣିପାରିଲାନି କେମିତି. ଏ ସରକାର ମହିଳା ଙ୍କ ପ୍ରତି ଅନ୍ୟୟ ଅତ୍ୟାଚାର କରୁଛନ୍ତି ।

​​​​​​​​​​​​​​

ବିଜେପି ସରକାର ଉପରେ ବିଶ୍ୱାସ ଥିଲା ରାଜ୍ୟରେ ମହିଳା ମାନେ ସୁରକ୍ଷୀତ ରହିବେ । ବିଜେପି ସରକାର ଆସିବା ପରେ ଦିନକୁ ଦିନ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି । ମହିଳାଙ୍କ ସୁରକ୍ଷା ପାଇଁ ଯଦି ସରକାର ସଚେତନ ନ ହୁଅନ୍ତି ଆଗାମୀ ଦିନରେ ରାଜଭବନ ଘେରାଉ କରିବୁ । ପୀଡିତାଙ୍କୁ ୫ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ । ପର୍ଯ୍ୟଟନ ସ୍ଥଳୀକୁ ସୁରକ୍ଷିତ ରଖିବାକୁ ମହିଳା କଂଗ୍ରେସ ଦାବି କରିଛି ।