LIVE TV
LIVE TV

ଭୂକମ୍ପରେ ପୁଣି ଥରିଲା ଆମେରିକାର ଆଲାସ୍କା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୦ ରେକର୍ଡ

NEWS7
seized-the-government-residence-after-seizing-the-land-in-bargarh

ନୂଆଦିଲ୍ଲୀ ୨୮।୧୧; ଆମେରିକାର ଆଲାସ୍କାରେ ବଡ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା୬.୦ ରହିଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଏହି ଭୂକମ୍ପର ଝଟକା ପାଇଁ ସୁନାମୀ ଆଲର୍ଟ କରାଯାଇ ନାହିଁ।

ଗୁରୁବାର ଦିନ ଆଲାସ୍କାର ଆଙ୍କୋରେଜ୍ ମେଟ୍ରୋପଲିଟାନ୍ ଅଞ୍ଚଳରେ୬.୦ତୀବ୍ରତାରମ୍ପଅନୁଭୂତ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (UMGS)ଅନୁଯାୟୀ,ସ୍ଥାନୀୟ ସମୟ ପ୍ରାୟ ସକାଳ୮.୧୧ମିନିଟରେ୬୯କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।ହେଲେକୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

ଭୂକମ୍ପର କେନ୍ଦ୍ରସ୍ଥଳ ଆଲାସ୍କାରର ସୁସିତ୍ନାରୁ ପଶ୍ଚିମ-ଉତ୍ତରପଶ୍ଚିମରେ୧୨କିଲୋମିଟର ଦୂରରେ,ସହରରୁ ପ୍ରାୟ୧୦୮କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ ଥିଲା।ଏପର୍ଯ୍ୟନ୍ତକୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।USGSଅନୁଯାୟୀ,ଆଲାସ୍କା ହେଉଛି ଆମେରିକାର ସବୁଠାରୁ ଭୂକମ୍ପପ୍ରବଣ ରାଜ୍ୟ ଏବଂ ବିଶ୍ୱର ସବୁଠାରୁ ଭୂମକମ୍ପ ଦୃଷ୍ଟିରୁ ସକ୍ରିୟ ଅଞ୍ଚଳ ମଧ୍ୟରୁ ଗୋଟିଏ। ଏହି ରାଜ୍ୟରେ ପ୍ରାୟ ପ୍ରତିବର୍ଷ ୭ ତୀବ୍ରତାର ଭୂମିକମ୍ପ ହୁଏ।