LIVE TV

ନୂଆପଡ଼ାରେ ବିଜେଡିର ପାଓ୍ବାର ଶୋ’, ପ୍ରାର୍ଥୀ ସ୍ନେହାଙ୍ଗିନୀ କହିଲେ- ‘ମୁଁ ନବୀନ ବାବୁଙ୍କ ନେତା, କେବେ ଧୋକା ଦେବିନି’

NEWS7
seized-counterfeit-foreign-liquor

ନୂଆପଡ଼ା ୧୦: ନୂଆପଡ଼ାରେ ପଦଯାତ୍ରା କରି ପାୱାର ଶୋ କରିଛି ବିଜେଡି । ସୋମବାର ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ । ଏକ ବିଶାଳ ରାଲି ଶିବ ମନ୍ଦିର ଛକ ତେଲିପଡ଼ା ଠାରୁ ସହର ପରିକ୍ରମା କରି ଏକତା ଛକ ପର୍ଯ୍ୟନ୍ତ ଯିବ । ପରେ ସେଠାରେ ଏକ ସାଧାରଣ ସଭାର ଆୟୋଜନ କରଛି ବିଜୁ ଜନତା ଦଳ । ଏହି କାର୍ଯ୍ୟକ୍ରମରେ ବିଜେଡିର ରାଜ୍ୟସ୍ତରୀୟ ନେତା ମାନେ ଯୋଗ ଦେଇଛନ୍ତି ତେବେ ଏହି ରାଲି ପୂର୍ବରୁ ସ୍ନେହାଙ୍ଗିନୀ ନୂଆପଡ଼ା ସ୍ଥିତ ବାବା କଣା ଭାଇରା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ

ପଦଯାତ୍ରା ସମୟରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ମୁଁ ବିଜେଡିର ସବୁ ସଦସ୍ୟଙ୍କୁ କୃତଜ୍ଞତା ଜଣାଇବି । ରାଜେନ୍ଦ୍ର ଢୋଲକିଆ ଆମ ଦଳର ନେତା ତାଙ୍କୁ ପ୍ରଣାମ କରୁଛି । ନୂଆପଡ଼ାରେ ଆଜି ଇତିହାସ ସୃଷ୍ଟି ହୋଇଛି । ଅନ୍ୟ ଦଳ ବିଜେଡିକୁ ଦୁର୍ବଳ ବୋଲି ଭାବୁଥିଲେ । ହେଲେ ଏ ଜନ ସମର୍ଥନ ଦେଖି ସେମାନେ ଭୟଭୀତ । ମୁଁ ନୂଆପଡ଼ାର ଭାଣିଜୀ । ଆପଣଙ୍କ ସହ ମିଶି ପୂର୍ବରୁ କାମ କରିଛି । ସୁନାଦେଇ ମନ୍ଦିର ଉନ୍ନତି, ବିଜୁ ଏକ୍ସପ୍ରେସ ୱେ ବିଜେଡି ସରକାର ସମୟରେ ହୋଇଛି । ନୂଆପଡ଼ାର ସବୁ ଜନତା ନବୀନ ବାବୁଙ୍କୁ ଭଲ ପାଆନ୍ତି । ଦଳରୁ କିଏ ଗଲା, କିଏ ଆସିଲା ତାହାର କୌଣସି ଅର୍ଥ ନାହିଁ । ଯିଏ ଗଲା ସିଏ ଗଲା । ମୁଁ ଆପଣଙ୍କୁ ମୋର ପରିବାର ବୋଲି ଭାବେ । ବିଜେପି କହୁଛି ମୁଁ ଆଜି ଉଡି ଆସିଛି । କାଲି ପଳେଇବି । ହେଲେ ସେମାନେ ଜାଣିବା ଦରକାର ମୁଁ ନବୀନ ବାବୁଙ୍କ ନେତା । କେବେ ଧୋକା ଦେବି ନାହିଁ ।