LIVE TV

ଦିଲ୍ଲୀରେ ଦୀପାବଳି ବେଳେ କେମିତି ହେବ ଆତସବାଜୀ, ରାଜ୍ୟ ସରକାର ଜାରି କଲେ ଆଡଭାଇଜରୀ

NEWS7
second-film-of-did-you-mean-summa-real-media-summa-real-media-private-limited

ନୂଆଦିଲ୍ଲୀ ୧୫।୧୦:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନିର୍ଦ୍ଦେଶରେ ବୁଧବାର ଗ୍ରୀନ ଫାୟାର କ୍ରାକର ଗାଇଡଲାଇନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦିଲ୍ଲୀ ପୋଲିସ, ଡିପିସିସି, ଏନଡିଏମସି., ଏମସିଡି ଓ ଅନ୍ୟ ଏଜେନ୍ସୀଙ୍କ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ଦୀପାବଳିରେ ଆତସବାଜୀ ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ ସୁନିଶ୍ଚିତ କରିବା ପାଇଁ ଷ୍ଟେକ୍ ହୋଲ୍ଡର୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଛଡା ଦିଲ୍ଲୀରେ ଫାୟାର କ୍ରାକର ବିକ୍ରି ପାଇଁ ସରକାର ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି।

ଦିଲ୍ଲୀ ସରକାର ଦୀପାବଳିରେ ଆତସବାଜୀ ପାଇଁ ସବୁ ଏଜେନ୍ସୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶରେ ଦିଲ୍ଲୀରେ କେବଳ ଗ୍ରୀନ ଫାୟାର କ୍ରାକର ବିକ୍ରି ଲାଗି ଅନୁମତି ମିଳିବ। ଏହି ଫାୟାରକ୍ରାକରକୁ ଅନଲାଇନରେ ମଗା ଯାଇ ପାରିବନି। ଏଥି ପାଇଁ ଅନୁମତି ଦିଆଯିବନି। ସେହିପରି ଟ୍ରେଡର୍ସ ଙ୍କୁ ଏହା ଅଣ୍ଡରଟେକିଂ ଦେବାକୁ ପଡିବ ଯେ ସେମାନେ ବିନା କ୍ୟୁଆର କୋଡ ବାଣ କିଣିବେନି କି ବିକିବେନି। ସେହିପରି ଜାତୀୟ ରାଜଧାନୀରେ ୧୮ରୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଫାୟାରକ୍ରାକର ବିକା କିଣା ହୋଇ ପାରିବ।

ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ଶିରସା କହିଛନ୍ତି ଯେ ଦିଲ୍ଲୀବାସୀଙ୍କୁ ଏଥର ପରିବେଶ ପ୍ରତି ସଚେତନ ରହି ସୁରକ୍ଷିତ ଦୀପାବଳି ପାଳନ ନିମନ୍ତେ ଅନୁମତି ମିଳିଛି। ଏଣୁ ସବୁ ନାଗରିକ ସୁପ୍ରିମକୋର୍ଟଙ୍କ ଆଦେଶକୁ ପାଳନ କରନ୍ତୁ ଓ ଖୁସିରେ ଦୀପାବଳି ଆତସବାଜୀ କରନ୍ତୁ। ତେବେ ଏଥିରେ ସରକାରଙ୍କ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶରସା ସତର୍କ କରିଦେଇଛନ୍ତି।  କୁହାଯାଇଛି ଯେ ଗ୍ରୀନ ଫାୟାର କ୍ରାକର କେବଳ ଦୀପାବଳିର ଦିନକ ପୂର୍ବରୁ ଓ ଦୀପାବଳି ଦିନ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ଓ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ଉପଯୋଗ କରାଯାଇ ପାରିବ।