LIVE TV
LIVE TV

RCB ପାଇଁ ଖେଳିବେ ଇଂଲଣ୍ଡର ଗ୍ଲାମରସ୍‌ କ୍ରିକେଟର, ସୁନ୍ଦରତାରେ ହଜାର ହଜାର ଫ୍ୟାନ୍ସ୍ ଫିଦା

NEWS7
search-engine-report-on-india-pak-and-bngladeshi-internet-users

ନୂଆଦିଲ୍ଲୀ ୨୮।୧୧; ୱିମେନ୍ ପ୍ରିମିୟର ଲିଗ୍ ୨୦୨୬ର ମେଗା ଅକ୍ସନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଦମ୍‌ଦାର ଖେଳାଳୀଙ୍କୁ କିଣିଛି । ସେଥିରୁ ଇଂଲଣ୍ଡର ଏକ ଖେଳାଳୀଙ୍କ ନାମ ମଧ୍ୟ ସାମିଲ ଅଛି। ଡବ୍ଲ୍ୟୁପିଏଲ ୨୦୨୬ ମେଗା ଆକ୍ସନରେ ବେଙ୍ଗାଲୁରୁ ଟିମ ଇଂଲଣ୍ଡର ଦ୍ରୁତଦମ ବୋଲରକୁ ନିଜ ଟିମ୍‌ରେ ଯୋଡିଛି । ଏହି ଖେଳାଳି ନିଜର ଦମଦାର ବୋଲିଂ ସହ ସୁନ୍ଦରତା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ରୁହନ୍ତି ।

ସେ ହେଉଛନ୍ତି ଲରେନ ବେଲ । ତାଙ୍କ ସୁନ୍ଦର ଓ ଫ୍ୟାଶନ ସେନନ୍ସ ସମସ୍ତଙ୍କୁ ଦିୱାନା କରେ । ସୋସୋଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ଲରେନ ଫ୍ୟାନ୍ସ ମଧ୍ୟ ଖୁବ୍ ଅଧିକ । ବେଙ୍ଗାଲୁରୁ ଲରେନଙ୍କ ବଲ୍କୁ କିଣିବା ପାଇଁ ୯୦ ଲକ୍ଷ ଖର୍ଚ୍ଚ କରିଛି । ଲିଗ୍ ପୂର୍ବରୁ ଲରେନ୍ସ ବେଲ ୟୁପି ୱାରିଅର୍ସର ଅଂଶ ଥିଲେ । ହେଲେ ସେତେବେଳେ ତାଙ୍କୁ ଡବ୍ୟୁର ସୁଯୋଗ ମିଳିନଥିଲା । ଲରେନ ବେଲଙ୍କ ଉଚ୍ଚତା ୬ ଫୁଟ ୨ ଇଞ୍ଚ ।

ଯାହାଫଳରେ ବୋଲିଂରେ ଏକ୍ସଟ୍ରା ବାଉଁସ ବି ହାସଲ କରନ୍ତି। ସେ ଇଂଲଣ୍ଡ ପାଇଁ ତିନୋଟି ଫର୍ମାଟ୍‌ରେ ଖେଳନ୍ତି । ଏତିକି ହିଁ ନୁହେଁ ଲରେନ ବେଲ କ୍ରିକେଟର ହିଁ ନୁହନ୍ତି ବରଂ ଫୁଟବଲର ମଧ୍ୟ ଅଟନ୍ତି। ସେ ୧୬ ବର୍ଷ ବୟସରେ ଫୁଟବଲ ଖେଳିଛନ୍ତି। ଏହା ପରେ ସେ କ୍ରିକେଟର ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ରିଡିଂ ଫୁଟବଲ ଏକାଡେମିରେ ଡିଫେଣ୍ଡର ମଧ୍ୟ ଖେଳନ୍ତି ।