ଦେଢ ଲକ୍ଷ ଟପିଲା ସୁନା, ରୁପା ବି ଆକାଶ ଛୁଆଁ : ଜାଣନ୍ତୁ କେତେ ଅଛି ଦାମ୍

NEWS7
scientists-report-on-earths-inner-core

ମୁମ୍ବାଇ,|୧:  ଆଗକୁ ସୁନାରେ ହାତ ମାରି ହେବନି । ହୁହୁ ହୋଇ ବଢୁଛି ସୁନା ଦର । ରୁପା ବି ନୂଆ ରେକର୍ଡ କରିଛି। ଚଳିତ ସପ୍ତାହରେ ଦୁଇ ଦାମୀ ଧାତୁର ଦାମ୍ ବଢିବାରେ ଲାଗିଛି । ଅଧିକ ଡିମାଣ୍ଡ ସହ, ବିଶ୍ୱରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ପ୍ରଭାବ ସୁନା ଏବଂ ରୁପା ଉପରେ ପଡିଛି ।

ରିପୋର୍ଟ ଅନୁସାରେ, ବୁଧବାର ଏମସିଏକ୍ସରେ ସୁନା ୧୫ଦିନରେ ପ୍ରାୟପ୍ରତିଶତ ବଢିଲାଣି । ଗତବର୍ଷ ଏହା ପ୍ରାୟ ୮୦ପ୍ରତିଶତ ବୃଦ୍ଧି ଘଟିଥିଲା । ଚଳିତବର୍ଷ ଏବେସୁଦ୍ଧା ଦାମରେ -୧୭ପ୍ରତିଶତ ବୃଦ୍ଧି ହେଲାଣି । ଏହାସହ ୧୯୦ପ୍ରତିଶତରୁ ଅଧିକ ରିଟର୍ଣ୍ଣ ମଧ୍ୟ ସୁନା ଦେଇଛି ।

ଏବେ କେତେ ରହିଛି ଦାମ୍

ବୁଧବାର ସୁନା ସର୍ବକାଳୀନ ରେକର୍ଡ ଛୁଇଁଛି ।୧୦ଗ୍ରାମ ପିଛା ଏହା୧୫୨,୭୦୦ଟଙ୍କା ହୋଇଯାଇଛି । ସେହିପରି ରୁପା ମଧ୍ୟ କେଜି ପିଛା ଲକ୍ଷ ୩୦ହଜାର ଟଙ୍କା ଛୁଇଁଛି । ଘରୋଇ ବଜାରରେ ସୁନା.୬୭ପ୍ରତିଶତ ବଢି ୧,୫୨,୫୨୦ରେ ଟ୍ରେଣ୍ଡ୍ କରୁଛି । ରୁପା ମଧ୍ୟ ପ୍ରାୟ ୫ ପ୍ରତିଶତ ଉପରକୁ ଉଠି ଲକ୍ଷ ୩୦ହଜାରଟଙ୍କା ରହିଛି ।

ବିଶେଷଜ୍ଞଙ୍କ କହିବାନୁସାରେ, ବିଶ୍ୱରେ ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ତେଣୁ ସୁନା ଏବଂ ରୁପାର ଦାମ୍ ଅନିଶ୍ଚିତତା ଦେଇ ଗତି କରୁଛି । ଆମେରିକାର ଫେଡେରାଲ ବ୍ୟାଙ୍କ୍ ରେପୋ ରେଟ୍ ହ୍ରାସ ନେଇ କିଛି ସ୍ପଷ୍ଟ କରୁନାହିଁ । ଇରାନ ଉପରେ ଯୁଦ୍ଧ ଆଶଙ୍କା ଥିବାରୁ ସୁନା ଉପରେ ଅଧିକ ନିବେଶ ପାଇଁ ଲୋକ ଚାହୁଁଛନ୍ତି ।

ମୋତିଲାଲ ଓସଓ୍ୱାଲର ବିଶେଷଜ୍ଞଙ୍କ କହିବା କଥା ହେଲା,୨୦୨୬ହେବ ପରିବର୍ତ୍ତନର ବର୍ଷ । ଆରମ୍ଭରୁ ସଦାବେଳେ ସୁନା ଏବଂ ରୁପା ରେଟ୍ ବଢିଥାଏ । ପରେ ଏଥିରେ ସ୍ଥିରତା ଆସିଥାଏ । ଆଉ କିଛି ଦିନ ଯାଏଁ ଦର ଉପର ତଳ ହେବ । ଏବେ ସୁନା ତୁଳନାରେ ରୁପା ଦେଢରୁ ଦୁଇ ଗୁଣା ହାରରେ ବଢୁଛି । ରୁପାଲକ୍ଷ୯୪ହଜାର ଛୁଇଁପାରେ । ସେହିପରି ସୁନା ଲକ୍ଷେ ୬୦ହଜାର ହୋଇପାରେ ବୋଲି ଅନୁମାନ କରାଯାଉଛି ।