LIVE TV

ନାଁ କଟିବାର ଅର୍ଥ ନିଆଁରେ ଖେଳିବା ସହ ସମାନ, ଏସଆଇଆରକୁ ନେଇ ମନ୍ତ୍ରୀ ସିଦ୍ଦିକୁଲ୍ଲାଙ୍କ ଖୋଲା ଚେତାବନୀ

NEWS7
scientist-grown-worlds-first-ever-human-monkey-hybrid-embryo

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀ ସିଦ୍ଦିକୁଲ୍ଲା ଚୌଧୁରୀ ଅତ୍ୟନ୍ତ ଆକ୍ରମଣାତ୍ମକ ବିବୃତ୍ତି ଦେଇଛନ୍ତି। ସେ ଭୋଟର ତାଲିକା ଏବଂ ନାଁ ଯାଞ୍ଚ ବିରୋଧରେ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ଚୌଧୁରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ତାଲିକାରୁ ନାଁ ବାଦ ଦିଆଯାଏ, ତେବେ ପରିଣାମ ଭୟଙ୍କର ହେବ। ସେ କହିଛନ୍ତି, ‘ଏହା ନିଆଁ ସହିତ ଖେଳିବା ପରି ହେବ। ଆମେ ଏହାକୁ ଆଦୌ ସହ୍ୟ କରିବୁ ନାହିଁ।’

ସିଦ୍ଦିକୁଲ୍ଲା ଚୌଧୁରୀ ନିର୍ବାଚନ କମିଶନଙ୍କ କାର୍ଯ୍ୟ ଗତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଦାବି କରିଛନ୍ତି ଯେ, ୨.୭୫ କୋଟି ଫର୍ମ ଦାଖଲ କରାଯାଇଛି । କିନ୍ତୁ ସେଗୁଡ଼ିକୁ ଏପର୍ଯ୍ୟନ୍ତ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ସେ ଦୈନିକ ୩୦ ରୁ ୪୦ ଲକ୍ଷ ଫର୍ମ ପ୍ରକ୍ରିୟାକରଣ କରିବାକୁ ଦାବି କରିଛନ୍ତି।

ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଏହା କରା ନ ଯାଏ, ତେବେ ଗଡ଼ବଡ଼ ହେବ। କାମ ସମାପ୍ତ କରିବା ପାଇଁ ଦିଲ୍ଲୀ, ଗୁଜରାଟ, ବ୍ୟାଙ୍କ କିମ୍ବା ରେଳବାଇରୁ ଲୋକଙ୍କୁ ଅଣାଯାଉ । କିନ୍ତୁ ନାଁ ସଠିକ୍ ହେବା ଆବଶ୍ୟକ। ସେ ଆହୁରି କହିଛନ୍ତି, ସହଯୋଗ କରାଯାଇଛି ବୋଲି ଏସଆଇଆର ହେଉଛି । କର୍ମଚାରୀ ଆଣିବା ସେମାନଙ୍କ କାମ । କିନ୍ତୁ ଭୋଟର ତାଲିକାରୁ ପ୍ରକୃତ ଲୋକଙ୍କ ନାଁ କଟିଲେ ବରଦାସ୍ତ କରାଯିବ ନାହିଁ ।

 

ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏସଆଇରକୁ ନେଇ ବିଜେପି ଏବଂ କେନ୍ଦ୍ର ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି, ଆମେ ଏସଆଇରକୁ ବିରୋଧ କରୁନାହୁଁ । କିନ୍ତୁ ଏହି ପ୍ରକ୍ରିୟା ଲାଗି ୩-୪ ବର୍ଷ ସମୟ ଲାଗେ । କିନ୍ତୁ ଏବେ ବେଙ୍ଗଲରେ ହେଉଥିବା ଏସଆଇରରେ କୌଣସି ପ୍ରକୃତ ଭୋଟରଙ୍କ ନାଁ ନକଟିବା ଦରକାର । ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ନିଜ କାର୍ଯ୍ୟଳୟରେ ଭୋଟର ତାଲିକା ଫିକ୍ସ କରୁଛି । ନିର୍ବାଚନ କମିଶନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମମତା । ସେ କହିଛନ୍ତି, ନିର୍ବାଚନ କମିଶନ ନିରପେକ୍ଷ ହେବା ଆବଶ୍ୟକ, ବିଜେପି କମିଶନ ହେବା ଅନୁଚିତ ।