ମୀର୍ଜାପୁରର ଝାନ୍ସୀ ରାଣୀ... ପୁରୁଷ ପ୍ରାଧାନ୍ୟ ସମାଜରେ ଲେଖିଲେ ନୂଆ କାହାଣୀ...

NEWS7
school-van-driver-attacked-by-2-miscreant

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମୀର୍ଜାପୁର ...ଏକ ଐତିହାସିକ ସହର... ଅନେକ କାରଣରୁ କିନ୍ତୁ ଖାସ୍... ଏହି ଖାସ୍ ସହରରେ ଅଛନ୍ତି ଜଣେ ଖାସ୍ ମହିଳା... ସେ ଭାରି ସାଧାରଣ, ଗେଟଅପ୍ ବି ସେମିତି... ସାଧାସିଧା ସାଲୱାରକୁ ବେକରେ ପଡ଼ିଛି ଓଢଣୀ... କିନ୍ତୁ ସାଧାରଣ ବେଶ ଭିତରେ ଲୁଚିଛି ଅନେକ ଅସାଧାରଣ କଥା। ଅନେକ ଘଟଣା , ଚ୍ୟାଲେଞ୍ଜ ଆଉ ସାହସର ଘଟଣା କ୍ରମ। ନାଁ ତାଙ୍କର ଚନ୍ଦା ଶୁକ୍ଳା। କିନ୍ତୁ ତାଙ୍କ ବ୍ୟକ୍ତିତ୍ୱ ଆଉ ଭୂମିକା, କାମ ଓ ଜୀବନ ଧାରା ତାଙ୍କୁ ଦେଇଛି ଆଉ ଏକ ନାଁ ଝାନ୍ସୀ ରାଣୀ। ଚନ୍ଦା ଶୁକ୍ଳାରୁ ଝାନ୍ସୀ ରାଣୀ... ନିଜେ ଅଟୋ ଚଳାନ୍ତି ଜୀବିକା ପାଇଁ ଆଉ ଅନ୍ୟ ମହିଳାଙ୍କୁ ଶିଖାନ୍ତି ସ୍ୱବାଲମ୍ବୀ ହେବାକୁ। ଜଣେ ସାଧାରଣ ମହିଳାରୁ ବିଜୟିନୀ ପର୍ଯ୍ୟନ୍ତ ତାଙ୍କ ଜୀବନର କାହାଣୀରେ ଅନେକ ମୋଡ଼, ଅନେକ ସଂଘର୍ଷ ।

ପରିସ୍ଥିତି ଓ ସମୟ ସବୁବେଳେ ହୋଇଥାଏ ପରିବର୍ତ୍ତନ। ଏମିତିରେ କେତେବେଳେ ଜଣେ ରାଜା ହୋଇଯାଏ ରଙ୍କ୍ ତ ଆଉ କେତେବେଳେ ଗରିବଟେ ଧନୀ... ତାହା ବିଷୟରେ ଆକଳନ କରିବା ଅସମ୍ଭବ। ବେଳେବେଳେ ଆମେ ଏମିତି ପରିସ୍ଥିତିର ସାମ୍ନା କରୁ ଯେଉଁଥିପାଇଁ ଆମେ ଆର୍ଥିକ ଏବଂ ମାନସିକ ଭାବରେ ପ୍ରସ୍ତୁତ ନଥାଉ। କିନ୍ତୁ ପରିସ୍ଥିତି ଆଗରେ ତ ଆମକୁ ହାର୍ ମାନିବାକୁ ହିଁ ପଡ଼ିଥାଏ। ଏହି ପରିସ୍ଥିତି କେତେକ ସମୟରେ ଜଣେ ବ୍ୟକ୍ତିଙ୍କୁ ଏତେ ସଫଳତା ଦେଇ ଦିଏ ଯେ, ସେ ମାନସିକ ଏବଂ ଆର୍ଥିକ ଭାବରେ ଦୃଢ଼ ହୋଇ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇଯାଆନ୍ତି। ପରିସ୍ଥିତିର ଏପରି ଏକ ସ୍ଥିତିରେ ପଡ଼ିଲେ ମିର୍ଜାପୁରର ରାସ୍ତାରେ ଇ-ରିକ୍ସା ଚଲାଉଥିବା ମହିଳା ଚନ୍ଦା । ତାଙ୍କ କାହାଣୀ ଯେତିକି ସଂଘର୍ଷପୂର୍ଣ୍ଣ ସେତିକି ପ୍ରେରଣାଦାୟକ। ଜୀବନରେ ସଂଘର୍ଷ ପରେ ସଫଳତା ପାଇଥିବା ଚନ୍ଦା ଜଣେ ହୋମ୍ ମେକର। କିନ୍ତୁ ସ୍ୱାମୀ କମଲେସ୍ ଯେତେବେଳେ ଅସୁସ୍ଥ ହୋଇଗଲେ, ସେତେବେଳେ ପଦାକୁ ଗୋଡ଼ କାଢ଼ିବାକୁ ବାଧ୍ୟ ହୋଇଥିଲେ ଚନ୍ଦା । କାରଣ ଅସୁସ୍ଥତା କାରଣରୁ ସ୍ୱାମୀଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା। ଘର କେମିତି ଚଳିବ, ମୁଣ୍ଡରେ ପଡ଼ିଥିଲା ଚଡ଼କ ? ଭୋକ ଉପାସରେ ଦିନ କଟୁଥିବା ପରିବାର କଷ୍ଟ ଥିଲା ଅସହ୍ୟ। ସାହସ ବାନ୍ଧିଲେ ଚନ୍ଦା। ପରିବାର ପାଇଁ ଘରୁ ଗୋଡ଼ କାଢ଼ିଲେ।

ଦ ବେଟର ଇଣ୍ଡିଆ ସହ ଏକ ସାକ୍ଷାତକାର ସମୟରେ, ଚନ୍ଦା କୁହନ୍ତି, ‘’ସ୍ୱାମୀ କମଲେସ୍ ଅସୁସ୍ଥ ହେବା ପୂର୍ବରୁ ଇ ରିକ୍ସା କିଣିଥିଲେ। ଠିଆ ହୋଇିବା ଇ ରିକ୍ସାକୁ ଦେଖି ମୋ ବଡ଼ ପୁଅ ଡ୍ରାଇଭର ହେବାର ଅଭିନୟ କରୁଥିଲା। ଆଉ ମୁଁ ଗ୍ରାହକ ହେଉଥିଲି। ଧିରେ ଧିରେ ମୋ ମନକୁ ଆସଲା ମୁଁ ବି ଡ୍ରାଇଭର ହେବାର ଅଭିନୟ କରିବି। ରିକ୍ସା ଚଲେଇବା ମୋ ସ୍ୱାମୀ କମଲେସ୍ ମୋତେ ପୂର୍ବରୁ ଶିଖେଇଥିଲେ। ଭୟ ତ ଥିଲା କିନ୍ତୁ ସାହସ ଜୁଟାଇ ମୁଁ ବାହାରୁକୁ ବାହାରିଲି। ଆଉ ଅଭିନୟ କରୁ କରୁ ମୋତେ ମିଳିଗଲେ ସତ ସତିକ ଗ୍ରାହକ। ସେ ରାତିରେ ମୋତେ ମିଳିଥିଲା ମାତ୍ର 35 ଟଙ୍କା। ଏହି ଟଙ୍କା ମୋ ପାଇଁ କେବଳ ଟଙ୍କା ନଥିଲା, ବରଂ ମୋ ପରିବାର ପାଇଁ ଜାଗ୍ରତ କରିଥିଲା ନୂଆ ଆଶା। ମୁଁ ନିଷ୍ପତ୍ତି ନେଲି ଆଉ କମଲେସଙ୍କୁ କହିଲି ଏବେ ଏହି ରିକ୍ସା ହିଁ ମୋ ପରିବାରର ଇଞ୍ଜିନ୍ ସାଜିବ। ‘’

କିନ୍ତୁ ଦୁଃଖ ଆଜି ବି ସେମିତି, ଯେମିତି ପୂର୍ବରୁ ଥିଲା। ଆଜି ବି ଜଣେ ମହିଳା ସମାଜରେ ନିଜ ଗୋଡ଼ରେ ଠିଆ ହେବାକୁ ଖୁବ୍ ସଂଘର୍ଷ କରୁଛି... କିଛି ବି ଖରାପ କଲେ ବି ସେ ଶୁଣିବ... ଭଲ କଲେ ବି ସେ ଶୁଣିବ... ଆପଣ କେବେ ଏମିତି ଅନୁଭବ କରିଛନ୍ତି ନାହିଁ ମୁଁ ଜାଣିନି। ଚନ୍ଦା ଏମିତି ଅନେକ ପରିସ୍ଥିତିର ସାମ୍ନା କରିଛନ୍ତି। ଚନ୍ଦା ଯେତେବେଳେ ଇ-ରିକ୍ସା ଚଳାଇବା ଆରମ୍ଭ କଲେ, ଯେତେବେଳେ ସେ ଗାଡ଼ି ନେଇ ରାସ୍ତାକୁ ଯାଆନ୍ତି। ତାଙ୍କୁ ବହୁ ତାତ୍ସଲ୍ୟର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତଥାପି, ସେ ଏହି ତାତ୍ସଲ୍ୟକୁ ଏଡ଼ାଇ ଦୂର କରି ଗାଡ଼ି ଚଲାଇବା ଜାରି ରଖିଲେ। ଆଜି, ସେ ନିଜ ପରିବାରର ପ୍ରତିପୋଷଣ ବେଶ୍ ଖୁସିର ସହ କରୁଛନ୍ତି।

ମିର୍ଜାପୁର ଭରୂହଣାର ଚନ୍ଦା ...ମିର୍ଜାପୁରରେ ସେ ଯେତେବେଳେ ଇରିକ୍ସା ଚଲେଇଲେ, ସେହି ଖବର ପହଞ୍ଚିଥିଲା ପ୍ରତି ଘରେ । ଆଉ ସେହି ଖବରଟି ପରେ ଏକ ନୂଆ ସୁଯୋଗ ସୃଷ୍ଟି କରିଥିଲା। ଯାହା ଚନ୍ଦାଙ୍କୁ ଦେଖାଇଥିଲା ଏକ ନୂଆ ଦିଗ। ଦେଖୁ ଦେଖୁ ଚନ୍ଦା ସାଜିଲେ ଡ୍ରାଇଭରରୁ ମେଣ୍ଟର। ଆଜିର ଦିନରେ ମିର୍ଜାପୁରରେ 121 ମହିଳା ଇ-ରିକ୍ସା ଡ୍ରାଇଭର। ଏସବୁ ଶ୍ରେୟ ଯାଉଛି ଚନ୍ଦାଙ୍କୁ।

ଚନ୍ଦା କୁହନ୍ତି, ‘ସେ ଘର କାମ ପରେ ଇ-ରିକ୍ସା ଚଳାନ୍ତି। ଏବେ ଦିନକୁ ତାଙ୍କର ବେଶ୍ ଭଲ ରୋଜଗାର ହେଉଛି। ସେ ନିଜେ ସ୍ୱବାଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବକୁ ପରାମର୍ଶ ଦେଇଛନ୍ତି। ଏହା ସହ ଲୋକଙ୍କ ଟାହି ଟାପରା ଓ ତାଚ୍ଛଲ୍ୟକୁ ଧ୍ୟାନ ନଦେବାକୁ ମଧ୍ୟ କହିଛନ୍ତି। କାହିଁକିନା ସେ ବି ଏମିତି ସମାନ ପରିସ୍ଥିତି ଦେଇ ଗତି କରିଛନ୍ତି। କିନ୍ତୁ କଠିନ ପରିଶ୍ରମ ଯୋଗୁଁ, ସେ ତାଙ୍କ ପରିସ୍ଥିତିକୁ ନିଜ ଶକ୍ତିରେ ପରିଣତ କରିଛନ୍ତି। ଦୃଢ଼ ଆତ୍ମବିଶ୍ୱାସ, ସାହସ, ନିଷ୍ଠାର ସହ ବଞ୍ଚିବାକୁ କରେ ଆହୁରି କଷ୍ଟା। ଏହାହିଁ ଦିଏ ରାହା, ଦେଖାଏ, ରାସ୍ତା। ଆଉ ଏକ ଛୋଟିଆ ଆରମ୍ଭ କେବଳ ତୁମର ନୁହେଁ ତୁମ ଆଖ ପାଖରେ ଥିବା ଲୋକଙ୍କ ଜୀବନ ବଦଳାଇ ପାରିବ। ଶହେ କଥାରେ ଗୋଟିଏ କଥା ଯେତେବେଳେ ମହିଳାମାନେ ନେତୃତ୍ୱ ନିଅନ୍ତି, ସେତେବେଳେ ସମାଜ ଉନ୍ନତି କରେ...

​​​​​​​