ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ପଡ଼ୋଶୀ ବୃଦ୍ଧ କୋର୍ଟ ଚାଲାଣ

NEWS7
school-roof-collapse-27-students-injured

ଭଦ୍ରକ ୧୫।୧: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ । ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ପ୍ରଲୋଭନ ଦେଖା ଦୁଷ୍କର୍ମ କରିଥିଲେ ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା ପରେ ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ । ଭଦ୍ରକ ଜିଲା ଧୁଷୁରୀ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନସ୍ଥ ଓଳଗ ପଞ୍ଚାୟତରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଜଣେ ବୃଦ୍ଧ ପଡ଼ୋଶୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ଜାନୁଆରୀ ୧୧ ତାରିଖରେ ଘଟିଥିଲା ଘଟଣା । ପରିବାର ଲୋକେ ଏ ଘଟଣା ନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ବୃଦ୍ଧଙ୍କୁ ଥାନାରେ ଅଟକ ରଖିବା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ନାବାଳିକାଙ୍କ ଡାକ୍ତରୀ ମାଇନା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ନାବାଳିକା ଜଣକ ସମସ୍ତ କଥା କହିବାରୁ ପରିବାର ଲୋକ ଆରଡି ଫାଣ୍ଡିରେ ଏନେଇ ଅଭିଯୋଗ କରିଥିଲେ ।