ବୟଫ୍ରେଣ୍ଡ ସହ ଝଗଡ଼ା, ଫାଇଦା ଉଠାଇଲା ଆଉ କେହି ; ଭଡ଼ାଘରକୁ ନେଇ ଏଠାକି ଖାଇଲେ, ଆଉ ତାପରେ...

NEWS7
school-fee-matter-next-hearing-on-15-december

ପାରାଦୀପ ୨୭।୨: ପାରାଦୀପରେ ଚାରି ମହଲା କୋଠା ତଳୁ ତିର୍ତ୍ତୋଲ ଅଞ୍ଚଳର ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପାରାଦୀପ ଠାରେ ଜଗତସିଂହପୁର ଏସ୍ପି ଅଙ୍କିତ ବର୍ମା ପ୍ରେସମିଟ କରି ସୂଚନା ଦେଇଛନ୍ତି । ଏହି ଘଟଣାରେ ଯୁବତୀଙ୍କର ପୁରୁଷ ବନ୍ଧୁ ସୋମନାଥ ଓଝା ଓ ମୁଖ୍ୟ ଅଭିଯୁକ୍ତ ସୁଭମ ସିଂହକୁ ଗିରଫ କରାଯିବା ସହ ମୁଖ୍ୟ ଅଭିଯୁକ୍ତର ବାଇକ୍ ଓ ମୋଟ୍ ୭ଟି ମୋବାଇଲ ଜବତ କରାଯାଇଛି ।

ଏ ଖବର ବି ପଢନ୍ତୁ:- ପାରାଦୀପରେ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ପଛରେ ରହିଛି କି ବୟଫ୍ରେଣ୍ଡର ହାତ ? ଦୁଇ ଜଣକୁ ଗିରଫ ସୂଚନା

ପୋଲିସର ସୂଚନା ଅନୁସାରେ ମୃତ ଯୁବତୀ ଘଟଣା ଦିନ ତାଙ୍କର ପୁରୁଷ ବନ୍ଧୁ ଗୋବିନ୍ଦପୁର ଗାଁର ସୋମନାଥ ଓଝାଙ୍କୁ ରାହମା ଠାରେ ଭେଟିବା ସହ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ଯୁବତୀ ଜଣକ ସେଠାରୁ ଋଷିକରି ଚାଲି ଆସିବା ସହ ଘରକୁ ନଫେରି ମୁଖ୍ୟ ଅଭିଯୁକ୍ତ ସୁଭମ ସିଂହ ସହିତ ବାଇକରେ ପାରାଦୀପକୁ ଲିଫ୍ଟରେ ଚାଲିଆସିଥିଲେ । ସୁଭମ ଘର ଚାଟିଶଗଡ଼ରେ । ସେ ସପ୍ତାହେ ହେଲା ପାରାଦୀପରେ ଆସି ରହିବା ସହ ଏକ କମ୍ପାନୀରେ କାମ କରୁଥିଲା । ଘଟଣା ଦିନ ସେ ଅନୁଗୋଳରୁ ତା ବାପାଙ୍କ ଠାରୁ ଏକ ବାଇକ ଆଣି ପାରାଦୀପ ଫେରୁଥିଲା । ରାହମା ଠାରେ ସେ ଯୁବତୀଙ୍କ ସହିତ ରାସ୍ତା କଡରେ ଦେଖା ହେବା ସହିତ ଜାଣିଶୁଣି ପାରାଦୀପକୁ ବାଟ କେଉଁଆଡ଼େ ବୋଲି ପଚାରିଥିଲା । ବାଟରେ ତାଙ୍କୁ ଫୁସଲେଇ ତାରିଣୀଗଡା ସ୍ଥିତ ଭଡ଼ା ଘରକୁ ଆଣିଥିଲା । ଉଭୟ ରାତିରେ ଖାଇ ସାରିବା ପରେ ସୁଭମ ଯୁବତୀଙ୍କୁ ଛାତ ଉପରକୁ ଆଣି ଦୁଷ୍କର୍ମ କରିବା ପରେ ଛାତ ତଳକୁ ଠେଲି ହତ୍ୟା କରିଥିବା ତଦନ୍ତ ବେଳେ ପୋଲିସକୁ କହିଛି ।

ଏ ଖବର ବି ପଢନ୍ତୁ:- ମଦ ନୀତି ମାମଲାରେ କେଜରିୱାଲ ଓ ସିସୋଦିଆ ନିର୍ଦ୍ଦୋଷରେ ଖଲାସ, କୋର୍ଟ କହିଲେ ନଥିଲା ଷଡ଼ଯନ୍ତ୍ର

ପୁରୁଷ ବନ୍ଧୁ ସୋମନାଥ ସହ ଯୁବତୀଙ୍କର ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା । ଝଗଡା ଦିନ ରାତିରେ ଜଣେ ଅଜଣା ଯୁବକ ସହିତ ଯୁବତୀ କିପରି ପାରାଦୀପ ଆସିଲେ ତାହା ଏତେବେଳ ପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି । ଅଧିକ ତଦନ୍ତ ପାଇଁ କଟକରୁ ଏକ ସାଇଣ୍ଟିଫିକ ଟିମ ମଗାଯିବା ସହ ଯୁବତୀଙ୍କର ମୋବାଇଲରୁ କଲ୍ ରେକର୍ଡ ବାହାର କରାଯିବ ବୋଲି ଏସ୍ପି ଅଙ୍କିତ ବର୍ମା କହିଛନ୍ତି ।