LIVE TV

‘ମୁଁ ଖରାପ, ବାପାଙ୍କୁ ଖରାପ କିଡନୀ ଦେଇଛି’; ପାରିବାରିକ ବିବାଦକୁ ନେଇ ପୁଣି ଚର୍ଚ୍ଚାରେ ରୋହିଣୀଙ୍କ ପୋଷ୍ଟ

NEWS7
sc-tells-yogi-adityanath-govt-on-banners-shaming-caa-protesters

ପାଟନା: ବିହାର ନିର୍ବାଚନର ଫଳାଫଳକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାଠୁ ଅଧିକ ଲାଲୁ ଯାଦବଙ୍କ ପରିବାରକୁ ନେଇ ଆଲୋଚନା ହେଉଛି । ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ରାଜନୀତି ସହ ପରିବାର ଛାଡ଼ିବାକୁ ନେଇ ଘୋଷଣା କରିବା ପରଠାରୁ ବିହାର ରାଜନୀତି ସରଗରମ ହୋଇଉଠିଛି । ସେ ଲଗାତାର ନିଜର କ୍ଷୋଭ ପ୍ରକାଶ କରୁଛନ୍ତି । ଶନିବାର ସୋସିଆଲ ମିଡିଆରେ ଏନେଇ ଘୋଷଣା କରିଥିଲେ । ପରେ ଗଣମାଧ୍ୟମ ସାମ୍ନାରେ ଭାଇ ତେଜସ୍ବୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଆଜି (ରବିବାର) ସେ ଇନଷ୍ଟାଗ୍ରାମରେ ଆଉ ଏକ ଲମ୍ବା ପୋଷ୍ଟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଅତ୍ୟନ୍ତ ଭାବପ୍ରବଣ ଭରା ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ତାଙ୍କ ପ୍ରତି ହୋଇଥିବା ଅପମାନ ଏବଂ ପିତା ଲାଲୁ ଯାଦବଙ୍କୁ ଦେଇଥିବା ନିଜର କିଡନୀ ପାଇଁ କେମିତି ତାଙ୍କୁ ହୀନମନ୍ୟତାର ଶିକାର ହେବାକୁ ପଡ଼ିଛି ସେ ସଂପର୍କରେ ଖୋଲାଖୋଲି ଲେଖିଛନ୍ତି ରୋହିଣୀ ।

ରୋହିଣୀ ଦାବି କରିଛନ୍ତି, ତାଙ୍କୁ ଅପମାନିତ କରାଯାଇଛି ଏବଂ ତାଙ୍କ ବାପାଙ୍କ ଶୀରରରେ ପ୍ରତିରୋପଣ ହୋଇଥିବା ତାଙ୍କର କିଡନୀ ଖରାପ ବୋଲି କୁହାଯାଇଛି । ଖରାପ ଲୋକର କିଡନୀ ଲାଲୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ନେଇ କହି ତାଙ୍କୁ ଅପମାନିତ କରାଯାଇଛି ବୋଲି ସେ ଦାବି କରିଛନ୍ତି ।

ପୋଷ୍ଟରେ ରୋହିଣୀ ଲେଖିଛନ୍ତି, ‘ଗତକାଲି ମୋତେ ଦୁର୍ବ୍ୟବହାର କରାଯାଇଥିଲା ଏବଂ କୁହାଯାଇଥିଲା ଯେ, ମୁଁ ଖରାପ ଏବଂ ମୁଁ ମୋ ବାପାଙ୍କୁ ମୋର ଖରାପ କିଡନୀ ଦେଇଛି । କୋଟି କୋଟି ଟଙ୍କା ନେଇଥିଲି, ତା'ପରେ ମଧ୍ୟ ଖରାପ କିଡନୀ ପ୍ରତିରୋପଣ କରିବାକୁ ଦେଇଥିଲି ବୋଲି ମୋତେ କୁହାଗଲା । ମୁଁ ସମସ୍ତ ବିବାହିତ ଝିଅ ଏବଂ ଭଉଣୀମାନଙ୍କୁ କହିବାକୁ ଚାହୁଁଛି ଯେ, ଯଦି ତୁମର ବାପା-ମାଙ୍କ ଘରେ ପୁଅ କିମ୍ବା ଭାଇ ଅଛି, ତେବେ ଭୁଲରେ ମଧ୍ୟ ତୁମର ବାପାଙ୍କୁ ରକ୍ଷା କରନାହିଁ । ତୁମର ଭାଇକୁ, ସେହି ଘରର ପୁଅକୁ କୌଣସି ହରିୟାଣୀ ବନ୍ଧୁଙ୍କ କିଡନୀ ପ୍ରତିରୋପଣ କରିବାକୁ କୁହ।’

ସେ ଆହୁରି ଲେଖିଛନ୍ତି, ‘ସମସ୍ତ ଭଉଣୀ ଏବଂ ଝିଅମାନେ ନିଜ ପରିବାର, ପିଲାମାନଙ୍କ, କାମ, ଶ୍ୱଶୁର ଘର ଲୋକଙ୍କର ଯତ୍ନ ନେବା ଉଚିତ । ନିଜ ପିତାମାତାଙ୍କ ଚିନ୍ତା ନକରି, କେବଳ ନିଜ ବିଷୟରେ ଚିନ୍ତା କରିବା ଉଚିତ। ମୁଁ ମୋ ପରିବାର, ମୋର ତିନି ପିଲାଙ୍କ ଯତ୍ନ ନନେଇ ଏବଂ ମୋର କିଡନୀ ଦାନ କରିବା ସମୟରେ ମୋ ସ୍ୱାମୀ କିମ୍ବା ଶ୍ୱଶୁର ଘର ଲୋକଙ୍କଠାରୁ ଅନୁମତି ନନେଇ ଏକ ମହାପାପ କରିଛି । ମୋ ଭଗବାନ, ମୋ ବାପାଙ୍କୁ ରକ୍ଷା କରିବା ପାଇଁ ମୁଁ ଯାହା କଲି, ତାକୁ ଆଜି ଖରାପ ବୋଲି କୁହାଯାଉଛି । ତୁମେମାନେ କେବେ ମୋ ପରି ଭୁଲ କର ନାହିଁ, ରୋହିଣୀ ଭଳି କାହାର ଝିଅ ନହେଉ।’