ପାଇଲଟ୍ କହିଲେ-‘ରନୱେ ନଜର ଆସୁଛି’, ତଥାପି କିପରି କ୍ରାସ୍ ହେଲ ପ୍ଲେନ୍ ? ଜାଣନ୍ତୁ କ’ଣ କହିଲେ କେନ୍ଦ୍ରମନ୍ତ୍ରୀ

NEWS7
sc-reunite-separated-couple-cji-talked-telagu-with-them

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ବୁଧବାର ସକାଳେ ବିମାନ ଦୁର୍ଘଟଣାରେ ନିଧନ ହୋଇଛି । ଏହି ଘଟଣା ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିସ୍ତୃତ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟରେ ଚାର୍ଟର୍ଡ ବିମାନ କ୍ରାସ୍ ହେବା ପୂର୍ବର ଘଟଣାଗୁଡ଼ିକର ପୂରା ତଥ୍ୟ ଦିଆଯାଇଛି । ପ୍ରାରମ୍ଭିକ ତଦନ୍ତରେ ଦୁର୍ଘଟଣା ପଛର କାରଣ ଖରାପ ପାଗ ଓ କମ ଭିଜିବିଲିଟି ବୋଲି କୁହାଯାଉଛି ।

କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରି ଏକ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରାରମ୍ଭିକ ସୂଚନା ଅନୁସାରେ ସକାଳ ପ୍ରାୟ ୮:୪୮ ମିନିଟରେ ଲ୍ୟାଣ୍ଡିଂ ସମୟରେ ଭିଜିବିଲିଟି କମ ଥିଲା । ଡିଜିସିଏ ଓ ଏଏଆଇବି ଟିମ୍ ତଦନ୍ତ କରୁଛନ୍ତି । ଲ୍ୟାଣ୍ଡିଂ ପୂର୍ବରୁ ଏଟିସି ବାରାମାତୀ ସହ ଯୋଗାଯୋଗ ବେଳେ ରନୱେ ନଜର ଆସୁନାହିଁ ବୋଲି ପାଇଲଟ୍ କହିଥିଲେ । ରନୱେ ସ୍ପଷ୍ଟ ନଜର ନଆସିବା ପର୍ଯ୍ୟନ୍ତ ବିମାନ ଆକାଶରେ ଘୂରି ବୁଲୁଥିଲା । ଦ୍ୱିତୀୟ ଥର ପାଇଁ ବିମାନ ଅବତରଣ ପାଇଁ ପ୍ରୟାସ କରାଗଲା, କିନ୍ତୁ ଭିଜିବିଲିଟି ନଥିଲା । କିଛି ସମୟ ପରେ ପାଇଲଟ୍ ପୁଣି ଥରେ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କଲେ । ପ୍ରଥମେ ପାଇଲଟଙ୍କ ପକ୍ଷରୁ ଏସିଟିର ପ୍ରଶ୍ନର କୌଣସି ଉତ୍ତର ଆସିଲା ନାହିଁ, କିନ୍ତୁ କିଛି ସମୟ ପରେ ରନୱେ ସ୍ପଷ୍ଟ ନଜର ଆସୁଥିବା ପାଇଲଟ୍ କରିଥିଲେ । ଏହାପରେ ଏଟିସି ଲ୍ୟାଣ୍ଡିଂ ପାଇଁ କ୍ଲିୟରାନ୍ସ ଦେଇଥିଲା । ଏହାର କିଛି ସମୟ ଭିତରେ ହିଁ ବିମାନ କ୍ରାସ୍ ନେଇ ଖବର ଆସିଥିଲା । ପୂରା ଘଟଣାକ୍ରମର ବିସ୍ତାର ସହ ତଦନ୍ତ ଚାଲିଛି ।

ମନ୍ତ୍ରଣାଳୟ ଅନୁସାରେ, ଏହି ରିପୋର୍ଟ ବିମାନ ବନ୍ଦରରେ ଉପସ୍ଥିତ ଏଟିସି ସର୍ଭିସର ଜଣେ କର୍ମଚାରୀଙ୍କ ବୟାନ ଆଧାରରେ ପ୍ରସ୍ତୁତ କରାଯାଇଛି । ବାରାମତୀ ଏକ ଅନିୟନ୍ତ୍ରିତ ବିମାନ ବନ୍ଦର ଅଟେ, ଯେଉଁଠି ଏକ ସମର୍ପିତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ୟୁନିଟ୍ ନାହିଁ । ଏଠାରେ ଉଡାଣ ପ୍ରଶିକ୍ଷଣ ସଂଗଠନର ପ୍ରଶିକ୍ଷକ କିମ୍ୱା ପାଇଲଟ୍ ହିଁ ଯାତାୟାତର ସୂଚନା ଦିଅନ୍ତି । ବିମାନର ପରିଚୟ VI-SSK ରୂପେ ହୋଇଛି ।

Also Read: କାହା ଉପରେ ଭରସା ନାହିଁ, ସୁପ୍ରିମକୋର୍ଟଙ୍କ ନିରୀକ୍ଷଣରେ ହେଉ ଅଜିତ୍ ପାୱାରଙ୍କ ମୃତ୍ୟୁର ତଦନ୍ତ: ମମତା ବାନାର୍ଜୀ