LIVE TV

ଶ୍ରୀକ୍ଷେତ୍ରକୁ ଗଲା ସଜ ଫୁଲ ତୁଳସୀ ରଥ, ଏକାଦଶୀ ସୁନାବେଶରେ ମହାପ୍ରଭୁଙ୍କୁ ଲାଗିହେବ

NEWS7
sc-denai-procession-during-muharram

ସୋନପୁର ୩୧/୧୦: ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ରହିଛି ୧୨୩୦ ମସିହାରେ ନିର୍ମିତ ହୋଇଥିବା ସର୍ବ ପୁରାତନ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର । ଆଜି ସେହି ମନ୍ଦିରରୁ ସୁସଜ୍ଜିତ ସଜ ତୁଳସୀ ରଥ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଛି । ସୁସଜ୍ଜିତ ତୁଳସୀ ରଥ ପାତାଳି ଶ୍ରୀକ୍ଷେତ୍ରରୁ ନବମିରୁ ବାହାରି ଦଶମୀରେ ପୁରୀ ଶ୍ରୀକ୍ଷେତ୍ରକୁ ପହଁଞ୍ଚିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏକାଦଶୀ ସୁନାବେଶରେ ଲାଗିହେବ ।

ସକାଳେ ପାତାଳି ଶ୍ରୀକ୍ଷେତ୍ରରୁ ଆସି ବିନିକା ଦୁର୍ଗାମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଜଗନ୍ନାଥ ମନ୍ଦିରୀକୁ ଏହି ରଥ ପହଁଞ୍ଚିଥିଲା । ଅଞ୍ଚଳର ଜଗନ୍ନାଥ ପ୍ରେମୀ ଭକ୍ତମାନେ ନିଜ ବାଡିରୁ ସଜ ଫୁଲ ଓ ତୁଳସୀ ନେଇ ଆସି ରଥରେ ଦେଇଥିଲେ । ପରେ ଘଣ୍ଟ ବାଦ୍ୟ ହରିବୋଲ ହୁଳହୁଲିରେ ମହା ଆଳତି ହୋଇ ରଥକୁ ପୂଜାର୍ଚ୍ଚନା କରାଯାଇଥିଲା ।

ଏହି ରଥ ପାତାଳୀ ଶ୍ରୀକ୍ଷେତ୍ର ଠାରୁ ବାହାରି ବିନିକା, ସୋନପୁର,ବୌଦ୍ଧ,ନୟାଗଡ ଓ ଭୁବନେଶ୍ୱର ଅତିକ୍ରମ କରି ଜଗନ୍ନାଥ ଧାମ ପୁରୀ ଶ୍ରିକ୍ଷେତ୍ରକୁ ପହଞ୍ଚିବ l ସନ୍ଧ୍ୟାରେ ସଜ ତୁଳସୀ ଓ ଫୁଲ ଜଗନ୍ନାଥ ମନ୍ଦିରରେ ଅର୍ପଣ କରାଯିବ । ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ପ୍ରଭୁଙ୍କ ଠାରେ ଏଇ ସଜ ଫୁଲ ଓ ତୁଳସୀ ଲାଗିହେବ ।