Google launches Pixel 10a: କମ ଦାମରେ ମହଙ୍ଗା ଏଆଇ ଫିଚର୍ସ ଲଞ୍ଚ ହେଲା Pixel10a ସ୍ମାର୍ଟଫୋନ୍

NEWS7
sarva-dharma-prayer-meeting-organized-in-gandhi-smriti-prime-minister-and-vice-president-took-part

ନୂଆଦିଲ୍ଲୀ: ଗୁଗଲ ଏହାର ଏଆଇ ସ୍ମାର୍ଟଫୋନ୍ Pixel 10aକୁ ଭାରତରେ ଲଞ୍ଚ କରିଛି। କମ୍ପାନୀ ଏହାକୁ AI-ସିରିଜ୍ ସ୍ମାର୍ଟଫୋନ୍ ବୋଲି କହୁଛି। କାରଣ ଫ୍ଲାଗସିପ୍ ଲେବଲର ଏଆଇ ଏକ୍ସପିରିଏନ୍ସ ଦେବାକୁ ଏହାକୁ ଡିଜାଇନ କରାଯାଇଛି। ଏହା ବାଦ୍ ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ ରଖୁଥିବା ଶକ୍ତିଶାଳୀ ବ୍ୟାଟେରୀ ସାଂଗକୁ ଅନ୍ୟାନ୍ୟ ଫିଚର୍ସ ରହିଛି।

ଗୁଗୁଲ୍ Pixel 10a: ମୂଲ୍ୟଉପଲବ୍ଧତା

Pixel 10aର ମୂଲ୍ୟ ୪୯,୯୯୯ ଟଙ୍କା ରଖାଯାଇଥିବା ବେଳେ ବର୍ତ୍ତମାନ ଏହାର ପ୍ରି ଅର୍ଡର ଖୋଲାଯାଇଛି। ଏଂବ ମାର୍ଚ୍ଚ ୬ ତାରିଖରୁ ଫୋନ୍ର ବିକ୍ରି ଆରମ୍ଭ ହେବ। Pixel 10 ଲାଇନଅପ୍ ସହିତ ଲଞ୍ଚ୍ ହୋଇଥିବା ଏହି ସ୍ମାର୍ଟୋଫନ୍‌ରେ ସୁଲଭ ମୂଲ୍ୟରେ ମହଙ୍ଗା ଏଆଇ ଫିଚର୍ସ ଦିଆଯାଇଛି।

Google Pixel 10a: ମୁଖ୍ୟ ଫିଚର୍ସ

Pixel 10aର ପ୍ରମୁଖ ଆକର୍ଷଣର କେନ୍ଦ୍ର ହେଉଛି ଏହାର ଗୁଗୁଲ ଏଆଇ। ଏହି ଫୋନ୍‌ରେ କ୍ୟାମେରା କୋଚ୍ ଦିଆଯାଇଛି। ଯାହା ୟୁଜର୍ସଙ୍କୁ ଭଲ ଫଟୋ ଉଠାଇବାକୁ ରିୟଲ ଟାଇମ୍ସ ଗାଇଡାନ୍ସ କରିବାରେ ସହଯୋଗ କରିଥାଏ। କ୍ୟାମେରାରେ ଦିଆଯାଇଥିବା ଅଟୋ ବେଷ୍ଟ ଟେକ୍ ଅପସନ ବେଷ୍ଟ ଏକ୍ସପ୍ରେସନ ସହ ୨୦ରୁ ଅଧିକ ଲୋକର ଗ୍ରୁପର ଭଲ ଫଟୋ ଉଠାଇ ପାରିବ। ଅନ୍ୟ ପିକ୍ସେଲ ଡିଭାଇସ ପରି ଏଥିରେ ବି ରେଗୁଲାଲାର ପିକ୍ସେଲ ଡ୍ରପ୍ସ ଦିଆଯାଇଛି।

ଫୋନ୍ର ହାର୍ଡୱେୟାର ଦେଖିଲେ ଏଥିରେ ୬.୩ ଇଞ୍ଚର ଆକ୍ଚୁଆ ଡିସ୍‌ପ୍ଲେ, ଯାହାର ପିକ୍ ବ୍ରାଇଟନେସ ୩୦୦୦ ନିଟ୍ସ ପର୍ଯ୍ୟନ୍ତ ରହିଛି। ପିକ୍ସିଲ ସିରିଜ୍ ଏ ଫୋନ୍‌ଗୁଡ଼ିକର ଏହାର ଡିସ୍‌ପେଲ ସବୁଠାରୁ ଉଜ୍ଜ୍ୱଳ। ତେଣୁ ଟାଣ ଖରାରେ ବି ମୋବାଇଲ ଅପରେଟ କରିବାରେ କୌଣସି ଅସୁବିଧା ହେବ ନାହିଁ। Pixel 10aରେ ୫୦୦୦ ଏମ୍ଏଏଚ୍ ବ୍ୟାଟେରୀ ଦିଆଯାଇଛି। ଥରେ ଚାର୍ଜ କଲେ ଏହା ୩୦ ଘଣ୍ଟାରେ ଲଗାତର ବ୍ୟାଟେରୀ ବ୍ୟାକଅପ ଦେବ ବୋଲି କମ୍ପାନୀ ଦାବି କରିଛି। ୩୦ୱାଟ୍ ୱାୟର୍ଡ ଓ ୧୦ ୱାଟ୍ର ୱାୟରଲେସ୍ ଚାର୍ଜିଂ ସପୋର୍ଟ ରହିଛି।

ସେହିପରି ସ୍ମାର୍ଟଫୋନ୍ ସୁରକ୍ଷା ଫିଚର୍ସ କଥା କହିଲେ, ଏଥିରେ IP68 ରେଟିଂ। ଗରିଲା ଗ୍ଲାସ ୭ଆଇ(Gorilla Glass 7i protection)୪ଏନଏମ ବ୍ୟାଜେଲ୍ସ ଦିଆଯାଇଛି। ସାମସଙ୍ଗ ପରି ଏଥିରେ ମଧ୍ୟ ୭ ବର୍ଷର ଓଏସ୍ ଏବଂ ସପ୍ଟୱେୟାର ଅପଡେଟ୍ ଦେବ ବୋଲି କମ୍ପାନୀ ଦାବି କରିଛି। Pixel 10a ରେ ୧୦୦ ପ୍ରତିଶତ ଆଲୁମିନିୟମ ଫ୍ରେମ୍, ୮୧ ପ୍ରତିଶତ ପୁନଃଚକ୍ରଣ କରାଯିବାକୁ ଥିବା ପ୍ଲାଷ୍ଟିକ୍ ବ୍ୟାକ୍ ଏବଂ ପୁନଃଚକ୍ରଣ ହେଇପାରୁଥିବା କୋବାଲ୍ଟ, ତମ୍ବା, ସୁନା ଏବଂ ଟଙ୍ଗଷ୍ଟନ୍ ବ୍ୟବହାର କରାଯାଇଛି। ଫଳରେ ଏହା Google ର ଏପର୍ଯ୍ୟନ୍ତ ସବୁଠାରୁ ସ୍ଥାୟୀ ଏ-ସିରିଜ୍ ଡିଭାଇସ୍ ବୋଲି କୁହାଯାଉଛି।