ଆଉନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ୮୭ ବର୍ଷ ବୟସରେ ବରିଷ୍ଠ ରାଜନେତାଙ୍କ ଦେହାନ୍ତ

NEWS7
saroj-sisodia-of-rajasthan-reached-kbcs-hot-seat-one-step-away-from-becoming-a-millionaire

ଭୁବନେଶ୍ୱର ୧୩/୦୨: ନୀରବି ଗଲା ଜଣେ ରାଜନେତାଙ୍କ ସ୍ୱର । ଆଉ ନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ୧୯୯୫-୨୦୦୦ ମସିହା ଯାଏଁ ଚୌଦ୍ଵାର ବିଧାୟକ ଥିଲେ ୧୯୮୮-୯୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ । ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ । 

୧୯୩୯ ମାର୍ଚ୍ଚ ୨ରେ କାହ୍ନୁ ଚରଣ ଲେଙ୍କାଙ୍କ ଜନ୍ମ । ଓଡ଼ିଶାର ଜଣେ ବରିଷ୍ଠ କଂଗ୍ରେସ ରାଜନେତା । ଯିଏ ରାଜ୍ୟ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ପି.ଭି. ନରସିଂହ ରାଓଙ୍କ ସମୟରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶା କଂଗ୍ରେସର ଜଣେ ପ୍ରମୁଖ ନେତା ଭାବେ ଜଣାଶୁଣା। ସେ କାହ୍ନୁ ଚରଣ ଲେଙ୍କା ନାମରେ ମଧ୍ୟ ପରିଚିତ । 

ସେ କଂଗ୍ରେସ ଦଳ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିଲେ । ଦଳୀୟ ବ୍ୟାପାରରେ ନିଜର ମତ ରଖିବା ପାଇଁ ପରିଚିତ। ୧୯୯୦ ଦଶକରେ ସେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ବିଭିନ୍ନ ସମୟରେ ଦଳୀୟ ନେତୃତ୍ୱ ଓ ନିଷ୍ପତ୍ତିକୁ ନେଇ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାରେ ରହିଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରି ଓଡ଼ିଶାରେ କଂଗ୍ରେସ ଦଳକୁ ସୁଦୃଢ଼ କରିବାରେ ଭୂମିକା ଗ୍ରହଣ କରିଥିଲେ।